ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ପୋଷଣ ଅଭିଯାନ

Posted On: 24 MAR 2023 6:00PM by PIB Bhubaneshwar

ଶୂନ୍ୟରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ମହିଳା ମାନଙ୍କର ଏବଂ ସ୍ତନ୍ୟପାନ କରାଉ ଥିବା ମାଆ ମାନଙ୍କର ପୋଷଣ ସ୍ଥିତିରେ ଏକ ସମୟ ନିର୍ଦ୍ଦିଷ୍ଟ ଢଙ୍ଗରେ ତଥା ପିଲାମାନଙ୍କ ମଧ୍ୟରେ (୦-୬ ବର୍ଷ) ଷ୍ଟଂଟିଂ (ବୟସ ତୁଳନାରେ ଉଚ୍ଚତା କମ୍ ହେବା) ଏବଂ ୱେଷ୍ଟିଂ (ବୟସ ତୁଳନାରେ କମ୍ ଓଜନର ହେବା) ରେ ଏବଂ ମହିଳା, ଛୋଟ ପିଲା ଏବଂ କିଶୋରୀ ବାଳିକା ମାନଙ୍କଠାରେ ରକ୍ତହୀନତାରେ ହ୍ରାସ ଘଟାଇବାକୁ ଥିବା ଲକ୍ଷ୍ୟ ହାସଲ କରିବା ପାଇଁ ପୋଷଣ ଅଭିଯାନ (ପୂର୍ବରୁ ଯାହା ଜାତୀୟ ପୋଷଣ ମିଶନ୍ ଥିଲା) ମାର୍ଚ୍ଚ ୨୦୧୮ ରେ ଆରମ୍ଭ କରାଯାଇଥିଲା । ଏହି ଅଭିଯାନ ତାମିଲନାଡୁ ଏବଂ ଓଡିଶା ରାଜ୍ୟ ସମେତ ସମସ୍ତ ୩୬ ଟି ଯାକ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳରେ ଆରମ୍ଭ କରାଯାଇଛି । ଏହି ଯୋଜନାର ମୁଖ୍ୟ ଉପାଦାନଗୁଡ଼ିକ ମଧ୍ୟରେ ସାମିଲ ରହିଛି ଜନ ଆନ୍ଦୋଳନ ମାଧ୍ୟମରେ ପ୍ରଯୁକ୍ତିର ବ୍ୟବହାର, ସମ୍ମିଶ୍ରଣ ଏବଂ ଆଚରଣ ପରିବର୍ତ୍ତନ ଯୋଗାଯୋଗର ବ୍ୟବହାର । ସଠିକ୍ ପ୍ରକାରର ପୁଷ୍ଟିକୁ ସକ୍ଷମ କରିବା ପାଇଁ ଅଭିଯାନର ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହେଉଛି ପୋଷଣ ବାଟିକା ବା ନ୍ୟୁଟ୍ରି- ବଗିଚା ଯାହା ଫଳ, ପନିପରିବା, ଔଷଧୀୟ ଉଦ୍ଭିଦ ଏବଂ ଜଡିବୁଟିକୁ ସହଜ ତଥା ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବା ପାଇଁ ଦେଶରେ ସ୍ଥାପନ କରାଯାଉଛି ।

