ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ
azadi ka amrit mahotsav

ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ନ୍ୟାୟିକ ବ୍ୟବସ୍ଥା

ପୋଷ୍ଟ କରାଯିବା ଦିନାଙ୍କ: 04 AUG 2023 3:56PM by PIB Bhubaneswar

ଭାରତୀୟ ସମ୍ବିଧାନ ଅନ୍ତର୍ଗତ ନ୍ୟାୟପାଳିକା ଏକ ସ୍ୱତନ୍ତ୍ର ଅଙ୍ଗ । ଏହି ପ୍ରକାରରେ, ଅଦାଲତରେ ଆବେଦନକାରୀଙ୍କ ଉପସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ଅଭ୍ୟାସ ନିୟମ ଏବଂ ପ୍ରକ୍ରିୟାକୁ ଅଦାଲତ ନିଜେ ପ୍ରସ୍ତୁତ କରିଥାନ୍ତି । ଭାରତୀୟ ସମ୍ବିଧାନର ଧାରା ୧୪୫ ଓ ୨୨୫ ଅନୁଯାୟୀ ସେମାନଙ୍କୁ ଦିଆଯାଇଥିବା କ୍ଷମତାର ବ୍ୟବହାର କରି ସୁପ୍ରିମ କୋର୍ଟ ଓ ହାଇକୋର୍ଟ ଅଦାଲତର ଅଭ୍ୟାସ ଓ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ପାଇଁ ନିୟମ ପ୍ରଣୟନ କରିଥାନ୍ତି । ଏହି ମାମଲାରେ କେନ୍ଦ୍ର ସରକାରଙ୍କ କୌଣସି ପ୍ରତ୍ୟକ୍ଷ ଭୂମିକା ନାହିଁ ।

ନ୍ୟାୟପାଳିକାର ସ୍ୱାଧୀନତା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରତିଶ୍ରୁତିବଦ୍ଧ ଏବଂ ନ୍ୟାୟ ପ୍ରଦାନରେ ସହାୟତା କରିବା ପାଇଁ ଏକ ଅନୁକୂଳ ବାତାବରଣ ପ୍ରଦାନ କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି । ନ୍ୟାୟପାଳିକାକୁ ନ୍ୟାୟ ପ୍ରଦାନ କାର୍ଯ୍ୟରେ ସହାୟତା କରିବା ପାଇଁ ସରକାର ଏକ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଯେଉଁଥିରେ ଅନ୍ୟାନ୍ୟ ବିଷୟ ବ୍ୟତୀତ ଅଦାଲତ ପାଇଁ ଉନ୍ନତ ଭିତ୍ତିଭୂମି, କମ୍ପ୍ୟୁଟରୀକରଣ, ନ୍ୟାୟିକ ଅଧିକାରୀ/ ବିଚାରପତିଙ୍କ ସଂଖ୍ୟାରେ ବୃଦ୍ଧି, ଅତ୍ୟଧିକ ମାମଲା ପ୍ରବଣ କ୍ଷେତ୍ରରେ ନୀତି ଏବଂ ଆଇନଗର ପଦକ୍ଷେପ ଏବଂ ମାନବ ସମ୍ବଳ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକାଧିକ ପଦକ୍ଷେପର ବିବରଣୀ ଏହି ପ୍ରକାରର ଅଟେ:-

