ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୭୭ତମ ସ୍ୱାଧୀନତା ଦିବସ ଅବସରରେ ଟେଲିକମ୍ କ୍ଷେତ୍ରରେ ଭାରତ ହାସଲ କରିଥିବା ବିଶାଳ ଅଗ୍ରଗତି ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଅଭିଭାଷଣ କାର୍ଯ୍ୟକ୍ରମର ମୁଖ୍ୟାଂଶ

Posted On: 15 AUG 2023 12:09PM by PIB Bhubaneshwar

ଗୁରୁତ୍ୱପୂର୍ଣ୍ଣ ୭୭ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରି ବୈଷୟିକ କ୍ଷେତ୍ରରେ ଦେଶ ଗ୍ରହଣ କରିଥିବା ଉଲ୍ଲେଖନୀୟ ପଦକ୍ଷେପ ଉପରେ ଆଲୋକପାତ କରିବା ସହ ଡିଜିଟାଲ ସଶକ୍ତ ଭାରତର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।

୧. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ ଭାରତର ଡିଜିଟାଲ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ଦେଶର ଦୁର୍ଗମ ଅଂଚଳର କୋଣଅନୁକୋଣରେ ଇଣ୍ଟରନେଟ୍ ସଂଯୋଗ ପହଞ୍ଚାଇବା ଦିଗରେ ଦ୍ରୁତ ଅଗ୍ରଗତି ଏବଂ ପ୍ରତ୍ୟେକ ଗ୍ରାମରେ ଇଣ୍ଟରନେଟ୍ ସୁବିଧା ପହଂଚି ପାରିବା ଏବଂ ଏହା ଡିଜିଟାଲ ବିପ୍ଳବର ସୁଫଳ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

 

୨. ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, କିପରି ୨୦୧୪ ମସିହା ପୂର୍ବରୁ ଇଣ୍ଟରନେଟ୍ ଡାଟା ଶୁଳ୍କ ହାର ଅତ୍ୟନ୍ତ ମହଙ୍ଗା ଥିଲା ଏବଂ ସେ ଏହାକୁ ବର୍ତ୍ତମାନର ଡାଟା ଶୁଳ୍କ ହାର ସହିତ ତୁଳନା କରି କହିଥିଲେ ଭାରତ ଏବେ ବିଶ୍ୱର ସବୁଠାରୁ ଶସ୍ତା ଇଣ୍ଟରନେଟ୍ ଡାଟା ହାର ନିର୍ଦ୍ଧାରିତ କରିଛି । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ଖର୍ଚ୍ଚ ହ୍ରାସ ଫଳରେ ଦେଶର ପ୍ରତ୍ୟେକ ପରିବାର ପାଇଁ ଯଥେଷ୍ଟ ସଞ୍ଚୟ ହୋଇଛି । 

୩. ଶ୍ରୀ ନରେନ୍ଦ୍ର ମୋଦୀ ୫ଜି ସେବା ପ୍ରଦାନ ଦିଗରେ ଦେଶର ଦ୍ରୁତ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ୫ଜି ସେବା ସୁବିଧା ଦ୍ରୁତ ହୋଇଛି ଏବଂ ଏହା ୭୦୦ରୁ ଅଧିକ ଜିଲ୍ଲାକୁ ପରିସରଭୁକ୍ତ କରିଛି ।

୪. ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୬ଜି ଟେକ୍ନୋଲୋଜି ଆଡକୁ ଅଗ୍ରସର ହେବାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଏହି ପଦକ୍ଷେପକୁ ଆଗକୁ ନେବା ପାଇଁ ଏକ ଉତ୍ସର୍ଗୀକୃତ ଟାସ୍କ ଫୋର୍ସ ଗଠନ ବିଷୟରେ ମଧ୍ୟ କହିଥିଲେ ।

ପୃଷ୍ଠଭୂମି –

■ ବିଶ୍ୱରେ ଦ୍ରୁତ ଗତିରେ ଆରମ୍ଭ ହେଉଛି ୫ଜି ସେବା । ୭୦୦ରୁ ଅଧିକ ଜିଲ୍ଲାରେ ୫ଜି ସେବା ଉପଲବ୍ଧ ରହିଛି । ୨୦୧୪ ରୁ ଦୈନିକ ୫୦୦ ବିଟିଏସ୍ (୩ଜି/୪ଜି) ସ୍ଥାପନ କରାଯାଉଥିବା ବେଳେ ଦୈନିକ ପ୍ରାୟ ୧୦ ସାଇଟ୍ ହାରରେ ୫ଜି ସାଇଟ୍ ସ୍ଥାପନ କରାଯାଉଛି ।

■ ଦ୍ରୁତ ଗତି ସମ୍ପନ୍ନ ବ୍ରଡବ୍ୟାଣ୍ଡ ସେବାକୁ ସକ୍ଷମ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ୫ଜି ନେଟୱାର୍କକୁ ଦ୍ରୁତ ଗତିରେ ଆରମ୍ଭ କରାଯାଇଛି ।

