କ୍ୟାବିନେଟ
ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ୍ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲିବାକୁ କ୍ୟାବିନେଟ୍ ଅନୁମୋଦନ
Posted On:
27 DEC 2023 3:27PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନ୍ୟୁଜିଲ୍ୟାଣ୍ଡ୍ର ଅକଲ୍ୟାଣ୍ଡ୍ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲାଯିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଅକଲ୍ୟାଣ୍ଡ୍ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲିବା ଦ୍ୱାରା ଭାରତର କୂଟନୈତିକ ପରିଧି ବଢ଼ିବାରେ ସହାୟକ ହେବ ଏବଂ ଭାରତର ବଢ଼ୁଥିବା ବିଶ୍ୱସ୍ତରୀୟ ଯୋଗଦାନକୁ ଦୃଷ୍ଟିରେ ରଖି ଭାରତର କୂଟନୈତିକ ପ୍ରତିନିଧିତ୍ୱକୁ ଦୃଢ଼ କରିବ । ଏହା ମଧ୍ୟ ଭାରତର ରଣନୀତିକ ଏବଂ ବାଣିଜ୍ୟିକ ସ୍ୱାର୍ଥ ହାସଲ ଦିଗରେ ଏବଂ ଅକଲ୍ୟାଣ୍ଡରେ ଭାରତୀୟ ସମୁଦାୟର ବିକାଶରେ ସାହାଯ୍ୟ କରିବ ।
୧୨ ମାସ ମଧ୍ୟରେ ଦୂତାବାସ ଖୋଲାଯାଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ।
SR
(Release ID: 1990919)
Visitor Counter : 80
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam