ଉପରାଷ୍ଟ୍ରପତିଙ୍କ ସଚିବାଳୟ

ରାଜ୍ୟସଭାର 261ତମ ଅଧିବେଶନର ଶୁଭାରମ୍ଭ ଅବସରରେ ଅଧ୍ୟକ୍ଷଙ୍କ ପ୍ରାରମ୍ଭିକ ଉଦବୋଧନ

Posted On: 18 SEP 2023 12:58PM by PIB Bhubaneshwar

ମାନନୀୟ ସଦସ୍ୟଗଣ, ସର୍ବ ପ୍ରଥମେ ରାଜ୍ୟସଭାର 261ତମ ଅଧିବେଶନର ଶୁଭାରମ୍ଭ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

ମାନନୀୟ ସଦସ୍ୟଗଣ, ଏହି ଅଧିବେଶନ “ସମ୍ବିଧାନ ସଭା ଆରମ୍ଭ ହେବା ପରଠାରୁ 75 ବର୍ଷର ସଂସଦୀୟ ଯାତ୍ରା- ଉପଲବ୍ଧି, ଅନୁଭବ, ସ୍ମୃତି ଏବଂ ଶିକ୍ଷା” ଉପରେ ଚିନ୍ତନ ଏବଂ ଆତ୍ମନିରୀକ୍ଷଣ କରିବାର ଏକ ଉପଯୁକ୍ତ ସୁଯୋଗ ଉପଲବ୍ଧ କରାଉଛି ।

ସମ୍ବିଧାନ ସଭାଠାରୁ ନେଇ ଆଜି ଅମୃତକାଳ ପର୍ଯ୍ୟନ୍ତ, ସାତ ଦଶକରୁ ଅଧିକ ଯାତ୍ରା କରି, ଏହି ପବିତ୍ର ପରିସର ଅନେକ କିର୍ତୀମାନର ସାକ୍ଷୀ ହୋଇଛି ।

ମାନନୀୟ ସଦସ୍ୟଗଣ, ଏହି ଯାତ୍ରାରେ 15 ଅଗଷ୍ଟ 1947ର ମଧ୍ୟରାତ୍ରିରେ ‘ଭାଗ୍ୟ ସହିତ ପ୍ରତିଜ୍ଞା’(Tryst with destiny) କରିବା ଠାରୁ ନେଇ 30 ଜୁନ, 2017ର ମଧ୍ୟରାତ୍ରିରେ ଅଭିନବ ଅଗ୍ରଗାମୀ ଜିଏସଟି ବ୍ୟବସ୍ଥାର ଶୁଭାରମ୍ଭ ପର୍ଯ୍ୟନ୍ତ ଅନେକ ଐତିହାସିକ କ୍ଷଣ ଆସିଛି ।

ସମ୍ବିଧାନ ସଭାରେ ତିନିବର୍ଷ ପର୍ଯ୍ୟନ୍ତ ଚାଲିଥିବା ବିଭିନ୍ନ ଅଧିବେଶନରେ ହୋଇଥିବା ବିଚାର- ବିମର୍ଶ ମର୍ଯ୍ୟାଦା ଏବଂ ସୁସ୍ଥ ବିତର୍କର ଉଦାହରଣ ପ୍ରସ୍ତୁତ କରିଛି । ବିବାଦାସ୍ପଦ ଏବଂ ଅତ୍ୟଧିକ ବିଭାଜନକାରୀ ପ୍ରସଙ୍ଗରେ ସର୍ବସମ୍ମତିର ଭାବନା ନେଇ ଆଲୋଚନା କରାଯାଇଛି । ଆମ ସମସ୍ତଙ୍କୁ ଏଥିରୁ ବହୁତ କିଛି ଶିଖିବାକୁ ମିଳିଥାଏ ।

ସୁସ୍ଥ ବିତର୍କ ହେଉଛି ଏକ ପ୍ରଷ୍ଫୁଟିତ ଗଣତନ୍ତ୍ରର ପରିଚୟ । ଆମକୁ ମୁହାଁମୁହିଁ ହେବା ଭଳି ପରିସ୍ଥିତିରୁ ଦୂରେଇ ରହିବା ଉଚିତ । ଏକ ରଣନୀତି ଭାବେ ବ୍ୟାଘାତକୁ ଅସ୍ତ୍ର ଭଳି ପ୍ରୟୋଗ କରିବାକୁ ଲୋକ କେବେ ମଧ୍ୟ ସମର୍ଥନ କରିବେ ନାହିଁ । ଆମ ସମସ୍ତଙ୍କୁ ସମ୍ବିଧାନିକ ଭାବେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପାଳନ କରିବା ପାଇଁ ନିଯୁକ୍ତ କରାଯାଇଛି ଆଉ ଏଥିପାଇଁ ଆମକୁ ଲୋକଙ୍କ ବିଶ୍ୱାସର ଭରସା ଯୋଗ୍ୟ ପାତ୍ର ହେବା ଉଚିତ ଏବଂ ତାହାର ପାଳନ କରିବା ଆବଶ୍ୟକ।

ସାର୍ବଜନିକ ହିତର ସେବା କରିବା ପାଇଁ ସୁଯୋଗ ଏବଂ ସମୟର ସର୍ବୋତମ ଉପଯୋଗ କରିବାର କାର୍ଯ୍ୟ ହେଉଛି ଆମ ଉପରେ ଦେଶର ଦାୟିତ୍ୱ । ମାନନୀୟ ସଦସ୍ୟଗଣ, ଏହା ସ୍ମରଣ କରିବା ଏବଂ ଗୌରବାନ୍ୱିତ କରିବାର ମଧ୍ୟ ହେଉଛି ସୁଯୋଗ :

ଆମର ମହାନ ସ୍ୱାଧୀନତା ସଂଗ୍ରାମୀ ପ୍ରକୃତ ଅର୍ଥରେ ଗଣତାନ୍ତ୍ରିକ ଅଧିକାର ଗୁଡିକ ପାଇଁ ଲଢୁଥିବା ଯୋଦ୍ଧା ଥିଲେ ;

ଆମର ବିଦ୍ୱାନ ସମ୍ବିଧାନ ନିର୍ମାତା ବହୁତ ଦୂରଦର୍ଶୀ ଥିଲେ, ଯେଉଁମାନେ ବହୁତ ବିଚାର- ବିମର୍ଶ ପରେ ଆମକୁ ଏକ ଏଭଳି ସମ୍ବିଧାନ ପ୍ରଦାନ କରିଛନ୍ତି ଯାହା ସମୟର କଷଟି ପଥରରେ ସଠିକ ଭାବେ ଉତୀର୍ଣ୍ଣ ହୋଇଛି ।

ଆମର ରାଜନେତାମାନେ ସର୍ବଦା ସାମ୍ବିଧାନିକ ଆଦର୍ଶ ଗୁଡିକର ସମ୍ମାନ କରିଛନ୍ତି ଏବଂ ତାହାର ପାଳନ କରିଛନ୍ତି ଆଉ ଏହାର ସାର ତତ୍ୱକୁ ଲୋକମାନଙ୍କ ପାଖରେ ପହଂଚାଇ ସମ୍ବିଧାନକୁ ଗଣତାନ୍ତ୍ରିକ କରିଛନ୍ତି ।

ପ୍ରଶାସନିକ ସେବା- ଅମଲାତନ୍ତ୍ର ଯେଉଁମାନେ ଦିନ ରାତି ଏହା ସୁନିଶ୍ଚିତ କରିବାରେ ଲାଗିଛନ୍ତି ଯେ ରାଜ୍ୟର ସରକାରୀ କଳ ସ୍ୱତନ୍ତ୍ର ଏବଂ ନିରପେକ୍ଷ ଭାବେ କାର୍ଯ୍ୟ କରୁ ।