୧. ନ୍ୟାୟିକ ଭିତ୍ତିଭୂମି ପାଇଁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧିନରେ, କୋର୍ଟ ହଲ୍ ନିର୍ମାଣ ପାଇଁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପାଣ୍ଠି ପ୍ରଦାନ କରାଯାଇଛି, ନ୍ୟାୟିକ ଅଧିକାରୀଙ୍କ ପାଇଁ ଆବାସିକ କ୍ୱାର୍ଟର୍ସ, ଓକିଲହଲ, ଶୌଚାଳୟ ପରିସର ଏବଂ ଡିଜିଟାଲ କମ୍ପ୍ୟୁଟର ରୁମ୍ ଯାହା ଓକିଲ ଏବଂ ଆବେଦନକାରୀଙ୍କ ଜୀବନକୁ ସହଜ କରିବ, ଯାହା ଦ୍ୱାରା ନ୍ୟାୟ ପ୍ରଦାନରେ ସହାୟକ ହେବ । ନ୍ୟାୟପାଳିକା ପାଇଁ ଭିତ୍ତିଭୂମିର ସୁବିଧା ବିକାଶ ପାଇଁ ୧୯୯୩-୯୪ ମସିହାରେ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ଆରମ୍ଭ ହେବା ପରଠାରୁ ଆଜି ସୁଦ୍ଧା ୧୦୦୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ୩୦.୦୬.୨୦୨୩ ସୁଦ୍ଧା କୋର୍ଟ ହଲ ସଂଖ୍ୟା ୧୫,୮୧୮ ଥିବାବେଳେ ୩୦.୦୬.୨୦୨୩ ସୁଦ୍ଧା ଏହା ୨୧,୩୬୫କୁ ବୃଦ୍ଧି ପାଇଛି ଏବଂ ଏହି ଯୋଜନା ଅଧିନରେ ଆବାସିକ ୟୁନିଟ ସଂଖ୍ୟା ୩୦.୦୬.୨୦୧୪ ସୁଦ୍ଧା ୧୦,୨୧୧ରୁ ବୃଦ୍ଧି ପାଇ ୩୦.୦୬.୨୦୨୩ ସୁଦ୍ଧା ୧୮,୮୪୬କୁ ବୃଦ୍ଧି ପାଇଛି ।

୨. ଏହାବ୍ୟତୀତ ଇ-କୋର୍ଟ ମିଶନ ମୋଡ୍ ପ୍ରୋଜେକ୍ଟ ଅଧିନରେ, ଜିଲ୍ଲା ଓ ଅଧିନସ୍ତ ଅଦାଲତର ଆଇଟି ସକ୍ଷମତା ପାଇଁ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି)ର ଉପଯୋଗ କରାଯାଇଛି । ବର୍ତ୍ତମାନ ସୁଦ୍ଧା କମ୍ପ୍ୟୁଟରୀକୃତ ଜିଲ୍ଲା ଏବଂ ଅଧିନସ୍ତ ଅଦାଲତ ସଂଖ୍ୟା ୧୮,୭୩୫କୁ ବୃଦ୍ଧି ପାଇଛି । ୯୯.୪ ପ୍ରତିଶତ ଅଦାଲତ ପରିସରରେ ଡବ୍ଲୁଏଏନ ସଂଯୋଗ ପ୍ରଦାନ କରାଯାଇଛି । ୩,୨୪୦ଟି ଅଦାଲତ ପରିସର ଏବଂ ୧,୨୭୨ଟି ଜେଲ ମଧ୍ୟରେ ଭିଡିଓ କନଫରେନ୍ସିଂ ସୁବିଧା ସକ୍ଷମ କରାଯାଇଛି । କୋର୍ଟ ପରିସରରେ ୮୧୫ଟି ଇ-ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ ମାମଲାର ସ୍ଥିତି, ରାୟ/ଆଦେଶ ପାଇବା, ଅଦାଲତ / ମାମଲା ସମ୍ବନ୍ଧୀୟ ସୂଚନା ଏବଂ ଇ-ଫାଇଲିଂ ସୁବିଧା ଠାରୁ ଆରମ୍ଭ କରି ସହାୟତା ଆବଶ୍ୟକ କରୁଥିବା ଆଇନଜୀବୀ ଓ ଆବେଦନକାରୀଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯାଇଛି । ୧୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୨ଟି ଆଭାସୀ ଅଦାଲତ ପ୍ରତିଷ୍ଠା କରାଯାଇଛି । ୩୧.୦୫.୨୦୨୩ ସୁଦ୍ଧା ଏହି ଅଦାଲତମାନେ ୩,୧୧୩ କୋଟିରୁ ଅଧିକ ମାମଲା ପରିଚାଳନା କରିଛନ୍ତି ଏବଂ ଟଙ୍କା ଆକାରରେ ମଧ୍ୟ ୪୦୮ କୋଟିରୁ ଅଧିକ ଜରିମାନା ଆଦାୟ କରିଛନ୍ତି । ଇ-କୋର୍ଟ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ବ୍ଲକ୍ ଚେନ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇ ନ୍ୟାୟ ପ୍ରଦାନକୁ ଅଧିକ ସୁଦୃଢ଼, ସହଜ ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ଉପକୃତ କରାଯିବ ।

୩. ଉଚ୍ଚ ନ୍ୟାୟପାଳିକାରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ସରକାର ନିୟମିତ ପୂରଣ କରୁଛନ୍ତି । ୦୧.୦୫.୨୦୧୪ରୁ ୧୦.୦୭.୨୦୨୩ ମଧ୍ୟରେ ସୁପ୍ରିମ କୋର୍ଟରେ ୫୬ ଜଣ ବିଚାରପତି ନିଯୁକ୍ତ ହୋଇଛନ୍ତି । ହାଇକୋର୍ଟରେ ୯୧୯ ଜଣ ନୂଆ ବିଚାରପତି ନିଯୁକ୍ତ ହୋଇଥିବା ବେଳେ ୬୫୩ ଜଣ ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ କରାଯାଇଛି । ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସ୍ୱୀକୃତ ସଦସ୍ୟ ସଂଖ୍ୟା ୨୦୧୪ ମେ’ ମାସରେ ୯୦୬ ଥିବାବେଳେ ବର୍ତ୍ତମାନ ଏହା ୧୧୧୪ ବୃଦ୍ଧି ପାଇଛି। ଜିଲ୍ଲା ଓ ଅଧିନସ୍ତ ଅଦାଲତରେ ବିଚାର ବିଭାଗୀୟ ଅଧିକାରୀଙ୍କ ମଞ୍ଜୁରୀପ୍ରାପ୍ତ ଏବଂ କାର୍ଯ୍ୟକାରୀ କ୍ଷମତା ସଂଖ୍ୟାରେ ନିମ୍ନାନୁସାରେ ବୃଦ୍ଧି ପାଇଛି:-

        

ତେବେ ଅଧିସ୍ତନ ନ୍ୟାୟପାଳିକାରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ସମ୍ପୃକ୍ତ ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ଅଧିନରେ ଆସୁଛି ।

୪. ୨୦୧୫ ଏପି୍ରଲ ମାସରେ ଅନୁଷ୍ଠିତ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ପାରିତ ସଂକଳ୍ପ ଅନୁଯାୟୀ ୫ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଥିବା ମାମଲାର ସମାଧାନ ପାଇଁ ସମସ୍ତ ୨୫ଟି ହାଇକୋର୍ଟରେ ବକେୟା କମିଟି ମାନ ଗଠନ କରାଯାଇଛି । ଜିଲ୍ଲା ଅଦାଲତ ଅଧିନରେ ମଧ୍ୟ ବକେୟା କମିଟି ଗଠନ କରାଯାଇଛି ।

୫. ଚତୁର୍ଦଶ ଅର୍ଥ କମିଶନଙ୍କ ତତ୍ତ୍ୱାବଧାନରେ ସରକାର, ଜଘନ୍ୟ ଅପରାଧ ମାମଲାର ଶୁଣାଣି ପାଇଁ ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରିଛନ୍ତି । ବରିଷ୍ଠ ନାଗରିକ, ମହିଳା, ଶିଶୁ ଇତ୍ୟାଦିଙ୍କ ସହ ଜଡ଼ିତ ମାମଲା ୩୧.୦୫.୨୦୨୩ ସୁଦ୍ଧା ଜଘନ୍ୟ ଅପରାଧ, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଇତ୍ୟାଦି ପାଇଁ ୮୩୨ଟି ଫାଷ୍ଟଟ୍ରାକ କୋର୍ଟ କାର୍ଯ୍ୟ କରୁଛି । ନିର୍ବାଚିତ ସାଂସଦ/ବିଧାୟକଙ୍କ ସହ ଜଡ଼ିତ ଅପରାଧିକ ମାମଲାକୁ ତ୍ୱରାନ୍ୱିତ କରିବା ପାଇଁ ୯ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ୧୦ ସ୍ୱତନ୍ତ୍ର ଅଦାଲତ କାର୍ଯ୍ୟ କରୁଛି । ଆଇପିସି ଅଧିନରେ ଦୁଷ୍କର୍ମ ମାମଲା ଏବଂ ପୋକ୍ସୋ ଆଇନ ଅଧିନରେ ଅପରାଧର ତ୍ୱରିତ ସମାଧାନ ପାଇଁ ସାରା ଦେଶରେ ୧୦୨୩ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ (ଏଫଟିଏଫସି) ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୮ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏହି ଯୋଜନାରେ ସାମିଲ ହୋଇଛନ୍ତି ।

