ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁଲାଇ ୪ ତାରିଖରେ ପୁଟ୍ଟପର୍ତ୍ତି ଠାରେ ସାଇ ହୀରା ଗ୍ଲୋବାଲ କନଭେନସନ୍ ସେଣ୍ଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Posted On: 03 JUL 2023 6:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୪ ତାରିଖ ପୂର୍ବାହ୍ନ ୧୦.୩୦ ରେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତି ଠାରେ ସାଇ ହୀରା ଗ୍ଲୋବାଲ କନଭେନସନ୍ ସେଣ୍ଟରର ଉଦଘାଟନ କରିବେ । ଏହି ଉଦଘାଟନୀ ସମାରୋହରେ ବିଶ୍ୱର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିବ ।

ଶ୍ରୀ ସତ୍ୟ ସାଇ ସେଣ୍ଟ୍ରାଲ ଟ୍ରଷ୍ଟ ପୁଟ୍ଟପର୍ତ୍ତିର୍ର ପ୍ରସନ୍ନ ନୀଳୟମ ଠାରେ ସାଇ ହୀରା ଗ୍ଲୋବାଲ କନଭେନସନ୍ ସେଣ୍ଟର ର୍ନିମାଣ କରିଛି । ପ୍ରସନ୍ନ ନୀଳୟମ୍ ହେଉଛି ଶ୍ରୀ ସତ୍ୟ ସାଇ ବାବାଙ୍କର ମୁଖ୍ୟ ଆଶ୍ରମ । ପରୋପକାରୀ ଶ୍ରୀ ରିୟୁକୋ ହୀରାଙ୍କ ଦ୍ୱାରା ଦାନ କରାଯାଇଥିବା ଏହି କନଭେନସନ ସେଣ୍ଟର ସାଂସ୍କୃତିକ ଆଦାନ ପ୍ରଦାନ, ଆଧ୍ୟାତ୍ମିକତା ଏବଂ ବିଶ୍ୱ ସମନ୍ୱୟକୁ ପ୍ରୋତ୍ସାହିତ କରିବାର ଦୃଷ୍ଟିକୋଣର ପ୍ରମାଣ ଅଟେ । ବିଭିନ୍ନ ପୃଷ୍ଠଭୂମିର ବିଶିଷ୍ଟ ବ୍ୟକ୍ତିମାନେ ଏକତ୍ରିତ ହେବା, ଯୋଡି ହେବା ଏବଂ ଶ୍ରୀ ସତ୍ୟ ସାଇ ବାବାଙ୍କ ଶିକ୍ଷା ଅନୁସନ୍ଧାନ କରିବା ପାଇଁ ଏହା ଏକ ଉନ୍ନତ ପରିବେଶ ଯୋଗାଇବ ।  ଏହାର ବିଶ୍ୱ ସ୍ତରୀୟ ସୁବିଧା ଏବଂ ଭିତ୍ତିଭୂମି ସମ୍ମିଳନୀ, ଆଲୋଚନାଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସହଜ କରିବ, ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆଲୋଚନା ଏବଂ ବୁଝାମଣାକୁ ବୃଦ୍ଧି କରିବ । ଏହି ବିଶାଳ ସୌଧ ପରିସରରେ ଧ୍ୟାନ ଗୃହ, ଶାନ୍ତି ଉଦ୍ୟାନ ଏବଂ ରହିବା ପାଇଁ ସୁବିଧା ମଧ୍ୟ ରହିଛି ।

HS



(Release ID: 1937182) Visitor Counter : 87