ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଘରୋଇ ବଜାରରେ ଯଥେଷ୍ଟ ଚାଉଳ ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ


ବାସୁମତୀ ଚାଉଳ ରପ୍ତାନୀ ପାଇଁ ମାଗଣା ପଞ୍ଜୀକରଣ ଓ ପ୍ରମାଣପତ୍ର ପ୍ରଦାନ ନୀତିର ସମୀକ୍ଷା କରିବାକୁ ସରକାରଙ୍କ ବିଚାର

ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ମେଟ୍ରିକ ଟନ୍ ପିଛା ୧୨ଶହ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟରେ ବାସୁମତୀ ଚାଉଳ ରପ୍ତାନୀକୁ ଅନୁମତି ମିଳୁଛି

Posted On: 15 OCT 2023 4:15PM by PIB Bhubaneshwar

ଘରୋଇ ବଜାରରେ ଯଥେଷ୍ଟ ଚାଉଳ ଉପଲବ୍ଧ କରାଇବା ସହିତ ଏହାର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଭାରତ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏବେ କେବଳ ଏକ ନିର୍ଦ୍ଦିଷ୍ଟ ମୂଲ୍ୟଠାରୁ ଅଧିକ ଦାମ୍‌ରେ ବାସୁମତୀ ଚାଉଳ ରପ୍ତାନୀ ପାଇଁ ଅନୁମତି ଦେବାକୁ ବିଚାର କରାଯାଉଛି । ଆହୁରି ମଧ୍ୟ ବାସୁମତୀ ଚାଉଳ ରପ୍ତାନୀ କ୍ଷେତ୍ରରେ ପ୍ରଚଳିତ ନୀତିର ସମୀକ୍ଷା କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ବର୍ତ୍ତମାନର ନୀତି ଅନୁସାରେ ଆପେଡା ଦ୍ୱାରା ଚାଉଳ ରପ୍ତାନୀ ନିମନ୍ତେ ଅନୁମତି ଓ ପଞ୍ଜୀକରଣ କ୍ଷେତ୍ରରେ ଫ୍ରି ଅନ୍ ବୋର୍ଡ ଓ ଆରସିଏସି ବ୍ୟବସ୍ଥା ଥିଲା । ତେବେ ବସୁମତୀ ଚାଉଳ କ୍ଷେତ୍ରରେ ଏହି ଫ୍ରି ଅନ୍ ବୋର୍ଡ ଓ ଆଇସିଏସି (ରେଜିଷ୍ଟ୍ରେସନ କମ୍ ଆଲୋକେସନ ସାର୍ଟିଫିକେଟ ) ନୀତିରେ ପରିବର୍ତନ ହୋଇପାରେ । ଏବେ ଯେଉଁ ବସୁମତୀ ଚାଉଳ ରପ୍ତାନୀ ହେଉଛି ତା’ର ମେଟ୍ରିକ ଟନ୍ ପିଛା ମୂଲ୍ୟ ଯଦି ୧୨୦୦  ଆମେରିକୀୟ ଡଲାରରୁ ଅଧିକ ହୋଇଥାଏ ତା’ହେଲେ ସେଥି ପାଇଁ ଫ୍ରି ଅନ୍ ବୋର୍ଡ ଓ ଆରସିଏସି ଲାଗୁ ହେଉ ନ ଥିଲା । ସରକାର ଏହାକୁ ପରିବର୍ତନ କରି ଏହି ଚାଉଳ ରପ୍ତାନୀ କ୍ଷେତ୍ରରେ ଏଫ୍‌ଓବି ଏବଂ ଆର୍‌ସିଏସି ଲାଗୁ କରିପାରନ୍ତି । ନୂଆ ନିଷ୍ପତ୍ତି  ପର୍ଯ୍ୟନ୍ତ ଏହି ମୂଲ୍ୟରେ ବାସୁମତୀ ଚାଉଳ ରପ୍ତାନୀ ପିଛିଲା ନିଷ୍ପତ୍ତି ଜାରି ରହିବ । ୨୦୨୩ ଅଗଷ୍ଟ ୨୫ଠାରୁ ସମ୍ପୃକ୍ତ ବାସୁମତୀ ଚାଉଳ ରପ୍ତାନୀକାରୀକୁ ଆରସିଏସି ସାର୍ଟିଫିକେଟ ପାଇବାକୁ ଆବେଦନ କରିବାକୁ ପଡୁ ନ ଥିଲା । ନୂଆ ବ୍ୟବସ୍ଥାରେ ଏଥି ପାଇଁ ଆବେଦନ ଓ ପଞ୍ଜୀକରଣ କରିବାକୁ ହେବ ।

