ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଓଡ଼ିଶାରେ ଫିଫାର ‘ଫୁଟବଲ ଫର୍ ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ



‘ଫୁଟବଲ ଫର୍ ସ୍କୁଲ’ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଉତ୍ସାହ ଆଣିବା ମୂଳ ଉଦ୍ଦେଶ୍ୟ- ଧର୍ମେନ୍ଦ୍ର ପ୍ରଧାନ

ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେଙ୍କ ସହ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ଫିଫା, ସର୍ବଭାରତୀୟ ଫୁଟବଲ ମହାସଂଘ ଓ ଜବାହର ନବୋଦୟ ବିଦ୍ୟାଳୟର ମିଳିତ ପ୍ରୟାସରେ ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି

ଭାରତବର୍ଷର ୧ ଲକ୍ଷ ୫୩ ହଜାର ସ୍କୁଲରେ ପ୍ରାୟ ୧୧ ଲକ୍ଷ ଏବଂ ଓଡ଼ିଶାର ସାଢେ ୫ ହଜାର ସ୍କୁଲରେ ପାଖାପାଖି ୩୦ ହଜାର ଫୁଟବଲ ବିତରଣ କରାଯିବ

ମୁଁ ପିଲାବେଳେ ଫୁଟବଲ ଖେଳୁଥିଲି, ଫୁଟବଲ ମୋର ପ୍ରିୟ ଖେଳ

ଛାତ୍ରଛାତ୍ରୀଙ୍କ ପକ୍ଷେ ଖେଳ ସ୍ୱାସ୍ଥ୍ୟ ଓ ଶରୀର ପାଇଁ ବେଶ୍ ଉପଯୋଗୀ

ଖେଳ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସହ ଖେଳୁଆଡ ମାନସିକତା ଜାଗ୍ରତ କରିଥାଏ

ଯେଉଁ ପିଲାମାନେ ମଇଦାନରେ ଫୁଟବଲ୍ ଖେଳିବେ, ସେମାନେ ଜୀବନରେ ନିଶ୍ଚୟ ସଫଳତା ପାଇବେ

ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳ ମଧ୍ୟରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଦେଖିଲେ କେନ୍ଦ୍ରମନ୍ତ୍ରୀ

Posted On: 02 DEC 2023 7:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଉତ୍ସାହ ତଥା ଖେଳୁଆଡ ମନୋଭାବ ତିଆରି କରିବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକର ମୁଣ୍ଡଳୀ ଠାରେ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଫିଫାର ଫୁଟବଲ ଫର୍ ସ୍କୁଲ୍(F4S) କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଛନ୍ତି ।  

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଫିଫା, ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ଓ ଜବାହର ନବୋଦୟ ବିଦ୍ୟାଳୟ(ଜେଏନଭି)ର ମିଳିତ ପ୍ରୟାସରେ ଏହି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫିଫା ସମଗ୍ର ବିଶ୍ୱରେ ୪୦ ଲକ୍ଷ ଫୁଟବଲ ବିତରଣ କରୁଥିବା ବେଳେ କେବଳ ଭାରତରେ ମୋଟ ୭୪୨ଟି ଜିଲ୍ଲାରେ ୧ ଲକ୍ଷ ୫୩ ହଜାର ସ୍କୁଲରେ ପ୍ରାୟ ୧୧ ଲକ୍ଷରୁ ଉର୍ଦ୍ଧ୍ୱ ଫୁଟବଲ ବଣ୍ଟନ କରାଯିବ । ସେହିପରି ଓଡ଼ିଶାରେ ପ୍ରାୟ ସାଢେ ୫ ହଜାର ସ୍କୁଲରେ ପାଖାପାଖି ୩୦ ହଜାର ଫୁଟବଲ ବିତରଣ କରାଯିବ । ଆଗାମୀ ଦୁଇ ମାସ ମଧ୍ୟରେ ଫୁଟବଲ ଖେଳକୁ ନେଇ ଥିବା ଅନୁକୂଳଯୁକ୍ତ ବାତାବରଣକୁ ଲକ୍ଷ୍ୟ କରି ସେହି ସ୍କୁଲ ଗୁଡିକୁ ଫୁଟବଲ ଦିଆଯିବ । କେବଳ ଏତିକି ନୁହେଁ ଖେଳ ଶିକ୍ଷକ ମାନଙ୍କୁ ଆଧୁନିକ କୌଶଳର ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଯୋଜନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।    

କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଫୁଟବଲ ଖେଳିବା ପାଇଁ ଉପଦେଶ ଦେବା ସହ କହିଛନ୍ତି ଯେ ଫୁଟବଲ ଏକ ରୁଚିପୂର୍ଣ୍ଣ ଖେଳ । ଫୁଟବଲ ଖେଳରେ କେବଳ ଖେଳାଳୀ ନୁହେଁ ଦର୍ଶକମାନେ ଆନନ୍ଦିତ ହୁଅନ୍ତି । ମୁଁ ମଧ୍ୟ ପିଲାବେଳେ ଫୁଟବଲ ଭାବେ ଖେଳୁଥିଲି । ଫୁଟବଲରେ ରେଜଲ୍ଟ ତୁରନ୍ତ ମିଳିଥାଏ। ଏଥିପାଇଁ ଏହା ମୋର ପ୍ରିୟ ଖେଳ । ଛାତ୍ରଛାତ୍ରୀଙ୍କ ପକ୍ଷେ ଖେଳ ସ୍ୱାସ୍ଥ୍ୟ ଓ ଶରୀର ପାଇଁ ବେଶ୍ ଉପଯୋଗୀ । ଖେଳ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସହ ଖେଳୁଆଡ ମାନସିକତା ଜାଗ୍ରତ କରିଥାଏ । ଯେଉଁ ପିଲାମାନେ ମଇଦାନରେ ଫୁଟବଲ୍ ଖେଳିବେ, ସେମାନେ ଜୀବନରେ ନିଶ୍ଚୟ ସଫଳତା ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେଙ୍କ ସହ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳ ମଧ୍ୟରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚକୁ ଦେଖିଥିଲେ । ଶ୍ରୀ ପ୍ରଧାନ ବିଜୟୀ ଟିମ ନବୋଦୟ ବିଦ୍ୟାଳୟ ଓ ପ୍ରତିଦ୍ୱନ୍ଦୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କୃତ କରିଥିଲେ।

RoM



(Release ID: 1981982) Visitor Counter : 62


Read this release in: English , Urdu , Hindi