■ ୬ଜି ମାନକର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଭାରତ ୬ଜି ଭିଜନ' ଡକ୍ୟୁମେଣ୍ଟର ଉନ୍ମୋଚନ କରିଥିଲେ, ଟେଲିକମ୍ ବିଭାଗ ‘ଭାରତ ୬ଜି ଆଲାଏନ୍ସ' ନାମକ ଏକ ଟାସ୍କଫୋର୍ସ ଗଠନ କରି ସାରିଛି ।

■ ଭାରତ ୪ଜିରେ ବିଶ୍ୱକୁ ଅନୁସରଣ କରିଥିଲା, ୫ଜିରେ ବିଶ୍ୱ ସହ ଯାତ୍ରା କରୁଛି ଏବଂ ବର୍ତ୍ତମାନ ୬ଜି କ୍ଷେତ୍ରରେ ସମଗ୍ର ବିଶ୍ୱରେ ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିଛି ।

■ ମୋବାଇଲ୍ ଡାଟା ଶୁଳ୍କ ପ୍ରତି ଜିବି ପିଛା ୨୬୯ ଟଙ୍କା (୨୦୧୪) ରୁ ପ୍ରତି ଜିବି ପିଛା ୧୦.୧ ଟଙ୍କା (୨୦୨୩)କୁ ହ୍ରାସ ପାଇଛି । ମୋବାଇଲ୍ ସେବା ପାଇଁ ଶୁଳ୍କ ପରିମାଣ ଦ୍ରୁତ ଗତିରେ ହ୍ରାସ ପାଇଛି ।

■ ଭାରତରେ ହାରାହାରି ଡାଟା ଶୁଳ୍କ (ପ୍ରତି ଜିବି ପିଛା) ତୃତୀୟ ସର୍ବନିମ୍ନ ରହିଛି ।

■ ଉତ୍ତର - ପୂର୍ବାଞ୍ଚଳ, ସୀମାନ୍ତ ଅଞ୍ଚଳ, ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ପ୍ରଭାବିତ ଅଞ୍ଚଳ, ଆକାଂକ୍ଷୀ ଜିଲ୍ଲା ଏବଂ ଅନ୍ୟାନ୍ୟ ଦୁର୍ଗମ ସ୍ଥାନ ପାଇଁ ଆମ ଦ୍ୱୀପପୁଞ୍ଜରେ ଗୁଣାତ୍ମକ ଟେଲିକମ୍ ସଂଯୋଗ ଏବଂ ଭିତ୍ତିଭୂମି ଯୋଗାଇବା ଦିଗରେ ବିଶେଷ ପ୍ରୟାସ କରାଯାଇଛି ।

■ ୧,୨୨୪ କୋଟି ଟଙ୍କା ବ୍ୟୟରେ ସମୁଦ୍ର ତଳେ ଥିବା ଚେନ୍ନାଇ - ଆଣ୍ଡାମାନ ଓ ନିକୋବର (ସିଆଇଆଇ) ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୦, ୨୦୨୦ରେ କାର୍ଯ୍ୟକ୍ଷମ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

■ ସାଟେଲାଇଟ୍ ବ୍ୟାଣ୍ଡୱିଡ୍‌ଥ ବୃଦ୍ଧି ସହିତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଟେଲିକମ୍ ନେଟୱାର୍କକୁ ଆହୁରି ବୃଦ୍ଧି କରାଯାଇଛି ।

■ ୧୦୭୨ କୋଟି ଟଙ୍କା ବ୍ୟୟରେ କୋଚି - ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜକୁ ସମୁଦ୍ର ତଳ ଓଏଫସି ସଂଯୋଗ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି ଏବଂ ପରୀକ୍ଷଣ ଉଦ୍ଦେଶ୍ୟରେ ପରୀକ୍ଷଣ ଆରମ୍ଭ କରାଯାଇଛି । ଏହା ସମ୍ପୂର୍ଣ୍ଣ ହେଲେ, ଏହା କୋଚି ଏବଂ ୧୧ଟି ଦ୍ୱୀପ ମଧ୍ୟରେ ୧୦୦ ଜିବିପିଏସ୍ ପ୍ରଦାନ କରିବ ।

■ ସମୁଦାୟ ୨୬,୩୧୬ କୋଟି ଟଙ୍କା ବ୍ୟୟରେ ସମଗ୍ର ଦେଶରେ ୪ଜି ମୋବାଇଲ୍ ସେବା କାର୍ଯ୍ୟକାରୀ ହୋଇଛି ।

■ ସୁଦୂର ଓ ଦୁର୍ଗମ ଅଂଚଳରେ ଥିବା ୨୪,୬୮୦ ଟି ଗ୍ରାମରେ ଏହି ପ୍ରକଳ୍ପ ଦ୍ୱାରା ୪ଜି ମୋବାଇଲ ସେବା ଉପଲବ୍ଧ ହେବ ।

 SSP



(Release ID: 1949166) Visitor Counter : 75