କ୍ୟାବିନେଟ
ଡିଜିଟାଲ ରୂପାନ୍ତରଣ ପାଇଁ ଜନସାଂଖ୍ୟିକୀୟ ପରିମାପରେ କାର୍ଯ୍ୟକାରୀ ହୋଇଥିବା ସଫଳ ଡିଜିଟାଲ ସମାଧାନର ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଏବଂ ଆଣ୍ଟିଗୁଆ ଏବଂ ବରବୁଡା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ କ୍ୟାବିନେଟ ଅନୁମୋଦନ କରିଛି
Posted On:
13 SEP 2023 3:25PM by PIB Bhubaneshwar
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଜିଟାଲ ପରିବର୍ତ୍ତନ ପାଇଁ ଜନସାଂଖ୍ୟିକୀୟ ପରିମାପରେରେ କାର୍ଯ୍ୟକାରୀ ସଫଳ ଡିଜିଟାଲ ସମାଧାନର ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତୀୟ ଗଣତନ୍ତ୍ରର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ଆଣ୍ଟିଗୁଆ ଏବଂ ବରବୁଡାର ସୂଚନା, ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା, ୟୁଟିଲିଟି ଏବଂ ଶକ୍ତି ମନ୍ତ୍ରଣାଳୟ ମଧ୍ୟରେ ଜୁନ୍ ୧୩ ତାରିଖରେ ହୋଇଥିବା ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରକୁ ଅନୁମୋଦନ ମିଳିଛି ।
ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଡିଜିଟାଲ ରୂପାନ୍ତରଣମୂଳକ ପଦକ୍ଷେପର କାର୍ଯ୍ୟକାରିତାରେ ଘନିଷ୍ଠ ସହଯୋଗ ଏବଂ ଅଭିଜ୍ଞତା ଏବଂ ଡିଜିଟାଲ ପ୍ରଯୁକ୍ତି ଭିତ୍ତିକ ସମାଧାନ (ଯଥା ଇଣ୍ଡିଆ ଷ୍ଟେକ୍ ) ର ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା । ଏହି ବୁଝାମଣାପତ୍ରରେ ଆଇଟି କ୍ଷେତ୍ରରେ ଉନ୍ନତ ସହଯୋଗର ପରିକଳ୍ପନା କରାଯାଇଛି ଯାହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହି ବୁଝାମଣାପତ୍ର ଉଭୟ ପକ୍ଷଙ୍କ ଦ୍ୱାରା ସ୍ୱାକ୍ଷର ହ୍ୱୋ ଦିନ ଠାରୁ କାର୍ଯ୍ୟକାରୀ ହେବ ଏବଂ ୩ ବର୍ଷ ପାଇଁ ବଳବତ୍ତର ରହିବ ।
ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) କ୍ଷେତ୍ରରେ ଉଭୟ ଏ୨ଏ ଏବଂ ଈ୨ଈ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରାଯିବ । ଏହି ବୁଝାମଣାପତ୍ରରେ ବିଚାର କରାଯାଇଥିବା କାର୍ଯ୍ୟକଳାପଗୁଡିକ ନିମନ୍ତେ ସେମାନଙ୍କ ପ୍ରଶାସନର ନିୟମିତ ପରିଚାଳନା ଆବଣ୍ଟନ ମାଧ୍ୟମରେ ଅର୍ଥ ପ୍ରଦାନ କରାଯିବ ।
ଆଇସିଟି କ୍ଷେତ୍ରରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏମଇଆଇଟିୱାଇ ଅନେକ ଦେଶ ଏବଂ ବହୁପକ୍ଷୀୟ ଏଜେନ୍ସି ସହିତ ସହଯୋଗ କରୁଛି । ଏହି ସମୟ ମଧ୍ୟରେ, ଏମଇଆଇଟିୱାଇ ଆଇସିଟି କ୍ଷେତ୍ରରେ ସହଯୋଗ ଏବଂ ସୂଚନାର ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଦେଶରେ ଥିବା ଏହାର ସମକକ୍ଷ ସଂଗଠନ / ଏଜେନ୍ସି ସହିତ ବୁଝାମଣାପତ୍ର / ରାଜିନାମା ସ୍ୱାକ୍ଷର କରିଛି । ଦେଶକୁ ଡିଜିଟାଲ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ ଯାଇଥିବା ବିଭିନ୍ନ ପଦକ୍ଷେପ ଯଥା ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ ଇତ୍ୟାଦି ସହିତ ଏହା ସମାନ । ଏହି ପରିବର୍ତ୍ତିତ ପରିପ୍ରେକ୍ଷୀରେ ପାରସ୍ପରିକ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ବ୍ୟବସାୟିକ ସୁଯୋଗ ଖୋଜିବା, ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ଏବଂ ଡିଜିଟାଲ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବାର ଆବଶ୍ୟକତା ରହିଛି ।
ଗତ କିଛି ବର୍ଷ ମଧ୍ୟରେ ଭାରତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ)ର କାର୍ଯ୍ୟକାରିତାରେ ନିଜର ନେତୃତ୍ୱ ପ୍ରଦର୍ଶନ କରିଛି ଏବଂ କୋଭିଡ ମହାମାରୀ ସମୟରେ ମଧ୍ୟ ଜନସାଧାରଣଙ୍କୁ ସଫଳତାର ସହ ସେବା ପ୍ରଦାନ କରିଛି । ଫଳରେ ଅନେକ ଦେଶ ଭାରତର ଅନୁଭୂତିରୁ ଶିକ୍ଷା ଗ୍ରହଣ କରିବା ଏବଂ ଭାରତର ଅନୁଭୂତିରୁ ଶିକ୍ଷା ଗ୍ରହଣ କରିବା ପାଇଁ ଭାରତ ସହ ବୁଝାମଣାପତ୍ରରେ ପ୍ରବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ଇଣ୍ଡିଆ ଷ୍ଟେକ୍ ସଲ୍ୟୁସନ୍ ହେଉଛି ଜନସାଂଖ୍ୟିକୀୟ ପରିମାପରେ ଭାରତ ଦ୍ୱାରା ବିକଶିତ ଏବଂ କାର୍ଯ୍ୟକାରୀ ହେଉଥିବା ଡିପିଏଲ୍ଏସ୍ ଯାହା ସାର୍ବଜନୀନ ସେବା ଗୁଡିକର ସୁବିଧା ନେବା ଏବଂ ବିତରଣ ପ୍ରଦାନ କରିବା ପାଇଁ ଏହାର ଉଦ୍ଦେଶ୍ୟ ଅର୍ଥପୂର୍ଣ୍ଣ ସଂଯୋଗ ପ୍ରଦାନ କରିବା, ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ ସର୍ବସାଧାରଣ ସେବା ଗୁଡିକର ନିରବଚ୍ଛିନ୍ନ ପ୍ରବେଶକୁ ସକ୍ଷମ କରିବା । ଏଗୁଡ଼ିକ ଖୋଲା ଜ୍ଞାନକୌଶଳ ଉପରେ ନିର୍ମିତ, ପରସ୍ପର ସହ ଜଡ଼ିତ ଏବଂ ଉଦ୍ୟୋଗ ଏବଂ ଗୋଷ୍ଠୀର ଅଂଶଗ୍ରହଣକୁ ଉପଯୋଗ କରିବା ପାଇଁ ଡିଜାଇନ୍ କରାଯାଇଛି ଯାହା ଉଦ୍ଭାବନକୁ ପ୍ରୋତ୍ସାହିତ କରେ । ତେବେ ଡିପିଆଇ ନିର୍ମାଣରେ ପ୍ରତ୍ୟେକ ଦେଶର ସ୍ୱତନ୍ତ୍ର ଆବଶ୍ୟକତା ଏବଂ ଆହ୍ୱାନ ରହିଛି, ଯଦିଓ ମୌଳିକ କାର୍ଯ୍ୟକାରିତା ସମାନ, ଯାହା ବିଶ୍ୱସ୍ତରୀୟ ସହଯୋଗକୁ ଅନୁମତି ଦେଇଥାଏ ।
SSP
(Release ID: 1957174)
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam