ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

‘ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ


ଚନ୍ଦ୍ରାୟାନ- ୩ ସଫଳତାକୁ ସବୁ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଞ୍ଚାଇବା - ଧର୍ମେନ୍ଦ୍ର ପ୍ରଧାନ

ଇସ୍ରୋ ଚେୟାରମ୍ୟାନ ଏସ୍ ସୋମନାଥଙ୍କ ସହ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଚନ୍ଦ୍ରାୟାନ ମିଶନକୁ ନେଇ ଏନସିଇଆରଟି ଦ୍ୱାରା ୧୦ଟି ପୁସ୍ତକ ପ୍ରସ୍ତୁତ ହୋଇଛି

ପ୍ରାରମ୍ଭିକରୁ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଢାଯିବାର ବ୍ୟବସ୍ଥା ହୋଇଛି

ଚନ୍ଦ୍ରାୟାନ- ୩ ସଫଳତାର ବିଷୟ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏନସିଇଆରଟି, ସିବିଏସଇ ସହ ଅନ୍ୟ ରାଜ୍ୟ ବୋର୍ଡ ସହଯୋଗୀ ହୁଅନ୍ତୁ

ଚନ୍ଦ୍ରାୟାନ-୩ ମିଶନର ସଫଳତା ଭାରତର ଏକବିଂଶ ଶତାବ୍ଦୀର ଗୌରବ ମଧ୍ୟରୁ ଏକ ବଡ଼ ଉପଲବ୍ଧି

ବିଫଳତା ହିଁ ମଣିଷକୁ ସଫଳତା ଦିଏ, ବିଫଳତାରୁ ହିଁ ପ୍ରେରଣା ମିଳେ

ଆଜିର ପଦକ୍ଷେପ ଦ୍ୱାରା ପିଲାମାନେ ଚନ୍ଦ୍ରାୟାନର ବ୍ୟାପକତାକୁ ଜାଣିବା ସହ ସେମାନଙ୍କର ବୈଜ୍ଞାନିକ ହେବା ପାଇଁ ଆଗ୍ରହ ବଢିବ

Posted On: 17 OCT 2023 7:12PM by PIB Bhubaneshwar

ଚନ୍ଦ୍ରାୟାନ- ୩ ଭଳି ସଫଳତାକୁ ସବୁ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଉଦ୍ୟମ ହେଉ । ଏନସିଇଆରଟି, ସିବିଏସଇ ସହ ଅନ୍ୟ ରାଜ୍ୟ ବୋର୍ଡ ମଧ୍ୟ ଏଥିପାଇଁ ସହଯୋଗୀ ହେବା ଦରକାର ବୋଲି ମଙ୍ଗଳବାର ‘ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  



ଶ୍ରୀ ପ୍ରଧାନ ଚନ୍ଦ୍ରାୟାନର ସଫଳତାକୁ ନେଇ ପୁସ୍ତକ ପ୍ରସ୍ତୁତ ଓ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ ପାଇଁ ଏନସିଇଆରଟିକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଚନ୍ଦ୍ରାୟାନ-୩ ମିଶନର ସଫଳତା ଏକବିଂଶ ଶତାବ୍ଦୀର ଗୌରବ ମଧ୍ୟରୁ ଏକ ବଡ଼ ଉପଲବ୍ଧି ।  ବିଫଳତା ହିଁ ମଣିଷକୁ ସଫଳତା ଦିଏ । ବିଫଳତାରୁ ହଁୁ ପ୍ରେରଣା ମିଳେ ।  ଆଜିର କାର୍ଯ୍ୟକ୍ରମକୁ ନେଇ ଚନ୍ଦ୍ରାୟାନ-୩ ଦ୍ୱାରା ପିଲାଙ୍କ ମଧ୍ୟରେ ଚନ୍ଦ୍ରାୟାନର ବ୍ୟାପକତାକୁ ଜାଣିବା ସହ ସେମାନଙ୍କର ବୈଜ୍ଞାନିକ ହେବା ପାଇଁ ଆଗ୍ରହ ବଢିବ ।

ଚନ୍ଦ୍ରାୟାନ ମିଶନକୁ ନେଇ ଏନସିଇଆରଟି ଦ୍ୱାରା ୧୦ଟି ପୁସ୍ତକ ପ୍ରସ୍ତୁତ ହୋଇଛି । ପ୍ରାରମ୍ଭିକରୁ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଢାଯିବାର ବ୍ୟବସ୍ଥା ହୋଇଛି । ଏହି ବିଷୟବସ୍ତୁ କେବଳ ଦେଶରେ ଥିବା ୨୬ କୋଟି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଖରେ ନୁହେଁ ବରଂ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ଦରକାର । ତେବେ କେବଳ ଚନ୍ଦ୍ରାୟାନ-୩ ନୁହେଁ ଦେଶର ଅନ୍ୟ ଉପଲବ୍ଧି ତଥା ମହିଳା ସଶକ୍ତିକରଣ, କୋଭିଡ୍ ପରିଚାଳନା, ଜି-୨୦  ସଫଳତା, ଭାରତ ବିଶ୍ୱର ପଞ୍ଚମ ଅର୍ଥନୀତି ହେବାର ଯାତ୍ରା ଭଳି ଅନ୍ୟ ବିଷୟରେ ମଧ୍ୟ ମଡ୍ୟୁଲ୍ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଏନସିଇଆରଟିକୁ ପରାମର୍ଶ ଦେଇଥିଲେ । ସମାଜ ଜୀବନରେ ହେଉଥିବା ଘଟଣାକୁ ଟେକ୍ନୋଲୋଜି ଜରିଆରେ ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ ।  

ସେ କହିଛନ୍ତି ଯେ, ଇସ୍ରୋ ଚେୟାରମ୍ୟାନ ଏସ୍ ସୋମନାଥ ଏନସିଇଆରଟି ପାଠ୍ୟକ୍ରମ ଦ୍ୱାରା ସେ ବୈଜ୍ଞାନିକ ହେବାର ପ୍ରେରଣା ପାଇଥିଲେ । ଏଆଇସିଟିଇ କରିକୁଲମରୁ ଭଲ ଇଞ୍ଜିନିୟରିଂ ହୋଇଥିଲେ ଏବଂ ଆଇଆଇଟି ଭଳି ଅନୁଷ୍ଠାନ ତାଙ୍କୁ ପ୍ରତିଯୋଗିତା ମୂଳକ ହେବା ପାଇଁ ଶିକ୍ଷା ଦେଇଥିଲା । ଏହି କାରଣରୁ ଆଜି ଭାରତର ଚନ୍ଦ୍ରାୟାନ- ୩ ମିଶନ ସଫଳତା ହାସଲ କରିପାରିଛି  । ଭାରତ ଅନେକ ସଫଳତା ହାସଲ କରୁଥିବା ବେଳେ ଆଗାମୀ ଦିନରେ ଆାଗାମୀ ପିଢିର ଯାନ ବାହାର କରିବ, ଲଞ୍ଚ ପ୍ୟାଡ୍ ତିଆରି ହେବ, ମନୁଷ୍ୟକୁ ଦୃଷ୍ଟିରେ ରଖି ଲ୍ୟାବ୍ ତିଆରି କରାଯାଇ ବିଭିନ୍ନ ଗବେଷଣା ହେବ ।

ଉଲ୍ଲେଖନୀୟ, ଏହି କାର୍ଯ୍ୟକ୍ରମରେ ଇସ୍ରୋ ଚେୟାରମ୍ୟାନ ତଥା ଚନ୍ଦ୍ରାୟାନ ମିଶନର ସଫଳତା ପଛର ମୁଖ୍ୟ ଏସ୍ ସୋମନାଥ ମଧ୍ୟ ଉପସ୍ଥିତ ରହି ଅଭିଭାଷଣ ପ୍ରଦାନ କରିଥିଲେ । ଚନ୍ଦ୍ରାୟାନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ବୁଲିବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ ।

RoM



(Release ID: 1968594) Visitor Counter : 104


Read this release in: English , Urdu , Hindi