ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ଆଷ୍ଟ୍ରୋସାଟ୍ ଦ୍ୱାରା ନୂତନ ଉଚ୍ଚ ଚୁମ୍ବକୀୟ କ୍ଷେତ୍ର ବିଶିଷ୍ଟ ନିଉଟ୍ରନ୍ ଷ୍ଟାରରେ ଚିହ୍ନଟ ହୋଇଥିବା ମିଲି-ସେକେଣ୍ଡ ବିସ୍ଫୋରଣ ଏପରି ନକ୍ଷତ୍ର ସଙ୍ଗଠନକୁ ବୁଝିବାରେ ସହାୟକ ହୋଇପାରିବ

Posted On: 25 DEC 2023 10:33AM by PIB Bhubaneshwar

ଭାରତର ପ୍ରଥମ ମଲ୍ଟି-ୱେଭଲେନ୍ଥ ସ୍ପେସ୍ ଆଧାରିତ ନୀରିକ୍ଷକ ଆଷ୍ଟ୍ରୋସାଟ୍ ଅଲ୍ଟ୍ରାହାଇ-ଚୁମ୍ବକୀୟ କ୍ଷେତ୍ର(ମ୍ୟାଗ୍ନେଟର) ସହ ଏକ ନୂଆ ଏବଂ ବିଶିଷ୍ଟ ନ୍ୟୁଟ୍ରନ୍ ତାରକାରେ ଚମକୁଥିôବା ସବ୍‌-ସେକେଣ୍ଡ ଏକ୍ସ-ରେ ବିସ୍ଫୋରଣ ଚିହ୍ନଟ କରିଛି । ଏହା ମ୍ୟାଗ୍ନେଟର୍ସର ଚରମ ଜ୍ୟୋତିର୍ଭେøତିକ ସ୍ଥିତିକୁ ବୁଝିବାରେ ସହାୟକ ହୋଇପାରିବ ।

 

ମ୍ୟାଗ୍ନେଟର ହେଉଛି ଏପରି ନ୍ୟୁଟ୍ରନ ତାରକା ଯେଉଁଥିରେ ଅତି ଉଚ୍ଚ ଚୁମ୍ବକୀୟ କ୍ଷେତ୍ର ରହିଥାଏ, ଯାହା କି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ତୁଳନାରେ ଅଧିକ ମଜଭୁତ । ସରଳ ଅର୍ଥରେ କହିବାକୁ ଗଲେ ମ୍ୟାଗ୍ନେଟରର ଚୁମ୍ବକୀୟ କ୍ଷେତ୍ର ପୃଥିବୀର ଚୁମ୍ବକୀୟ କ୍ଷେତ୍ରଠାରୁ ଏକ କ୍ୱାଡ୍ରିଲିୟନ (୧ କୋଟି ଶଙ୍ଖ) ଗୁଣ ଅଧିକ ମଜଭୁତ । ବସ୍ତୁଗୁଡ଼ିକରେ ଚୁମ୍ବକୀୟ କ୍ଷେତ୍ର କ୍ଷୟ ହେବା ଦ୍ୱାରା ସେଥିରେ ଉଚ୍ଚ-ଶକ୍ତି ବିଦ୍ୟୁତ୍ ଚୁମ୍ବକୀୟ ବିକିରଣ ଉତ୍ସର୍ଜନ ହୋଇଥାଏ । ଏହାଛଡ଼ା ମ୍ୟାଗ୍ନେଟର୍ସ ମଜଭୁତ ଅସ୍ଥାୟୀ ପରିବର୍ତ୍ତନଶୀଳତା ପ୍ରଦର୍ଶନ କରିଥାଏ, ଯେଉଁଥିରେ ସାଧାରଣତଃ ଏକ ଧୀର ଘୂର୍ଣ୍ଣନ, ଦ୍ରୁତ ଘୂର୍ଣ୍ଣନ, ଉଜ୍ଜ୍ୱଳ ଏବଂ ଛୋଟ ବିସ୍ଫୋରଣ ସାମିଲ, ଯାହା କି ମାସ ମାସ ଧରି ଚାଲିଥାଏ ।

 

ଏପରି ଏକ ମ୍ୟାଗ୍ନେଟର୍ସକୁ ଏସ୍‌ଜିଆର ଜେ୧୮୩୦-୦୬୪୫ କୁହାଯାଉଥିଲା, ଯାହାକୁ ୨୦୨୦ ଅକ୍ଟୋବରରେ ନାସାର ସ୍ୱିଫ୍ଟ ମହାକାଶ ଯାନ ଆବିଷ୍କାର କରିଥିଲା । ଏହା ଅପେକ୍ଷାକୃତ କମ୍ ବୟସର(ପ୍ରାୟ ୨୪ ହଜାର ବର୍ଷ) ଏବଂ ଏକ ପୃଥକ ନ୍ୟୁଟ୍ରନ ତାରକା ।

 

ଆଷ୍ଟ୍ରୋସାଟ ସହ ବ୍ରଡ୍‌-ବ୍ୟାଣ୍ଡ୍ ଏକ୍ସ-ରେ ଶକ୍ତିରେ ମ୍ୟାଗ୍ନେଟରର ଅଧ୍ୟୟନ କରିବା ଏବଂ ଏହାର ବିଶେଷତ୍ୱ ଜାଣିବା ଉଦ୍ଦେଶ୍ୟରେ ରମଣ ଇନ୍‌ଷ୍ଟିଚ୍ୟୁଟ(ଆର୍‌ଆର୍‌ଆଇ) ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଆଷ୍ଟ୍ରୋସାଟ୍ ଉପରେ ଦୁଇ ଉପକରଣ- ବଡ଼ କ୍ଷେତ୍ର ବିଶିଷ୍ଟ ଏକ୍ସ-ରେ ଆନୁପାତିକ କାଉଣ୍ଟର(ଏଲ୍‌ଏଏକ୍ସପିସି) ଏବଂ ସଫ୍ଟ ଏକ୍ସ-ରେ ଟେଲିସ୍କୋପର ଉପଯୋଗ କରି ଏହି ମ୍ୟାଗ୍ନେଟର୍ସର ସମୟ ଏବଂ ସ୍ପେକ୍ଟ୍ରାଲର ବିଶ୍ଲେଷଣ କରିଛନ୍ତି ।

 

ଗବେଷଣାର ମୁଖ୍ୟ ଲେଖକ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଅନୁଦାନ ପ୍ରାପ୍ତ ସ୍ୱଂୟଶାସିତ ଅନୁଷ୍ଠାନ ଆର୍‌ଆର୍‌ଆଇରେ ପୋଷ୍ଟ-ଡକ୍ଟରାଲ ଫେଲୋ ଥିବା ଡ. ରାହୁଲ ଶର୍ମା କହିଛନ୍ତି, ଅଧ୍ୟୟନରେ ମିଳିଥିବା ପ୍ରମୁଖ ନିଷ୍କର୍ସ ମଧ୍ୟରୁ ଗୋଟିଏ ହେଲା ହାରାହାରି ୩୩ ସେକେଣ୍ଡ ଅବଧିର ୬୭ ଛୋଟ ସବ୍‌-ସେକେଣ୍ଡ ଏକ୍ସ-ରେ ବିସ୍ଫୋରଣକୁ ଚିହ୍ନଟ କରାଯିବା । ଏହି ବିସ୍ଫୋରଣ ମଧ୍ୟରୁ ସବୁଠାରୁ ଉଜ୍ୱଳ ବିସ୍ଫୋରଣ ପ୍ରାୟ ୯୦ ମିଲିସେକେଣ୍ଡ ପର୍ଯ୍ୟନ୍ତ ରହିଥିଲା । ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟିର ମାସିକ ନୋଟିସ୍‌ରେ  ଏହି ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି । ଅଧ୍ୟୟନ ନିଷ୍କର୍ସ ଅନୁସାରେ, ଏସ୍‌ଜିଆର ଜେ୧୮୩୦-୦୬୪୫  ଏକ ସ୍ୱତନ୍ତ୍ର ମ୍ୟାଗ୍ନେଟର ଯାହା କି ନିଜ ସ୍ପେକ୍ଟ୍ରାରେ ଉତ୍ସର୍ଜନ ଲାଇନକୁ ପ୍ରଦର୍ଶିତ କରିଥାଏ ।

 

ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ, ନିର୍ଗମନ ଲାଇନର ଉପସ୍ଥିତି ଏବଂ ଏହାର ସମ୍ଭାବ୍ୟ ଉତ୍ପତ୍ତି ଲୁହା ଫ୍ଲୋରୋନ୍ସେ, ପ୍ରୋଟନ ସାଇକ୍ଲୋଟ୍ରନ୍ ଲାଇନ କିମ୍ବା ଏକ ଉପକରଣୀୟ ପ୍ରଭାବ ଯୋଗୁ ଘଟିଥିଲା ।

 

ଡ. ଶର୍ମା କହିଛନ୍ତି ଯେ, ଏସ୍‌ଜିଆର ଜେ୧୮୩୦-୦୬୪୫ରେ ଶକ୍ତି ନିର୍ଭରଶୀଳତା ଅନ୍ୟାନ୍ୟ ଚୁମ୍ବକୀୟ ଶକ୍ତିଠାରୁ ଭିନ୍ନ ଥିଲା । ଏଠାରେ ନ୍ୟୁଟ୍ରନ ତାରକା ପୃଷ୍ଠ (୦.୬୫ ଏବଂ ୨.୪୫ କିମି ବ୍ୟାସାର୍ଦ୍ଧ)ରୁ ଦୁଇଟି ଥର୍ମାଲ ବ୍ଲାକ୍‌ବଡି ନିର୍ଗମନ ଉପାଦାନ ଥିଲା । ଏହିପରି ଏହି ଗବେଷଣା ମ୍ୟାଗ୍ନେଟର୍ସ ଏବଂ ଏହାର ଚରମ ଜ୍ୟୋତିର୍ଭୌଗୋଳିକ ସ୍ଥିତି ବାବଦରେ ଆମ ବୁଝିବାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।

 

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଁସରାଜ କଲେଜର ସହ-ଲେଖିକା ପ୍ରଫେସର ଚେତନା ଜୈନ କହିଛନ୍ତି, ଆମେ ଦେଖିଲୁ ଯେ ସମଗ୍ର ଏକ୍ସ-ରେ ନିର୍ଗମନର ପଲ୍‌ସଡ୍ ଉପାଦାନ ଶକ୍ତି ସହ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଇଛି । ଏହା ଶକ୍ତି ପାଇଁ ପ୍ରାୟ ୫ କିଲୋଇଲେକ୍ଟ୍ରୋନ ଭୋଲ୍ଟ (କେଭି) ପର୍ଯ୍ୟନ୍ତ ବଢ଼ିଗଲା ଏବଂ ପରେ ସେଥିରେ ହ୍ରାସ ଘଟିଥିଲା । ଏହି ପ୍ରବୃତ୍ତି କେତେକ ଅନ୍ୟ ମ୍ୟାଗ୍ନେଟର୍ସରେ ମିଳିଥିବା ପ୍ରବୃତ୍ତିଠାରୁ ଅଲଗା ।

 

ଅଧ୍ୟୟନକାରୀ ଦଳ ବର୍ତ୍ତମାନ ଏହି ଅଧିକ ଶକ୍ତିଶାଳୀ ନିର୍ଗମନର ଉତ୍ପତ୍ତି ବୁଝିବା ଏବଂ ତାହା ଜ୍ୟୋତିର୍ଭୌଗୋଳିକ ନା ଯାନ୍ତ୍ରିକ ପ୍ରକୃତିର ତାହା ଜାଣିବା ଲାଗି ଗବେଷଣା ବିସ୍ତାର କରିବାକୁ ଯୋଜନା କରିଛନ୍ତି ।

 

ପ୍ରକାଶନ ଲିଙ୍କ୍‌-

 

ପ୍ରଥମ ଏକ୍ସ-ରେ ବିସ୍ଫୋରଣ ସମୟରେ ମ୍ୟାଗ୍ନେଟର ଏସ୍‌ଜିଆର ଜେ୧୮୩୦-୦୬୪୫ର ଅଧ୍ୟୟନକାରୀ

 

ରାହୁଲ ଶର୍ମା, ଚେତନା ଜୈନ, ବିଶ୍ୱଜିତ୍ ପଲ୍‌, ଟି ଆର୍ ଶେଷାଦ୍ରୀ 

<>

 

  SR



(Release ID: 1990373) Visitor Counter : 44