ଏବେ ମିଶନ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦ର ଅଂଶ ଭାବରେ ପୋଷଣ ଅଭିଯାନକୁ ଅଙ୍ଗନୱାଡି ସେବା ଏବଂ କିଶୋରୀ ବାଳିକାମାନଙ୍କ ପାଇଁ ସଂଶୋଧିତ ଯୋଜନା ସହିତ ପୁଣି ଥରେ ଯୋଡା ଯାଇଛି । ଏହା ପୁଷ୍ଟି ସାମଗ୍ରୀବିତରଣ, ପ୍ରସାରଣ ଏବଂ ଫଳାଫଳକୁ ମଜଭୁତ କରିବାର ଉଦ୍ୟମ କରିଥାଏଯେଉଁଥିରେ ବିକାଶଶୀଳ ପ୍ରଥା ଉପରେ ଧ୍ୟାନ କେନ୍ଦ୍ରିତ କରା ଯାଇଥାଏ ଯାହା ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ରୋଗ ଓ ପୁଷ୍ଟିହୀନତା ନିମନ୍ତେ ରୋଗ ପ୍ରତିରୋଧକ ଶକ୍ତିର ପ୍ରତିପୋଷଣ କରିଥାଏ । ଏହା ମାତୃ ପୁଷ୍ଟି, ଶିଶୁ ଏବଂ ଛୋଟ ପିଲାଙ୍କ ଆହାର ନିୟମ, ଏସ୍‌ଏଏମ୍ / ଏମ୍‌ଏଏମ୍‌ର ଚିକିତ୍ସା ଏବଂ ଆୟୁଷ ମାଧ୍ୟମରେ କଲ୍ୟାଣର ପ୍ରମୁଖ ସ୍ତମ୍ଭ ଉପରେ ଆଧାରିତ ଅଟେ ।

ପୋଷଣ ୨.୦ ଅଧୀନରେ, ଖାଦ୍ୟର ବିବିଧତା, ଖାଦ୍ୟ ପୋଷଣ, ପାରମ୍ପରିକ ଜ୍ଞାନ ପ୍ରଣାଳୀର ଲାଭ ଉଠାଇବା ନିମନ୍ତେ ଏବଂ ମିଲେଟ୍‌ର ବ୍ୟବହାରକୁ ଲୋକପ୍ରିୟ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି । ପୋଷଣ ୨.୦  ଅଧୀନରେ ପୁଷ୍ଟି ସଚେତନତା ରଣନୀତି ଅନୁସାରେ ଆହାର ଅନ୍ତରାଳକୁ ହ୍ରାସ କରିବା ନିମନ୍ତେ ଆଞ୍ଚଳିକ ଭୋଜନ ଯୋଜନା ମାଧ୍ୟମରେ ନିରନ୍ତର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକନ୍ତୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉ ଥିବା ମାଆ ଏବଂ ୬ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ଏବଂ ଟେକ୍ ହୋମ୍ ରାସନ୍ (କଞ୍ଚା ରାସନ ନୁହେଁ) ପ୍ରସ୍ତୁତି ପାଇଁ ମିଲେଟ୍ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, କାରଣ ମିଲେଟରେ ଅଧିକ ପରିମାଣରେ ପୁଷ୍ଟି ରହିଛି ଯେଉଁଥିରେ ପ୍ରୋଟିନ୍‌, ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍‌, ଡାଏଟାରୀ ଫାଇବର, ବି-ଭିଟାମିନ୍‌, ଖଣିଜ ପଦାର୍ଥ ଯେପରିକି କ୍ୟାଲସିୟମ୍‌, ଆଇରନ୍‌, ଜିଙ୍କ, ଫୋଲିକ୍ ଏସିଡ୍ ଏବଂ ଅନ୍ୟାନ୍ୟ ମାଇକ୍ରୋ-ପୋଷକ ତତ୍ତ୍ୱ  ଅନ୍ତର୍ଭୁକ୍ତ, ଯାହା  ମହିଳା ଏବଂ ଶିଶୁମାନଙ୍କର ରକ୍ତହୀନତା ଏବଂ ଅନ୍ୟାନ୍ୟ ଅଣୁ-ପୁଷ୍ଟି ଅଭାବକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଆହୁରି ମଧ୍ୟ, ମିଶନ୍ ପୋଷଣ ୨.୦ ଅଧୀନରେ କେବଳ ଫୋର୍ଟିଫାଏଡ୍ ଚାଉଳ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳକୁ ବଂଟନ କରାଯାଉଛି । ମାନ୍ୟତାପ୍ରାପ୍ତ ଗବେଷଣାଗାରରେ ପୁଷ୍ଟିର ଗୁଣବତ୍ତା ଏବଂ ପରୀକ୍ଷଣରେ ଉନ୍ନତି ଆଣିବା, ‘ପୋଷଣ ଟ୍ରାକରଅଧୀନରେ ବିତରଣ ଏବଂ ପ୍ରଦାନ ପ୍ରଯୁକ୍ତି (ଲେଭରେଜ୍ ଟେକ୍ନୋଲୋଜି)କୁ  ମଜଭୁତ କରିବା ପାଇଁ ତ୍ୱରିତ ତଦାରଖ ଏବଂ ପରିଚାଳନା ନିମନ୍ତେ ପରିପୂରକ ପୁଷ୍ଟିକର ଯୋଗାଣର ପ୍ରକୃତ ସମୟ ନିରୀକ୍ଷଣ ସହିତ ପରିଚାଳନାକୁ ମଜଭୁତ କରିବା ପାଇଁ ଏକ ଦୃଢ଼  ଆଇସିଟି ସକ୍ଷମ ସେବା ଗୁଡିକର ମଂଚ ପ୍ରସ୍ତୁତି ନିମନ୍ତେ ପଦକ୍ଷେପ ଗୁଡ଼ିକ ନିଆଯାଇଛି ।

ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ମାନଙ୍କ ଦ୍ୱାରା କରାଯାଉଥିବା ଏହି ଯୋଜନାର କାର୍ଯ୍ୟାନ୍ୱୟନ ସହିତ ପୋଷଣ ଅଭିଯାନ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା । ସମସ୍ତ ଅଙ୍ଗନୱାଡି କେନ୍ଦ୍ରଗୁଡିକ ସ୍ମାର୍ଟ ଫୋନ୍ ଏବଂ ବୃଦ୍ଧି ନିରୀକ୍ଷଣକାରୀ ଉପକରଣ (ଜିଏମଡି) ଗୁଡ଼ିକ ଯେପରିକି ଇନଫାଣ୍ଟୋମିଟର, ଷ୍ଟାଡିୟୋମିଟର, ମାଆ ଏବଂ ଶିଶୁଙ୍କ ପାଇଁ ଓଜନ ମାପକାଠି ସହିତ ସୁସଜ୍ଜିତ କରି ମନ୍ତ୍ରଣାଳୟ ବୈଷୟିକ ନିର୍ଦ୍ଦିଷ୍ଟକରଣ ଏବଂ ଜିଏମଡି ବଦଳାଇବା ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି ।

କ) ପୋଷଣ ଅଭିଯାନ ଅଧୀନରେ ଅଙ୍ଗନୱାଡି କର୍ମୀମାନଙ୍କ ସ୍ତର ପର୍ଯ୍ୟନ୍ତ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥାଏ । ଅଭିଯାନର କାର୍ଯ୍ୟକାରିତା ଏବଂ ସଂଚାଳନକୁ ମଜଭୁତ କରିବା ପାଇଁ ୧୦ ଲକ୍ଷରୁ ଅଧିକ ଅଙ୍ଗନୱାଡି କର୍ମୀଙ୍କୁ ବିଷୟଗତ ମଡ୍ୟୁଲ୍ ଉପରେ ତାଲିମ ପ୍ରଦାନ କରାଯାଇଛି ।

ଖ) ଅଭିଯାନ ତାମିଲନାଡୁ ଏବଂ ଓଡିଶାର ଦୂରବର୍ତ୍ତୀ ତଥା ପଛୁଆ ଅଞ୍ଚଳ ସମେତ ସମସ୍ତ ଜିଲ୍ଲାରେ ଆରମ୍ଭ କରାଯାଇଛି । ଏହି ଯୋଜନାର କଭରେଜ୍‌ର ବିବରଣୀ, ପୋଷଣ ଟ୍ରାକର୍ ଆପ୍ଲିକେସନ୍‌ରେ ପଞ୍ଜୀକୃତ ମୋଟ ହିତାଧିକାରୀ ମାନଙ୍କର ବିବରଣୀ ନିମ୍ନରେ ଥିବା ସାରଣୀରେ ଦିଆଯାଇଛି:

