ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ହରିରାମ ଦ୍ୱିବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି

प्रविष्टि तिथि: 09 JAN 2024 9:15AM by PIB Bhubaneswar

ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ହରିରାମ ଦ୍ୱିବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅଙ୍ଗନୈୟା ଓ ଜୀବନଦାୟିନୀ ଗଙ୍ଗା ଭଳି କବିତା ସଂକଳନ ଏବଂ ତାଙ୍କର ବିଭିନ୍ନ ରଚନା ସହିତ ସେ ଆମ ଜୀବନରେ ସର୍ବଦା ଉଜ୍ଜିବୀତ ରହିବେ ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ହିନ୍ଦୀ ସାହିତ୍ୟର ଅଗ୍ରଣୀ ଲେଖକ ତଥା କାଶୀ ପଣ୍ଡିତ ହରିରାମ ଦ୍ୱିବେଦୀଙ୍କ ବିୟୋଗରେ ମୁଁ ଦୁଃଖିତ, ଅଙ୍ଗନୈୟା ଓ ଜୀବନଦାୟିନୀ ଗଙ୍ଗା ଭଳି ତାଙ୍କର ବିଭିନ୍ନ ରଚନା ଓ କବିତା ସହିତ ସେ ମୋ ଜୀବନରେ ସର୍ବଦା ଉଜ୍ଜିବୀତ ରହିବେ - ସେ ଶ୍ରୀ ଚରଣରେ ସ୍ଥାନ ପାଆନ୍ତୁ, ଏହା ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା ।

*********

SSP


(रिलीज़ आईडी: 1994779) आगंतुक पटल : 134
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam