ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାରାଣାସୀରେ ୩.୮୫ କିଲୋମିଟର ଦୈର୍ଘ୍ୟ ସାଧାରଣ ପରିବହନ ରୋପୱେ ର୍ନିମାଣକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 29 MAR 2023 4:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ୬୪୪ କୋଟି ଟଙ୍କା ବ୍ୟୟରେ ବାରାଣାସୀରେ ୩.୮୫ କିଲୋମିଟର ଲମ୍ବା ସାଧାରଣ ପରିବହନ ରୋପୱେ ର୍ନିମାଣକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କ ଏକ ଟୁଇଟ୍ ଯେଉଁଥିରେ ବାରାଣାସୀରେ ୩.୮୫ କିଲୋମିଟର ଦୈର୍ଘ୍ୟ ସାଧାରଣ ପରିବହନ ରୋପୱେ ୬୪୪ କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଉଥିବା ସୂଚନା ଦେଇଛନ୍ତି ତାହାକୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି ।

“ବିଶ୍ୱାସ ଏବଂ ପ୍ରଯୁକ୍ତିବିଦ୍ୟାର ଏକ ଅଦ୍ଭୁତ ମିଳନ! ବାରାଣାସୀରେ ପ୍ରସ୍ତୁତ ଏହି ରୋପ ୱେ କେବଳ ଭକ୍ତମାନଙ୍କ ପାଇଁ ଭ୍ରମଣ ଅଭିଜ୍ଞତାକୁ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସ୍ମରଣୀୟ କରିବ ନାହିଁ, ଏହା ସେମାନଙ୍କୁ ବାବା ବିଶ୍ୱନାଥଙ୍କର ଦର୍ଶନ ପାଇବାକୁ ମଧ୍ୟ ସହଜ କରିବ ।”

HS



(Release ID: 1912023) Visitor Counter : 84