କ୍ୟାବିନେଟ
azadi ka amrit mahotsav

ସୁରତ ବିମାନ ବନ୍ଦର ଆନ୍ତର୍ଜାତିକ ବିମାନବନ୍ଦର ଘୋଷଣାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

प्रविष्टि तिथि: 15 DEC 2023 7:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ସୁରତ ବିମାନ ବନ୍ଦର ଆର୍ନ୍ତଜାତିକ ବିମାନ ବନ୍ଦର ମାନ୍ୟତାକୁ ଅନୁମୋଦନ କରାଯାଇଛି।

ସୁରତ ବିମାନ ବନ୍ଦର କେବଳ ଅନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରବେଶ ଦ୍ୱାର ହୋଇରହିବ ନାହିଁ ବରଂ ଏହା ବିନା  ବାଧାବିଘ୍ନ ସହ ହୀରା ଓ କର୍ପାସ ଶିଳ୍ପର ଆମଦାନୀ ରପ୍ତାନୀ ମଧ୍ୟ କରିପାରିବ । ଏହି ରଣନୀତିକ ପଦକ୍ଷେପ ଅଭୂତପୂର୍ବ ଆର୍ଥିକ ସାମର୍ଥ୍ୟ ବୃଦ୍ଧି କରିବା ସହ ଆନ୍ତର୍ଜାତିକ ବିମାନ ଚଳାଚଳ ଦୃଶ୍ୟପଟରେ ସୁରତକୁ ଏକ ପ୍ରମୁଖ ସ୍ଥାନରେ ପରିଣତ କରିବା  ଓ  ସେ ଅଞ୍ଚଳରେ ସମୃଦ୍ଧିର ଏକ ନୂତନ ଯୁଗର ସୁତ୍ରପାତ ହେବ ।

ଭାରତରେ ଦ୍ରୁତ ଅଭିବୃଦ୍ଧି ଘଟୁଥିବାର ସୁରତ ନଗରୀ ଶିଳ୍ପ ବିକାଶ ଓ ଆର୍ଥିକ ଶକ୍ତିର ଅଭୂତପୂର୍ବ ପ୍ରଦର୍ଶନ କରିପାରିଛି । ସୁରତ ବିମାନ ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ମିଳିବା ଯୋଗୁଁ ଆର୍ଥିକ ଅଭିବୃଦ୍ଧି ଘଟିବା ସହ ବିଦେଶୀ ପୁଞ୍ଜିନିବେଶ ଓ କୂଟନୀତିଜ୍ଞ ସମ୍ପର୍କରେ ମଧ୍ୟ ବୃଦ୍ଧି ଘଟିବ । ଯାତ୍ରୀ ଓ ପଣ୍ୟଦ୍ରବ୍ୟ କାରବାର ଆନ୍ତର୍ଜାତିକ ବିମାନବନ୍ଦର ମାନ୍ୟତା ଯୋଗୁଁ ବୃଦ୍ଧି ପାଇବା ସହ ଏହା ଆଞ୍ଚଳିକ ବିକାଶର ମାର୍ଗ ମଧ୍ୟ ପ୍ରଶସ୍ତ କରିବ ।

 

*****

SM/SLP


(रिलीज़ आईडी: 1986979) आगंतुक पटल : 120
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam