ରାଷ୍ଟ୍ରପତିଙ୍କ ସଚିବାଳୟ

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

Posted On: 21 NOV 2023 5:52PM by PIB Bhubaneshwar

ଆଜି (ନଭେମ୍ବର ୨୧, ୨୦୨୩) ସମ୍ବଲପୁର ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୫ତମ ବାର୍ଷିକସମାବର୍ତ୍ତନ ଉତ୍ସବକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁସମ୍ବୋଧିତ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଯୁବବର୍ଗଙ୍କ ଅବଦାନଉପରେ ଆମ ଦେଶର ବିକାଶ ନିର୍ଭର କରେ। ଅତ୍ୟାଧୁନିକଜ୍ଞାନକୌଶଳ ବ୍ୟବହାର କରି ରାସ୍ତା, କୋଠା, ବନ୍ଧ ଓ କାରଖାନା ନିର୍ମାଣ ପାଇଁ ଏହି ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲକରିଥିବା ଛାତ୍ରଛାତ୍ରୀମାନେ ଦାୟୀ ରହିବେ। ଇଞ୍ଜିନିୟର ଭାବେସେମାନେ ପ୍ରଗତିର ସ୍ଥାପକ ହେବେ। ଉଦ୍ଭାବକ ଭାବରେ, ସେମାନେ କଳ୍ପନା ଏବଂ ବାସ୍ତବତା ମଧ୍ୟରେ ସେତୁ ସାଜିବେ । ଦ୍ରୁତ ଗତିରେ ଅଗ୍ରଗତି କରୁଥିବା ଦୁନିଆରେ ସେମାନେ ଏହିଅନୁଷ୍ଠାନରୁ ଯେଉଁ ଦକ୍ଷତା ଓ ଜ୍ଞାନ ଅର୍ଜନ କରିଛନ୍ତି, ତାହା ହିଁସେମାନଙ୍କ ଭବିଷ୍ୟତ ତଥା ଦେଶର ଭବିଷ୍ୟତ ଗଢ଼ିତୋଳିବବୋଲି ସେ କହିଥିଲେ।

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କଦ୍ୱାରା ବିକଶିତ ଏକ ସ୍ୱତନ୍ତ୍ର ଉପଗ୍ରହ ଉତକ୍ଷେପଣ ଯାନପରୀକ୍ଷାମୂଳକ ଭାବେ ସଫଳ ହୋଇଥିବାରୁ ରାଷ୍ଟ୍ରପତି ଖୁସିପ୍ରକାଶ କରିଥିଲେ । ଏହାକୁ ଇସ୍ରୋ ପ୍ରଶଂସା କରିବା ସହ ଅଧିକଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ ଓ ଇସ୍ରୋ ମଧ୍ୟରେବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବିଶ୍ୱବିଦ୍ୟାଳୟପରିସରରେ ଏକ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ ସେଣ୍ଟରପ୍ରତିଷ୍ଠା କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏପରିସୃଜନଶୀଳ କାର୍ଯ୍ୟ ପାଇଁ ସେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତି କହିଛନ୍ତି ଯେ ଆମେ ୨୦୪୭ ପୂର୍ବରୁ ଭାରତକୁ ଏକବିକଶିତ ରାଷ୍ଟ୍ର ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ । ସେଆହୁରି ମଧ୍ୟ କହିଛନ୍ତି ଯେ ଟେକ୍ନୋଲୋଜି ବିକାଶର ଗତିକୁତ୍ୱରାନ୍ୱିତ କରିପାରିବ । ତେଣୁ ଟେକ୍ନୋକ୍ରାଟ୍ ଏବଂଇଞ୍ଜିନିୟରମାନେ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତକରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ଛାତ୍ରଛାତ୍ରୀଙ୍କ ସଫଳତା ଯେପରି କେବଳ ସେମାନଙ୍କ ବ୍ୟକ୍ତିଗତସଫଳତା ଦ୍ୱାରା ମାପ କରାଯିବ ନାହିଁ ସେଥିପ୍ରତି ସଚେତନରହିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କଜୀବନ ଉପରେ ଏହାର ସକାରାତ୍ମକ ପ୍ରଭାବ ଦ୍ୱାରା ମଧ୍ୟ ଏହାମାପ କରାଯିବା ଉଚିତ ବୋଲି ସେ କହିଛନ୍ତି। କେବଳବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଦେଶର ପ୍ରଗତି ପାଇଁ ମଧ୍ୟଶ୍ରେଷ୍ଠତା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ସେ ଅନୁରୋଧକରିଥିଲେ। ସକାରାତ୍ମକ ପରିବର୍ତ୍ତନର ବାହକ, ବିବିଧତାରସମର୍ଥକ ଏବଂ ସଚ୍ଚୋଟତାର ଚାମ୍ପିୟନ ହେବା ପାଇଁ ପ୍ରୟାସକରିବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ।

ବୈଷୟିକ ଉନ୍ନତିକୁ ଗ୍ରହଣ କରିବା ସମୟରେ ଆମେ ଆମରପାରମ୍ପରିକ ମୂଲ୍ୟବୋଧକୁ ଭୁଲିବା ଉଚିତ ନୁହେଁ ବୋଲିରାଷ୍ଟ୍ରପତି କହିଥିଲେ। ଜାତୀୟ ଶିକ୍ଷା ନୀତି- ୨୦୨୦ରେ ମାତୃଭାଷା, ପରମ୍ପରା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦିଆଯାଇଛି। ଦେଶର ବିକାଶ ସମଗ୍ର ମାନବଜାତି ପାଇଁସମାବେଶୀ ଓ ସମର୍ପିତ ହେବା ଦରକାର ବୋଲି ସେଗୁରୁତ୍ୱାରୋପ କରିଥିଲେ। ବିକାଶକୁ ମାନବିକତା ଅନୁକୂଳକରିବା ପାଇଁ ଆମ ସଂସ୍କୃତିରେ ଅନ୍ତର୍ନିହିତ ମୂଲ୍ୟବୋଧକୁ ସର୍ବଦାମନେ ରଖିବା ଉଚିତ ବୋଲି ସେ କହିଥିଲେ।

******

P.S.



(Release ID: 1978616) Visitor Counter : 101