ଆଉ ଅନ୍ତତଃ ଏମାନେ ହେଉଛନ୍ତି ଜନତା ଯେଉଁମାନଙ୍କର ସଂସଦୀୟ ଗଣତନ୍ତ୍ର ଉପରେ ଗଭୀର ଆସ୍ଥା ଏବଂ ଅତୁଟ ବିଶ୍ୱାସ ଏହାକୁ ବଳବତର କରି ରଖିଛି ଆଉ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅସ୍ୱୀକାର କରିବା ଭଳି ପ୍ରୟାସକୁ ପ୍ରତ୍ୟେକ କ୍ଷେତ୍ରରେ ବିଫଳ କରିଛନ୍ତି ।

ଏହି ପ୍ରକାରରେ ଆମର ଗଣତନ୍ତ୍ରର ସଫଳତା, ‘ଆମେ ଭାରତର ଲୋକ’ର ହେଉଛି ଏକ ସାମୂହିକ ପ୍ରୟାସ । ଆଶା ଏହା ଯେ ଆଜିର ଦିନରେ ମାନନୀୟ ସଦସ୍ୟ ସଦନକୁ ସମୃଦ୍ଧ କରିବେ ଏବଂ ବ୍ୟାପକ ସ୍ତରରେ ଲୋକମାନଙ୍କୁ ଆମର 75 ବର୍ଷର ଏହି ଯାତ୍ରା ବିଷୟରେ ଅବଗତ କରାଇବେ ଆଉ ଆଗାମୀ ବର୍ଷଗୁଡ଼ିକ ପାଇଁ ଦୃଷ୍ଟିକୋଣ ପ୍ରକଟ କରିବେ ।

ମାନନୀୟ ସଦସ୍ୟମାନଙ୍କ ଦ୍ୱାରା ସଂସଦ ଭିତରେ ବିବେକ, ହାସ୍ୟ, ବ୍ୟଙ୍ଗ ଏବଂ ଏପରିକି କଡ଼ା ଟିପ୍‌ପଣୀର ଉପଯୋଗ ହେଉଛି ଏକ ସଶକ୍ତ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଅଭିନ୍ନ ଦିଗ । ଆଜିକାଲି ଏଭଳି ହାଲକା- ଫୁଲକା କଥା ଶୁଣିବାକୁ ମିଳୁ ନାହିଁ । ଆଶା କରିବା ଯେ ଆମେ ବିବେକ, ହାସ୍ୟ ଏବଂ ବିଦ୍ୱତାପୂର୍ଣ୍ଣ ବିତର୍କର ପୁନରୁଦ୍ଧାର ଦେଖିବା ।

ସଂସଦର ପବିତ୍ର ପରିସର ବର୍ଷ ବର୍ଷ ଧରି ଉତଥାନ- ପତନ ଦେଖିଛି, ଯାହା ଉପରେ ଆଲୋଚନା କରିବା ଏବଂ ବିଚାର- ବିମର୍ଷ କରିବାର ଆବଶ୍ୟକତା ରହିଛି ଫଳରେ 2047 ରେ ଯେତେବେଳେ ଦେଶ ସ୍ୱାଧୀନତାର ଶତାବ୍ଦୀ ପାଳନ କରିବ, ସେତେବେଳେ ଆମ ଭାରତକୁ ତାହାର ଉଚିତ ସ୍ଥାନରେ ସ୍ଥାପିତ କରାଯାଇ ପାରିବ ।

ଏବେ ମୁଁ ସଂସଦର ମାନନୀୟ ନେତା ଶ୍ରୀ ପିୟୂଷ ଗୋୟଲଙ୍କୁ ‘ସମ୍ବିଧାନ ସଭାରୁ ଆରମ୍ଭ ହେବାକୁ ଥିବା 75 ବର୍ଷର ସଂସଦୀୟ ଯାତ୍ରା- ଉପଲବ୍ଧି, ଅନୁଭବ ସ୍ମୃତି ଏବଂ ଶିକ୍ଷା’ ଉପରେ ଆଲୋଚନା କରିବା ପାଇଁ ଆମନ୍ତ୍ରିତ କରୁଛି ।         

***** 

AH



(Release ID: 1958497) Visitor Counter : 71