ପ୍ରତିରକ୍ଷା ମନ୍ତ୍ରଣାଳୟ

ଆତ୍ମନିର୍ଭର ଭାରତ : ବିଇଏଲ ସହିତ ୩,୦୦୦ କୋଟି ଟଙ୍କାର ରାଜିନାମା


ଦୁଇଟି ସମନ୍ୱିତ ଇଲେକ୍ଟ୍ରୋନିକ ଯୁଦ୍ଧ ପ୍ରଣାଳୀ ‘ପ୍ରୋଜେକ୍ଟ ହିମଶକ୍ତି’ କିଣିବ ପ୍ରତିରକ୍ଷା ମନ୍ତ୍ରଣାଳୟ

ଏମଏସଏମଇ ସମେତ ଭାରତୀୟ ଇଲେକ୍ଟ୍ରୋନିକ୍ସ ଓ ସହାୟକ ଉଦ୍ୟୋଗଗୁଡ଼ିକୁ ମିଳିବ ପ୍ରୋତ୍ସାହନ

ଦୁଇ ବର୍ଷର ଅବଧିରେ ପ୍ରାୟ ତିନି ଲକ୍ଷ ମାନବ-ଦିବସ ରୋଜଗାର ସୃଷ୍ଟି ହେବ

Posted On: 24 MAR 2023 3:57PM by PIB Bhubaneshwar

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ତ୍ରଣାଳୟ ଦୁଇଟି ସମନ୍ୱିତ ଇଲେକ୍ଟ୍ରୋନିକ ଯୁଦ୍ଧ ପ୍ରଣାଳୀ ‘ପ୍ରୋଜେକ୍ଟ ହିମଶକ୍ତି’ କିଣିବାକୁ ଯାଉଛି । ଏଥିପାଇଁ ହାଇଦ୍ରାବାଦସ୍ଥିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ସହିତ ୩,୦୦୦ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। କ୍ରୟ {ଭାରତୀୟ-ଆଇଡିଏମଏମ (ସ୍ୱଦେଶୀ ରୂପରେ ବିକଶିତ ଡିଜାଇନ ଓ ନିର୍ମିତ} ଶ୍ରେଣୀ ଅଧୀନରେ ଏହି ପ୍ରକଳ୍ପ ଆସୁଛି ଯେଉଁଥିରେ ସମକାଳୀନ ଓ ଉନ୍ନତ ପ୍ରଯୁକ୍ତି ସାମିଲ ରହିଛି ।

‘ପ୍ରୋଜେକ୍ଟ ହିମଶକ୍ତି’ ବିଇଏଲର ଉପବିକ୍ରେତା ଭାବେ କାର୍ଯ୍ୟ କରୁଥିବା ଏମଏସଏମଇ ସମେତ ଭାରତୀୟ ଇଲେକ୍ଟ୍ରୋନିକ୍ସ ଏବଂ ସହାୟକ ଉଦ୍ୟୋଗଗୁଡ଼ିକର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ । ଏହା ବ୍ୟତୀତ ଦୁଇ ବର୍ଷର ଅବଧିରେ ଏହି ପ୍ରକଳ୍ପ ପ୍ରାୟ ତିନି ଲକ୍ଷ ମାନବ-ଦିବସ ରୋଜଗାର ସୃଷ୍ଟି କରିବ। ଏହି ପ୍ରକଳ୍ପ ସରକାରଙ୍କ ମେକ୍‌-ଇନ୍‌-ଇଣ୍ଡିଆ ଅଭିଯାନ ଅନୁରୂପ ଦେଶକୁ ‘ଆତ୍ମନିର୍ଭର’ କରିବା ଠାରୁ ଆରମ୍ଭ କରି ସ୍ୱଦେଶୀ କ୍ଷମତାକୁ ବିକଶିତ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।

 

*******

P.S.



(Release ID: 1910499) Visitor Counter : 116