୬. ଦୀର୍ଘଦିନରୁ ପଡ଼ି ରହିଥିବା ମାମଲାଗୁଡ଼ିକୁ କମ୍ କରିବା ଏବଂ ଅଦାଲତରେ ଆସୁଥିବା ବାଧାଗୁଡ଼ିକୁ ଦୂର କରିବା ଉଦେଶ୍ୟରେ ସରକାର ନିକଟରେ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟସ (ସଂଶୋଧନ) ଆଇନ ୨୦୧୮, ବାଣିଜି୍ୟକ ଅଦାଲତ (ସଂଶୋଧନ) ଆଇନ ୨୦୧୮, ନିର୍ଦିଷ୍ଟ ରିଲିଫ (ସଂଶୋଧନ) ଆଇନ ୨୦୧୮, ମଧ୍ୟସ୍ଥତା ଓ ବୁଝାମଣା (ସଂଶୋଧନ) ଆଇନ ୨୦୧୯ ଏବଂ ଅପରାଧିକ ଆଇନ (ସଂଶୋଧନ) ଆଇନ ୨୦୧୮ ଭଳି ବିଭିନ୍ନ ଆଇନରେ ସଂଶୋଧନ କରିଛନ୍ତି ।

୭. ବିକଳ୍ପ ବିବାଦ ସମାଧାନ ପଦ୍ଧତିକୁ ପୁରା ହୃଦୟରୁ ପ୍ରୋତ୍ସାହିତ କରାଯାଇଛି । ତଦନୁଯାୟୀ ବାଣିଜି୍ୟକ ଅଦାଲତ ଅଧିନିୟମ ୨୦୧୫ରେ ସଂଶୋଧନ କରାଯାଇ ବାଣିଜ୍ୟିକ ବିବାଦ କ୍ଷେତ୍ରରେ ପ୍ରାକ୍ ଅନୁଷ୍ଠାନ ମଧ୍ୟସ୍ଥତା ଏବଂ ସମାଧାନ (ପିଆଇଏମଏସ) ବାଧ୍ୟତାମୂଳକ କରାଯାଇଥିଲା । ସମୟସୀମା ନିର୍ଦ୍ଧାରଣ କରି ବିବାଦର ତ୍ୱରିତ ସମାଧାନକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟସ୍ଥତା ଏବଂ ବୁଝାମଣା (ସଂଶୋଧନ) ଆଇନ, ୨୦୧୫ ଦ୍ୱାରା ମଧ୍ୟସ୍ଥତା ଏବଂ ବୁଝାମଣା ଆଇନ ୧୯୯୬ରେ ସଂଶୋଧନ କରାଯାଇଛି ।

୮. ଲୋକ ଅଦାଲତ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଯାହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ । ଏହା ଏକ ମଞ୍ଚ ଯେଉଁଠାରେ ଅଦାଲତରେ କିମ୍ବା ପ୍ରାକ୍ ମାମଲା ସ୍ତରରେ ବିଚାରାଧୀନ ଥିବା ବିବାଦ/ମାମଲାଗୁଡ଼ିକର ଆପୋସ ବୁଝାମଣାରେ ସମାଧାନ/ ବୁଝାମଣା କରାଯାଏ । ଆଇନ ସେବା ପ୍ରାଧିକରଣ (ଏଲଇଏସ) ଅଧିନିୟମ ୧୯୮୭ ଅନୁଯାୟୀ ଲୋକ ଅଦାଲତ ଦ୍ୱାରା ଦିଆଯାଇଥିବା ଏକ ରାୟକୁ ସିଭିଲ ଅଦାଲତରେ ଆଦେଶ ଭାବରେ ବିବେଚନା କରାଯାଏ ଏବଂ ଏହା ସମସ୍ତ ପକ୍ଷଙ୍କ ପାଇଁ ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ଅଟେ ଏବଂ ଏହା ବିରୋଧରେ କୌଣସି ଅଦାଲତରେ ଆବେଦନ କରାଯାଏ ନାହିଁ । ଲୋକ ଅଦାଲତ ଏକ ସ୍ଥାୟୀ ପ୍ରତିଷ୍ଠାନ ନୂହେଁ । ପୂର୍ବ ନିର୍ଦ୍ଧାରିତ ତାରିଖରେ ସମସ୍ତ ତାଲୁକ, ଜିଲ୍ଲା ଓ ଉଚ୍ଚ ନ୍ୟାୟାଳରେ ଏକା ସାଙ୍ଗରେ ଜାତୀୟ ଲୋକ ଅଦାଲତ ଆୟୋଜନ କରାଯାଇଥାଏ । ଗତ ତିନି ବର୍ଷ ମଧ୍ୟରେ ଲୋକ ଅଦାଲତରେ ବିଚାରାଧୀନ ମାମଲାର ବିବରଣୀ ଏହି ପ୍ରକାରର ଅଟେ-

୯. ସରକାର ୨୦୧୭ ମସିହାରେ ଟେଲି- ଲ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯେଉଁଥିରେ ଗ୍ରାମ ପଞ୍ଚାୟତରେ ଥିବା ସାଧାରଣ ସେବା କେନ୍ଦ୍ର (ଇଏସସିଏସ)ରେ ଉପଲବ୍ଧ ଭିଡିଓ କନଫରେନ୍ସିଂ, ଟେଲିଫୋନ ଏବଂ ଚାଟ୍ ସୁବିଧା ଏବଂ ଟେଲି- ଲ’ମୋବାଇଲ ଆପ୍ ମାଧ୍ୟମରେ ଆଇନଗତ ପରାମର୍ଶ ଏବଂ ପ୍ୟାନେଲ୍ ଓକିଲଙ୍କ ସହ ପରାମର୍ଶ ଲୋଡ଼ିବା ପାଇଁ ଅସହାୟ ଏବଂ ଅବହେଳିତ ବର୍ଗଙ୍କୁ ସଂଯୋଗ କରିବା ପାଇଁ ଏକ ପ୍ରଭାବଶାଳୀ ଏବଂ ନିର୍ଭରଯୋଗ୍ୟ ଇ-ଇଣ୍ଟରଫେସ ପ୍ଲାଟଫର୍ମ ପ୍ରଦାନ କରାଯାଇଥିଲା ।

*ଟେଲି-ଲ’ଡାଟାର ପ୍ରତିଶତ ଭିତ୍ତିରେ ବିବରଣୀ

୧୦. ଦେଶରେ ପ୍ରୋ-ବୋନୋ ସଂସ୍କୃତି ଏବଂ ପ୍ରୋ-ବୋନୋ ଓକିଲଙ୍କୁ ଆନୁଷ୍ଠାନିକ ରୂପ ଦେବା ପାଇଁ ପ୍ରୟାସ କରାଯାଇଛି। ଏକ ବୈଷୟିକ ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଯେଉଁଠାରେ ସ୍ୱେଚ୍ଛାସେବୀ ଭାବରେ ପ୍ରୋ-ବୋନୋ କାର୍ଯ୍ୟ ପାଇଁ ସେମାନଙ୍କର ସମୟ ଏବଂ ସେବା ପ୍ରଦାନ କରୁଥିବା ଓକିଲମାନେ ନ୍ୟାୟ ବନ୍ଧୁ (ଆଣ୍ଡ୍ରଏଡ ଏବଂ ଆଇଓଏସ ଏବଂ ଆପ୍ସ)ରେ ପ୍ରୋ-ବୋନୋ ଆଡଭୋକେଟ୍ ଭାବରେ ପଞ୍ଜୀକରଣ କରିପାରିବେ । ନ୍ୟାୟ ବନ୍ଧୁ ସେବା ମଧ୍ୟ ଉମଙ୍ଗ ପ୍ଲାଟଫର୍ମରେ ଉପଲବ୍ଧ । ରାଜ୍ୟସ୍ତରରେ ୨୧ଟି ହାଇକୋର୍ଟରେ ଆଇନଜୀବୀଙ୍କୁ ପ୍ରୋ-ବୋନୋ ପ୍ୟାନେଲ ଆରମ୍ଭ ହୋଇଛି । ଉଦୀୟମାନ ଆଇନଜୀବୀଙ୍କ ମଧ୍ୟରେ ପ୍ରୋ-ବୋନୋ ସଂସ୍କୃତି ସୃଷ୍ଟି କରିବା ପାଇଁ ୬୯ଟି ବଛାବଛା ଆଇନ ବିଦ୍ୟାଳୟରେ ପ୍ରୋ-ବୋନୋ କ୍ଲବ ଆରମ୍ଭ କରାଯାଇଛି ।

ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏହି ସୂଚନା ଦେଇଛନ୍ତି ।

 

*********

NS/MB

 


(ରିଲିଜ ଆଡି: 1946127) ପରିଦର୍ଶକ କାଉଣ୍ଟର : 112
ଏହି ରିଲିଜ ପଢନ୍ତୁ : English , Urdu