ସରକାର ବିଶ୍ୱସ୍ତ କ୍ଷେତ୍ରର ରିପୋର୍ଟ ଆଧାରରେ ଜାଣିବାକୁ ପାଇଛନ୍ତି ଯେ ରପ୍ତାନୀକାରୀ ଚାଉଳର ବର୍ଗୀକରଣେରେ ହେରଫେର କରି  ବାସୁମତୀ ନାମରେ ଅଣବାସୁମତୀ ଧଳା ଚାଉଳ ପ୍ରଚୁର ପରିମାଣରେ ବିଦେଶକୁ ରପ୍ତାନୀ କରୁଛନ୍ତି । ଏହା ଫଳରେ ଦେଶରେ ଚାଉଳ ସଙ୍କଟ ସୃଷ୍ଟି ହେଉଛି । ସରକାର ଅଣ ବାସୁମତୀ ଚାଉଳର ରପ୍ତାନୀକୁ ୨୦୨୩ ଜୁଲାଇ ୨୦ରୁ ନିଷିଦ୍ଧ କରିଛନ୍ତି ।ଏବେ କେବଳ ବାସୁମତୀ ଚାଉଳକୁ ରପ୍ତାନୀ ଅନୁମତି ଦିଆଯାଇଛି । ଏହାର ଫାଇଦା ନେଇ ରପ୍ତାନୀକାରୀ ଅଣବାସୁମତୀ ଧଳା ଚାଉଳକୁ ବାସୁମତୀ ଚାଉଳର ଏଚ୍‌ଏସ୍ କୋଡ ଅନୁସାରେ ବିଦେଶକୁ ପଠାଉଛନ୍ତି । ଏବେ କେବଳ ବାସୁମତୀ ଚାଉଳକୁ ‘ଏଚ୍‌ଏସ୍‌୍‌କୋଡ୍‌’ ଅନୁସାରେ ବିଦେଶକୁ ପଠାଯାଉଛି  ।

 ଏବେ ବଜାରକୁ ନୂଆ ବାସୁମତି ଚାଉଳ ଆସିବା ଆରମ୍ଭ କଲାଣି । ନୂଆ ଫସଲ ଆସିଲେ ଏହାର ବଜାର ମୂଲ୍ୟ ସାଧାରଣତଃ ହ୍ରାସ ପାଇଥାଏ । ତେବେ ରପ୍ତାନୀକାରୀ ବାସୁମତୀ ଚାଉଳର ଉପଲବ୍‌ତା ଦେଖି ତାହାରା ଏଫ୍‌ଓବି ଓ ଆରସିଏସି କୋହଳ କରିବାକୁ  ସରକାରଙ୍କ ନିକଟରେ ଆବେଦନ କରିଛନ୍ତି । ସରକାର ଏ ବିଷୟରେ ଚିନ୍ତା କରୁଛନ୍ତି । ଆପେଡା ଦ୍ୱାରା ଯେଉଁ ବାସୁବତୀ ଚାଉଳର ରପ୍ତାନୀ ବ୍ୟବସ୍ଥା କରାଯାଇଛି ତାହାକୁ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଖୁବ୍ ଶୀଘ୍ର ଏ ସମ୍ପର୍କରେ ନୂଆ ରପ୍ତାନୀ ନୀତି ଘୋଷଣା ହେବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ ଦେଶରେ ଏବେ ଚାଉଳ ଅଭାବ ଦେଖା ଦେଇଥିବାରୁ ଏହାର ମୂଲ୍ୟ ଓ ଉପଲବ୍ଧତା ଉପରେ ସରକାର ତୀକ୍ଷଣ ନଜର ରଖିଛନ୍ତି । ତେଣୁ ଅଣ ବାସୁମତିଚାଉଳ ରପ୍ତାନୀକୁ ଅନ୍ୟାଦେଶ ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି । 

 

*****

TKM/SLP



(Release ID: 1967982) Visitor Counter : 61