ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିଶନ ଅମୃତ ସରୋବରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
05 APR 2023 11:00AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମିଶନ ଅମୃତ ସରୋବରକୁ ପ୍ରଶଂସା କରିବା ସହ କହିଛନ୍ତି ଯେଉଁ ଗତିରେ ସାରା ଦେଶରେ ଅମୃତ ସରୋବର ନିର୍ମାଣ ଚାଲିଛି ତାହା ଅମୃତ କାଳରେ ଆମ ସଂକଳ୍ପକୁ ନୂତନ ଶକ୍ତିରେ ଭରି ଦେବ ।
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ୪୦ ହଜାରରୁ ଅଧିକ ଅମୃତ ସରୋବର ଜାତି ଉଦ୍ଦେଶ୍ୟରେ ସମର୍ପିତ ହୋଇସାରିଛି । ଅଗଷ୍ଟ ୧୫,୨୦୨୩ ସୁଦ୍ଧା ୫୦ ହଜାର ଅମୃତ ସରୋବର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ହାର୍ଦ୍ଦିକ ଅଭିନନ୍ଦନ! ଯେଉଁ ଗତିରେ ସାରା ଦେଶରେ ଅମୃତ ସରୋବର ନିର୍ମାଣ ଚାଲିଛି ତାହା ଅମୃତ କାଳରେ ଆମ ସଂକଳ୍ପକୁ ନୂତନ ଶକ୍ତିରେ ଭରି ଦେବ ।”
SR
(रिलीज़ आईडी: 1913984)
आगंतुक पटल : 165
इस विज्ञप्ति को इन भाषाओं में पढ़ें:
Bengali
,
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada