ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବୃକ୍ଷରୋପଣ ଅଭିଯାନ ସମସ୍ତଙ୍କୁ ପରିବେଶ ଓ ପ୍ରକୃତିର ସଂରକ୍ଷଣ ଦିଗରେ ପ୍ରେରଣା ଯୋଗାଇବ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 AUG 2023 10:03AM by PIB Bhubaneswar

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ଏକ୍ସ ପୋଷ୍ଟରେ  ସୂଚନା ଦେଇଛନ୍ତି ଯେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ‘ଅଲ୍ ଇଣ୍ଡିଆ ଟ୍ରି ପ୍ଲାଣ୍ଟେସନ ଅଭିଯାନ’ରେ ୪ କୋଟି ଚାରା ରୋପଣ କରାଯାଇଛି । ଏହି ଅଭିଯାନ ଦ୍ୱାରା ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବାରୁ ସମସ୍ତ ସିଏପିଏଫମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।

ଶାହଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଚମତ୍କାର ଉପଲବ୍ଧି! ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏହି ବୃକ୍ଷରୋପଣ ଅଭିଯାନ ସମସ୍ତଙ୍କୁ ପରିବେଶ ଓ ପ୍ରକୃତିର ସଂରକ୍ଷଣ ଦିଗରେ ପ୍ରେରଣା ଯୋଗାଇବ ।’

SR


(ରିଲିଜ ଆଡି: 1950430) ପରିଦର୍ଶକ କାଉଣ୍ଟର : 161