ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡ. ଏମଏସ୍ ସ୍ୱାମୀନାଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ
प्रविष्टि तिथि:
28 SEP 2023 1:57PM by PIB Bhubaneswar
ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ଏମଏସ୍ ସ୍ୱାମୀନାଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି, ଯେ କି ‘କୃଷି କ୍ଷେତ୍ରରେ ଅଦ୍ଭୁତପୂର୍ବ କାର୍ଯ୍ୟ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇ ଦେଇଛନ୍ତି ଏବଂ ଆମ ଦେଶର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଛନ୍ତି ।’
ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଡ. ଏମଏସ୍ ସ୍ୱାମୀନାଥନଙ୍କ ଦେହାନ୍ତରେ ଗଭୀର ଭାବେ ଦୁଃଖିତ । ଆମ ଦେଶର ଇତିହାସରେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟରେ କୃଷିରେ ତାଙ୍କ ଅଦ୍ଭୂତପୂର୍ବ କାର୍ଯ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇ ଦେଇଛି ଏବଂ ଆମ ଦେଶର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଛି ।
କୃଷିରେ କ୍ରାନ୍ତିକାରୀ ଯୋଗଦାନ ବ୍ୟତୀତ ଡ. ସ୍ୱାମୀନାଥନ ଉଦ୍ଭାବନର ଶକ୍ତିକେନ୍ଦ୍ର ଥିଲେ ଏବଂ ଅନେକଙ୍କ ପାଇଁ ପ୍ରେରଣା ଥିଲେ । ଅନୁସନ୍ଧାନ ଏବଂ ଉଦ୍ୟମ ପ୍ରତି ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଅଗଣିତ ବୈଜ୍ଞାନିକ ଏବଂ ଉଦ୍ଭାବକଙ୍କ ପାଇଁ ଅଲିଭା ଛାପ ଛାଡ଼ିଛି ।
ଡ. ସ୍ୱାମୀନାଥନଙ୍କ ସହ ବାର୍ତ୍ତାଳାପକୁ ମୁଁ ସର୍ବଦା ମନେରଖିବି । ଭାରତ ପ୍ରଗତି କରୁଥିବା ଦେଖିବାକୁ ତାଙ୍କ ଆଗ୍ରହ ଅନୁକରଣୀୟ ଥିଲା ।
ତାଙ୍କ ଜୀବନୀ ଏବଂ କାର୍ଯ୍ୟ ଆସନ୍ତା ପିଢ଼ିକୁ ପ୍ରେରିତ କରିବ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି ।’
SR
(रिलीज़ आईडी: 1962844)
आगंतुक पटल : 113
इस विज्ञप्ति को इन भाषाओं में पढ़ें:
Punjabi
,
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Gujarati
,
Tamil
,
Tamil
,
Telugu
,
Kannada