ରାଷ୍ଟ୍ରପତିଙ୍କ ସଚିବାଳୟ
ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଭାରତର ରାଷ୍ଟ୍ରପତିଙ୍କ ବାର୍ତ୍ତା
प्रविष्टि तिथि:
23 MAR 2023 7:59PM by PIB Bhubaneshwar
ପ୍ରତିବର୍ଷ ମାର୍ଚ୍ଚ 24 ରେ ପାଳନ କରାଯାଉଥିବା ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି: -
‘‘ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ମୁଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଷ୍ଟପ୍ ଟିବି ପାର୍ଟନରସିପକୁ 24 ମାର୍ଚ୍ଚ 2023 ରେ ‘ୱାନ ୱାର୍ଲଡ ଟିବି ସମ୍ମିଟ’ ଆୟୋଜନ କରିଥିବାରୁ ଅଭିନନ୍ଦନ ଜଣାଉଛି।”
ଯକ୍ଷ୍ମା ରୋଗର ପ୍ରତିକୂଳ ସ୍ୱାସ୍ଥ୍ୟ, ସାମାଜିକ ତଥା ଅର୍ଥନୈତିକ ପରିଣାମ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ବିଶ୍ବର ଯକ୍ଷ୍ମା ମହାମାରୀକୁ ଦୂର କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ଯକ୍ଷ୍ମା ଦିବସ ଏକ ସୁଯୋଗ ଭାବରେ କାର୍ଯ୍ୟ କରେ। ଯକ୍ଷ୍ମା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ। ଯକ୍ଷ୍ମା ମୁକାବିଲା ପାଇଁ ଆମ ଦେଶର ସାମୂହିକ ପ୍ରୟାସ ଆମ ଜାତୀୟ ଅଭିଯାନରେ ସମାନ, ଉନ୍ନତ ତଥା ସୁଲଭ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଆୟୋଜନ କରି ବ୍ୟାପକ ଭାବରେ ପ୍ରତିଫଳିତ ହୋଇଛି ଯାହା ସମାଜର ସମସ୍ତ ବର୍ଗଙ୍କୁ ଉପକୃତ କରିବ ।
ମୁଁ ସମସ୍ତ ହିତାଧିକାରୀଙ୍କୁ ଏକ ଟିବି ମୁକ୍ତ ଭାରତ ହାସଲ କରିବାକୁ ଏକତ୍ରିତ ହେବାକୁ ଅନୁରୋଧ କରୁଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ନିଜକୁ ପୁନଃସମର୍ପିତ କରିବା। ”
ରାଷ୍ଟ୍ରପତିଙ୍କ ବାର୍ତ୍ତା ଦେଖିବାକୁ ଦୟାକରି ଏଠାରେ କ୍ଲିକ୍ କରନ୍ତୁ
BS
(रिलीज़ आईडी: 1910302)
आगंतुक पटल : 143