ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 01 DEC 2023 9:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଅବସରରେ ୨୦୨୩ ଡିସେମ୍ବର ୧ରେ ମାଳଦ୍ୱୀପ ରାଷ୍ଟ୍ରପତି ଡ. ମହମ୍ମଦ ମୁଇଜୁଙ୍କୁ ଭେଟିଛନ୍ତି ।

 

ରାଷ୍ଟ୍ରପତି ମୁଇଜୁ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

 

ଉଭୟ ନେତା ଲୋକ ସମ୍ପର୍କ, ବିକାଶ ସହଯୋଗ, ଅର୍ଥନୈତିକ ସମ୍ପର୍କ, ଜଳବାୟୁ ପରିବର୍ତ୍ତନ, କ୍ରୀଡ଼ା ସମେତ ଦୁଇ ଦେଶ ମଧ୍ୟରେ ବ୍ୟାପକ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ । ସହଭାଗିତାକୁ ଆହୁରି ଗଭୀର କରିବା ଉପରେ ଦୁଇ ନେତା ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଉଭୟେ ଏକ କୋର୍ ଗ୍ରୁପ୍ ଗଠନ ଲାଗି ଏକମତ ହୋଇଥିଲେ ।

 

  SR



(Release ID: 1982261) Visitor Counter : 60