State

Districts

Projects

 

Sectors

AWCs

Total Beneficiaries

Tamil Nadu

38

435

1,801

54,439

39,76,423

Odisha

30

338

2,811

74,153

41,07,868

 

 

 

ଘ)  ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ମାନଙ୍କୁ ୫୪୦୨୯୫.୪୦ ଲକ୍ଷ ଟଙ୍କା ପ୍ରଦାନ କରା ଯାଇ ସାରିଛି । ପୋଷଣ ଅଭିଯାନ ଅଧୀନରେ ପାଣ୍ଠି ବ୍ୟବହାରର ଅଗ୍ରଗତି ସମ୍ବନ୍ଧରେ ରାଜ୍ୟ ଗୁଡିକରୁ ନିୟମିତ ରିପୋର୍ଟ ଗ୍ରହଣ କରାଯାଇଥାଏ । ଯଦି କୌଣସି  ବିଳମ୍ବ ହୋଇଥାଏ, ତେବେ ଲକ୍ଷ୍ୟ ହାସଲ ହୋଇଛି କି ନାହିଁ ଏବଂ ପାଣ୍ଠିର ଉପଯୋଗ ହେଉଛି କି ନାହିଁ ନିଶ୍ଚିତ କରିବାକୁ ସମୀକ୍ଷା ବୈଠକରେ ରାଜ୍ୟ ସରକାର ମାନଙ୍କ ସହ ନିରନ୍ତର ଯୋଗାଯୋଗ ମାଧ୍ୟମରେ ତାହା ନୀରିକ୍ଷଣ କରାଯାଏ । ପୋଷଣ ଅଭିଯାନର ଏକ ପ୍ରମୁଖ ଫଳକ ହେଉଛି ଜନ ଆନ୍ଦୋଳନ କାର୍ଯ୍ୟକଳାପ ମାଧ୍ୟମରେ ଆଚରଣ ପରିବର୍ତ୍ତନର ଭାବ ବିନିମୟ । କୋଭିଡ ମହାମାରୀ କାରଣରୁ କାର୍ଯ୍ୟକଳାପ ପ୍ରଭାବିତ ହୋଇ ଥିବାରୁ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକ ପାଣ୍ଠିର ସମ୍ପୂର୍ଣ୍ଣ ଉପଯୋଗ କରିବାରେ ଅସମର୍ଥ ହୋଇଥିଲେ । ଏହି ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ଖର୍ଚ୍ଚ ନିୟମ ଅନୁଯାୟୀ ପୋଷଣ ଅଭିଯାନର ବିଭିନ୍ନ ଉପାଦାନ ଅଧୀନରେ ଆବଣ୍ଟିତ ପାଣ୍ଠିକୁ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ମାନଙ୍କରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

