ପୋଷ୍ଟ କରାଯିବା ଦିନାଙ୍କ:
28 AUG 2023 7:04PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷର ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନରେ ଆଲୋଚନା କରିଛନ୍ତି।
ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଜୋହାନ୍ସବର୍ଗରେ ନିକଟରେ ଶେଷ ହୋଇଥିବା ବ୍ରିକ୍ସ ସମ୍ମିଳନୀ ସମେତ ପାରସ୍ପରିକ ଚିନ୍ତାଧାରାର ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ।
ରାଷ୍ଟ୍ରପତି ପୁତିନ 9-10 ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ଯୋଗଦେବାରେ ନିଜର ଅକ୍ଷମତା ବିଷୟରେ ଜଣାଇଥିଲେ ଏବଂ ସୂଚନା ପ୍ରଦାନ କରିଥିଲେ ଯେ ରୁଷର ପ୍ରତିନିଧିତ୍ବ ରୁଷ ବୈଦେଶିକ ମନ୍ତ୍ରୀ ମହାମହିମ ଶ୍ରୀ ସର୍ଗେଇ ଲାଭରୋଭ୍ କରିବେ।
ପ୍ରଧାନମନ୍ତ୍ରୀ ଭାରତର ଜି-20 ଅଧ୍ୟକ୍ଷତା ଅନ୍ତର୍ଗତ ସମସ୍ତ ପଦକ୍ଷେପ ପାଇଁ ରୁଷର ନିରନ୍ତର ସମର୍ଥନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଉଭୟ ନେତା ପରସ୍ପର ସମ୍ପର୍କରେ ରହିବା ପାଇଁ ସହମତି ଜଣାଇଛନ୍ତି।
BS