ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
azadi ka amrit mahotsav

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛି - ଜ୍ୟୋତିରାଦିତ୍ୟ ସିନ୍ଧିଆ


ଦେଶରେ ୧୪୯ଟି ବିମାନବନ୍ଦର/ହେଲିପୋର୍ଟ/ୱାଟର ଏରୋଡ୍ରମ୍ କାର୍ଯ୍ୟକ୍ଷମ

୨୦୩୦ ସୁଦ୍ଧା ୪୨ କୋଟି ଭାରତୀୟ ବିମାନରେ ଯାତ୍ରା କରିବେ

ପୋଷ୍ଟ କରାଯିବା ଦିନାଙ୍କ: 05 DEC 2023 1:02PM by PIB Bhubaneswar

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆ କହିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ପାଇଁ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍) ସମସ୍ତ ବିମାନବନ୍ଦରରେ ସତର୍କତା ଅବଲମ୍ବନ କରୁଥିବା ବେଳେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଡିଜିସିଏ ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ଜାରି କରିଥିବା ସେ ସୂଚନା ଦେଇଛନ୍ତି ।

କୌଣସି ଯାତ୍ରୀଙ୍କ ସହ ଜଡ଼ିତ ଘଟଣାରେ ନିୟମରୁ ବିଚ୍ୟୁତି ସମ୍ପର୍କରେ ମନ୍ତ୍ରଣାଳୟକୁ କୌଣସି ସୂଚନା ମିଳିବା ମାତ୍ରେ ସମ୍ପୃକ୍ତ ଏୟାରଲାଇନ୍ସ କିମ୍ବା ବିମାନବନ୍ଦରକୁ ଏହାର ଜବାବ ତଲବ କରାଯାଇଥାଏ । ଯଦି ବିମାନ ବନ୍ଦର କିମ୍ବା ଏୟାରଲାଇନ୍ସ ଦ୍ୱାରା କୌଣସି ଭୁଲ ରହିଥିବା ପ୍ରମାଣିତ ହୁଏ, ତେବେ ମନ୍ତ୍ରଣାଳୟ ସେମାନଙ୍କ ବିରୋଧରେ ଜରିମାନା ଲାଗୁ କରାଯାଏ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ।

ଗତକାଲି ରାଜ୍ୟସଭାରେ ପଚରାଯାଇଥିବା ଏକ ତାରକା ପ୍ରଶ୍ନର ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିନ୍ଧିଆ ଏହା କହିଛନ୍ତି । ସେ ଆହୁରି ସୂଚନା ଦେଇଛନ୍ତି ଯେ, ସ୍ୱାଧୀନତା ପରେ ୬୫ ବର୍ଷ ପର୍ଯ୍ୟନ୍ତ ଦେଶରେ ମାତ୍ର ୭୪ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ରହିଥିଲା, କିନ୍ତୁ ଏବେ ୧୪୯ଟି ବିମାନବନ୍ଦର/ହେଲିପୋର୍ଟ/ୱାଟର ଏରୋଡ୍ରମ୍ କାର୍ଯ୍ୟକ୍ଷମ ରହିଛି ।  ଉଡ଼ାନ ଯୋଜନା ପାଇଁ ପ୍ରଦାନ କରାଯାଇଥିବା ଭୟାବିଲିଟି ଗ୍ୟାପ୍ ପାଣ୍ଠି ୧.୩ କୋଟି ଲୋକଙ୍କୁ ବିମାନରେ ଯାତ୍ରା କରିବାରେ ସାହାଯ୍ୟ କରିଛି। ୨୦୩୦ ସୁଦ୍ଧା ଭାରତରେ ୪୨ କୋଟି ଲୋକ ବିମାନରେ ଯାତ୍ରା କରିବେ ବୋଲି ଆଶା କରାଯାଉଛି ଏବଂ ଏଥିପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରୟାସ କରୁଥିବା ସେ କହିଛନ୍ତି ।

********

P.S.


(ରିଲିଜ ଆଡି: 1982804) ପରିଦର୍ଶକ କାଉଣ୍ଟର : 127
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Telugu