 ଙ)  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌) ଅଧୀନରେ ୫ ବର୍ଷରୁ କମ୍ ବୟସର କମ୍ ଓଜନ ରହିଥିବା ପିଲା ମାନଙ୍କର, ପୁଷ୍ଟିହୀନ ଏବଂ ଗୁରୁତର ପୁଷ୍ଟିହୀନ ଶିଶୁଙ୍କ ଆନୁମାନିକ ସଂଖ୍ୟା ପ୍ରାପ୍ତ କରାଯାଇଥାଏ ।  ଏନ୍‌ଏଫ୍‌ଏଚ୍‌ଏସ୍ - ୫ (୨୦୧୯ - ୨୧) ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏନ୍‌ଏଫ୍‌ଏଚ୍‌ଏସ୍ - ୪ (୨୦୧୫ - ୧୬) ତୁଳନାରେ ୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ପୁଷ୍ଟିକର ସୂଚକାଙ୍କରେ ଉନ୍ନତି ଘଟିଛି । ୱେଷ୍ଟିଂ ୨୧% (ଏନ୍‌ଏଫ୍‌ଏଚ୍‌ଏସ୍ - ୪) ରୁ ୧୯.୩%କୁ (ଏନ୍‌ଏଫ୍‌ଏଚ୍‌ଏସ୍ - ୫) କୁ ଉନ୍ନତ ହୋଇଛି, ପୁଷ୍ଟିକର ଖାଦ୍ୟରେ ୩୫.୭% (ଏନ୍‌ଏଫ୍‌ଏଚ୍‌ଏସ୍ - ୪) ରୁ ୩୨.୧% (ଏନ୍‌ଏଫ୍‌ଏଚ୍‌ଏସ୍ -୫) ଏବଂ ଷ୍ଟଂଟିଂ ୩୮.୪% (ଏନ୍‌ଏଫ୍‌ଏଚ୍‌ଏସ୍ - ୪) ରୁ ୩୫.୫% (ଏନ୍‌ଏଫ୍‌ଏଚ୍‌ଏସ୍ -୫)କୁ ଉନ୍ନତ ହୋଇଛି ।

(୪) ନୀତି ଆୟୋଗ ଅଧୀନରେ ନିରୀକ୍ଷଣ ଏବଂ ମୂଲ୍ୟାୟନ କାର୍ଯ୍ୟାଳୟ (ଡିଏମ୍‌ଇଓ) ପୋଷଣ ଅଭିଯାନ ସହିତ ଯୋଜନା ଗୁଡିକର କ୍ଷେତ୍ରୀୟ ମୂଲ୍ୟାଙ୍କନ କରିଛି । ପୋଷଣ ଅଭିଯାନର  ପ୍ରଦର୍ଶନ ପ୍ରାସଙ୍ଗିକତା, ସ୍ଥିରତା ଏବଂ ସମାନତା ବର୍ଗରେ ସନ୍ତୋଷଜନକ\' ହୋଇଥିବା ଦେଖିବାକୁ ମିଳିଛି ।

ଆହୁରି ମଧ୍ୟ ଅଭିଯାନ, ମିଶନ୍ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦ ର କାର୍ଯ୍ୟକାରିତା ଏବଂ ଦକ୍ଷତା ବୃଦ୍ଧି କରିବାକୁ, ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ମାନଙ୍କ ପାଇଁ  ୨୦୨୧ - ୨୦୨୨ ବଜେଟରେ ସମନ୍ୱିତ ପୁଷ୍ଟିକର ସହାୟତା କାର୍ଯ୍ୟକ୍ରମ ଘୋଷଣା କରା ଯାଇଥିଲା । ପୁଷ୍ଟିକର ଗୁଣବତ୍ତା ଏବଂ ମାନ୍ୟତାପ୍ରାପ୍ତ ଗବେଷଣାଗାରରେ ପରୀକ୍ଷଣ, ପରିଚାଳନାର ଉନ୍ନତି ପାଇଁ ପୋଷଣ ଟ୍ରାକର ଅଧୀନରେ ବିତରଣ ଏବଂ ପ୍ରଦାନ ପ୍ରଯୁକ୍ତିକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଇଛି । ପରିପୂରକ ପୋଷଣ ବିତରଣରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଏବଂ ୧୩.୦୧.୨୦୨୧ ରେ ପୁଷ୍ଟି ସମ୍ବନ୍ଧୀୟ ଫଳାଫଳକୁ ଟ୍ରାକ୍ କରିବା ପାଇଁ ସୁବ୍ୟବସ୍ଥିତ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ।

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ  ସ୍ମୃତି ଜୁବିନ୍ ଇରାନୀ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

*****

SSP



 

 

 



(Release ID: 1910604) Visitor Counter : 237


Read this release in: English , Urdu