ରେଳ ମନ୍ତ୍ରଣାଳୟ
ଭାରତୀୟ ରେଳରେ 11 ଲକ୍ଷରୁ ଅଧିକ କର୍ମଚାରୀ ଅଛନ୍ତି
ଭାରତୀୟ ରେଳକୁ ଘରୋଇକରଣ କରିବାର କୌଣସି ପ୍ରସ୍ତାବ ନାହିଁ - ଶ୍ରୀ ଅଶ୍ୱିନୀ ବୈଷ୍ଣବ
ପୋଷ୍ଟ କରାଯିବା ଦିନାଙ୍କ:
29 MAR 2023 4:26PM by PIB Bhubaneshwar
ଭାରତୀୟ ରେଳରେ 01.02.2023 ସୁଦ୍ଧା ମୋଟ 11,75,925 କର୍ମଚାରୀ ଅଛନ୍ତି।
ଭାରତୀୟ ରେଳକୁ ଘରୋଇକରଣ କରିବାର କୌଣସି ପ୍ରସ୍ତାବ ନାହିଁ। ଦ୍ରୁତ ବିକାଶ ଏବଂ ଟ୍ରାକର ସମାପ୍ତି, ରୋଲିଂ ଷ୍ଟକ୍ ଉତ୍ପାଦନ ଏବଂ ଯାତ୍ରୀବାହୀ ମାଲ ପରିବହନ ସେବା ଯୋଗାଇବା ପାଇଁ, ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ର ବିଭିନ୍ନ ଯୋଜନା ଅନ୍ତର୍ଗତ ରେଳ ମନ୍ତ୍ରଣାଳୟ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଥାଏ। ଏଥିରେ ନେଟୱର୍କ ବିସ୍ତାର, ଲୋକୋମୋଟିଭ୍ କାରଖାନା ସ୍ଥାପନ, ରେଳ ୱାଗନ୍ ଇନଡକ୍ସନ୍, ଷ୍ଟେସନ୍ ବିକାଶ, ମାଲ ପରିବହନ ଟର୍ମିନାଲ୍ ଇତ୍ୟାଦି କ୍ଷେତ୍ରରେ ଷ୍ଟେକହୋଲ୍ଡର ଏବଂ କୌଶଳଗତ ନିବେଶକ ମାନେ ପୁଞ୍ଜି ନିବେଶ କରିଥାନ୍ତି। ଅନ୍ୟ ପକ୍ଷରେ, ଷ୍ଟେସନ ସଫେଇ, ଦେୟ ପ୍ରଦାନ କରି ଶୌଚାଳୟ ବ୍ୟବହାର, ରିଟାୟାରିଂ ରୁମ୍, ପାର୍କିଂ ଏବଂ ସମ୍ପତ୍ତି ରକ୍ଷଣାବେକ୍ଷଣ ଇତ୍ୟାଦି ନିର୍ଦ୍ଦିଷ୍ଟ ସେବାଗୁଡିକର ଆଉଟସୋର୍ସିଂ ଆବଶ୍ୟକତା ଆଧାରରେ କରାଯାଉଛି ଯଦ୍ବାରା ସେବାର ମାନରେ ଉନ୍ନତି ଆସି ପାରିବ।
ବର୍ତ୍ତମାନ, ଭାରତୀୟ ରେଳର କୌଣସି ନିୟମିତ ଯାତ୍ରୀବାହୀ ଟ୍ରେନ୍ ସେବା ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ହେଉନାହିଁ ।
ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରେଳ, ଯୋଗାଯୋଗ ଏବଂ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
BS
(ରିଲିଜ ଆଡି: 1912025)
ପରିଦର୍ଶକ କାଉଣ୍ଟର : 142