ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ପୁଣେ ଠାରେ ଚତୁର୍ଥ ୱାଇ୨୦ ପରାମର୍ଶ ସଭାର ଉଦ୍‌ଘାଟନ କରିଛନ୍ତି


ଏଠାରେ ଉପସ୍ଥିତ ଯୁବ ମନର ସକ୍ରିୟ ଯୋଗଦାନ ଆମେ ୱାଇ୨୦ ଆଲୋଚନା ଫୋରମରେ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡିକର ଏବଂ ତାହାକୁ ସମାଧାନ କରିବାର ଉପାୟ ବିଷୟରେ ଏକ ଗଭୀର ବୁଝାମଣାକୁ ଆଗେଇ ନେବ : ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର

ଆମ ଦେଶ ଅମୃତ କାଳରୁ ସ୍ୱର୍ଣ୍ଣିମ କାଳ ଆଡକୁ ଯାଉଛି । ଆମର ଏହି ଯାତ୍ରାରେ ଯୁବକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର

Posted On: 11 MAR 2023 4:00PM by PIB Bhubaneshwar

ଚତୁର୍ଥ ୱାଇ୨୦ ପରାମର୍ଶ ବୈଠକ ଆଜି ପୁଣେ ସ୍ଥିତ ସିମ୍ବାଓସିସ୍ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ (ଏସ୍‌ଆଇୟୁ) ରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଷ୍ଟ୍ରାଟେଜିକ୍ ଫୋରସାଇଟ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡଃ. ସନ୍ଦୀପ ୱାସ୍‌ଲେକର ଏହି ବୈଠକରେ ମୁଖ୍ୟ ବକ୍ତା ଥିଲେ । ଏହି ଅବସରରେ ପ୍ରଫେସର (ଡଃ) ଏସ୍ . ବି . ମୁଜୁମଦାର, ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ, ସିମ୍ବାଓସିସ୍ ଏବଂ କୁଳପତି, ଏସ୍‌ଆଇୟୁ, ଡକ୍ଟର ବିଦ୍ୟା ୟେରୱଡେକର, ପ୍ରୋ ଚାନସେଲର, ଏସ୍‌ଆଇୟୁ, ଶ୍ରୀ ପଙ୍କଜ ସିଂ ନିର୍ଦ୍ଦେଶକ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ଅନମୋଲ ସୋଭିଟ୍‌, ଚେୟାର୍ ୱାଇ୨୦ ଭାରତ ଏବଂ ରଜନୀ ଗୁପ୍ତେ, କୁଳପତି, ଏସ୍‌ଆଇୟୁ ମଧ୍ୟ ଉପସ୍ଥିତ ଥିଲେ । 

ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ, ମୁଁ ପୁଣେକୁ ଆସି ବହୁତ ଆନନ୍ଦିତ ଅଟେ, ପୁଣେ ଏମିତି ଏକ ସହର, ଯାହା ଏହାର ଉତ୍ପାଦନ ଉଦ୍ୟୋଗ ପାଇଁ ବେଶ୍ ଜଣାଶୁଣା, ଯେଉଁଠାରେ ବିଶ୍ୱର ଅନେକ ବୃହତ ଅଟୋମୋବାଇଲ ଉଦ୍ୟୋଗ, ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡିକ ରହିଛି । ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ତଥା ଏକ ଅଗ୍ରଣୀ ଶିକ୍ଷା କେନ୍ଦ୍ର ଭାବରେ ପୁଣେର ସୁନାମକୁ ଅତିରିକ୍ତ ପ୍ରଶଂସା କରିବା ଆବଶ୍ୟକ ନାହିଁ । ୧୦ ରୁ ଅଧିକ ବିଶ୍ୱବିଦ୍ୟାଳୟ ଏବଂ ୧୦୦ ଟି ଅନୁଷ୍ଠାନ ଗୁଡିକ ସହିତ ଏହି ସହର ଅନେକ ପିଢ଼ି ଧରି ଜ୍ଞାନ ଏବଂ ସଂସ୍କୃତିର ଏକ ଆଲୋକ ସ୍ତମ୍ଭ ପାଲଟିଛି, ଯାହା ସାରା ବିଶ୍ୱର ଛାତ୍ର ତଥା ବିଦ୍ୱାନ ମାନଙ୍କୁ ଆକର୍ଷିତ କରିଥାଏ । ସିମ୍ବାଓସିସ୍ ପରି ଅନୁଷ୍ଠାନ ସମଗ୍ର ବିଶ୍ୱରେ ହଜାର ହଜାର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ । ଏହି ୱାଇ୨୦ କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ଏହା ଠାରୁ ଏକ ଉତ୍ତମ ସ୍ଥାନ ଆଉ କିଛି ହୋଇପାରିବ ନାହିଁ । ଏହିପରି ଅନୁଷ୍ଠାନ ଗୁଡ଼ିକ ପରିବର୍ତ୍ତନର ମଞ୍ଜି ବପନ କରିଥାନ୍ତି ଏବଂ ତାହାର ପାଳନ ପୋଷଣ କରନ୍ତି । ” 

ଏହି କାର୍ଯ୍ୟକ୍ରମରେ ବ୍ୟାପକ ଭାବେ ଅଂଶଗ୍ରହଣ ଉପରେ ଖୁସି ବ୍ୟକ୍ତ କରି ସେ ଆନନ୍ଦିତ ହୋଇ କହିଛନ୍ତି ଯେ, “ଏହି ପରାମର୍ଶ ପାଇଁ , ମୁଁ ଖୁସି ଯେ ଆମ ନିକଟରେ ୪୪ ରୁ ଅଧିକ ଦେଶରୁ ପ୍ରତିନିଧିତ୍ୱ ଅଛି ଏବଂ ସେହି ଦେଶ ଗୁଡିକରୁ ୯୭ ଜଣ ଛାତ୍ର ଅଛନ୍ତି । ଆମର ମଧ୍ୟ ୭୨ ଜଣ ଛାତ୍ର ଅଛନ୍ତି, ଯେଉଁମାନେ ମହାରାଷ୍ଟ୍ରର ବିଭିନ୍ନ ଅଂଚଳରୁ ଏହିପରି ୩୬ଟି କାର୍ଯ୍ୟକ୍ରମରେ ବିଜେତା ହୋଇଛନ୍ତି । ”

ଭାରତ ତଥା ବିଶ୍ୱର ବିକାଶରେ ଯୁବକମାନଙ୍କ ଅବଦାନର ମହତ୍ତ୍ୱ ବିଷୟରେ ମନ୍ତ୍ରୀ ଏହା କହିଛନ୍ତି ଯେ, “ଯୁବକମାନେ ବର୍ତ୍ତମାନର ସମାନ ହିତଧାରକ ଅଟନ୍ତି, ସେମାନଙ୍କର ଭୂମିକା ଆଜି, ବର୍ତ୍ତମାନ ଏବଂ ଏଠାରେ ରହିଛି । ଚାରିଆଡ଼େ ଦେଖନ୍ତୁ, ଭାରତ ବିଶ୍ୱର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବୃହତ ଅର୍ଥ ବ୍ୟବସ୍ଥା ହେବା କ୍ଷେତ୍ରର ଖବରର ଶୀର୍ଷରେ ଅଛି । ୨୦୧୪ ରେ ଦୁର୍ବଳ ପାଞ୍ଚଟି ଅର୍ଥ ବ୍ୟବସ୍ଥା ମଧ୍ୟରେ ଆମେ ରହିଥିବା ବେଳେ , ବର୍ତ୍ତମାନ ଆମେ ବିଶ୍ୱର ପ୍ରଥମ ପାଞ୍ଚଟି ଅର୍ଥ ବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇଛୁ । ଆଠ ବର୍ଷର ବ୍ୟବଧାନରେ, ଆମେ ୭୭,୦୦୦ ରୁ ଅଧିକ ଷ୍ଟାର୍ଟଅପ୍ ଏବଂ ୧୦୭ ରୁ ଅଧିକ ୟୁନିକର୍ଣ୍ଣ ସହିତ ଷ୍ଟାର୍ଟଅପ୍ କ୍ଷେତ୍ରରେ ବିଶ୍ୱ ସ୍ତରରେ ତୃତୀୟ ସ୍ଥାନକୁ ଆସି ପାରିଛୁ । ଏହା ସାମାଜିକ ଗଣମାଧ୍ୟମର ନେତୃତ୍ୱ ହେଉ କିମ୍ବା ବିଲିୟନ ଡଲାରର ଷ୍ଟାର୍ଟଅପ୍ ହେଉ, ଆମର ଯୁବକମାନେ ଆଗରୁ ଆସି ନେତୃତ୍ୱ ନେଉଛନ୍ତି । ଆମର ଯୁବକ ମାନଙ୍କର ପଥପ୍ରଦର୍ଶନ କାହାଣୀ ସମଗ୍ର ବିଶ୍ୱର ଲୋକ ମାନଙ୍କ ପାଇଁ ସେମାନଙ୍କର ଉତ୍ସାହକୁ ଅନୁସରଣ କରିବା ଏବଂ ନିଜ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ପ୍ରେରଣା ଭାବରେ କାର୍ଯ୍ୟ କରିଥାଏ । ”

ଭାରତର ଜି ୨୦ ଅଧ୍ୟକ୍ଷତା ଏବଂ ୱାଇ ୨୦ ଶିଖର ସମ୍ମିଳନୀ ବିଷୟରେ ମନ୍ତ୍ରୀ ଏହା ଉଲ୍ଲେଖ କରି କହିଛନ୍ତି ଯେ, “ଭାରତ ସମ୍ମାନଜନକ ଜି ୨୦ ର ଆୟୋଜନ କରିବା ଆମ ପାଇଁ ଏକ ଗର୍ବର ବିଷୟ । ସମ୍ମାନଜନକ ୱାଇ୨୦ ଶିଖର ସମ୍ମିଳନୀ ଆୟୋଜନ କରିବା ମୋ ପାଇଁ ତଥା ଆମ ବିଭାଗ ନିମନ୍ତେ ଏକ ସୌଭାଗ୍ୟର ବିଷୟ । ବିଶ୍ୱର ଯୁବକ ମାନଙ୍କ ସାମୂହିକ ପ୍ରୟାସକୁ ଅଧିକ ଗୁରୁତ୍ୱପୂର୍ଣ କରିବା ନିମନ୍ତେ ଏହା ଏକ ଅସାଧାରଣ ସୁଯୋଗ ଉପସ୍ଥାପନ କରେ, ଯାହା ସେମାନଙ୍କ ପାଇଁ ବହୁତ ଗୁରୁତ୍ୱ ବହନ କରିଥାଏ । ଏହି ଶିଖର ସମ୍ମିଳନୀରେ ଭାରତର ଭୂମିକା କେବଳ କହିବା ପର୍ଯ୍ୟନ୍ତ ସୀମିତ ନୁହେଁ, ଏହା ମଧ୍ୟ ଯୁବକ ମାନଙ୍କ ପାଇଁ ଶୁଣିବାକୁ ଏବଂ ସକ୍ରିୟ ଭାବରେ ବିଶ୍ୱସ୍ତରୀୟ ଏଜେଣ୍ଡା ଗଠନ କରିବାକୁ ଲକ୍ଷ୍ୟ ରଖିଛି । ସେହି ଅନୁଯାୟୀ, ୱାଇ ୨୦ ଶିଖର ସମ୍ମିଳନୀ ୨୦୨୩ ପାଞ୍ଚଟି ମୁଖ୍ୟ ବିଷୟ ଚିହ୍ନଟ କରିଛି ଯାହା ଆମ ଯୁବଗୋଷ୍ଠୀ ମାନଙ୍କ ପାଇଁ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରିବ । ଏହି ପ୍ରାଥମିକ କ୍ଷେତ୍ରଗୁଡିକ ତତ୍ପରତାକୁ ସୂଚାଇଥାଏ ଯେଉଁଥିରେ ବଞ୍ଚିବା ଏବଂ ଅଗ୍ରଗତି କରିବା ପାଇଁ ଆମର ଅନ୍ୱେଷଣରେ ସମୟ ବଦଳୁଥିବା ବାସ୍ତବତା ସହିତ ବିଶ୍ୱକୁ ସମନ୍ୱୟ କରିବାକୁ ପଡିବ । ”

ଆଜିର ପରାମର୍ଶ ବୈଠକର ବିଷୟବସ୍ତୁ ଉପରେ ସେ କହିଛନ୍ତି ଯେ , “ଆଜିର ପରାମର୍ଶ ହେଉଛି ଶାନ୍ତି ପ୍ରତିଷ୍ଠା ଏବଂ ସମନ୍ୱୟର ବିଷୟ ଉପରେ ଆଧାରିତ : ଯୁଦ୍ଧ ରହିତ ଯୁଗର ଆରମ୍ଭ । ଯେଉଁ ଦିଗରୁ ଆମେ ଏହି ପ୍ରସଙ୍ଗକୁ ଦେଖିବା , ତାହା ସ୍ଥିର କରିବ ଯେ ଆଗାମୀ ଦଶନ୍ଧିରେ ଭାରତ କିପରି ପ୍ରତିକ୍ରିୟା କରିବ । ଏହା ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ହେଉ, ମହାମାରୀର ସୁଦୂରପ୍ରସାରୀ ପ୍ରଭାବ ହେଉ କିମ୍ବା କ୍ରମାଗତ ଅର୍ଥନୈତିକ ଏବଂ ରାଜନୈତିକ ଅସ୍ଥିରତା ହେଉ, ଏହି ପ୍ରସଙ୍ଗ ଗୁଡିକ ଆଞ୍ଚଳିକ ତଥା ବିଶ୍ୱ ନିରାପତ୍ତାକୁ ନେଇ ଚିନ୍ତା ବୃଦ୍ଧି କରିଥାଏ ଏବଂ ପ୍ରଭାବଶାଳୀ ସହଯୋଗ ତଥା ସମନ୍ୱିତ କାର୍ଯ୍ୟର ଜରୁରୀ ଆବଶ୍ୟକତାକୁ ଦର୍ଶାଏ ।

ବହୁପକ୍ଷବାଦର ମହତ୍ତ୍ୱ ଉପରେ ସେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ, “ଡବ୍ଲୁଟିଓରେ, ଆମେ ଦେଖିଥାଉ ଯେ ବହୁପକ୍ଷବାଦକୁ କେହି ଅଧିକ ପରିମାଣରେ ସମର୍ଥନ କରିନଥାନ୍ତି । ଆମକୁ ବାସ୍ତବରେ ବହୁପକ୍ଷୀୟ ଅନୁଷ୍ଠାନ ବିଷୟରେ ଆଲୋଚନା କରିବା ଆବଶ୍ୟକ ଏବଂ ଏହା କିପରି କେବଳ ନିର୍ଦ୍ଦିଷ୍ଟ ଦେଶ ପାଇଁ ଉପଯୋଗୀ ନହୋଇ ପୃଥିବୀ ପାଇଁ ଅଧିକ ଉପଯୋଗୀ ହୋଇ ପାରିବ ତାହା ସମ୍ପର୍କରେ ଚିନ୍ତା କରିବା ଉଚିତ୍ । ଶାନ୍ତି ଏବଂ ସମନ୍ୱୟର ଆବଶ୍ୟକତା କେବେ ଅଧିକ ସ୍ପଷ୍ଟ ହୋଇ ନାହିଁ । ଯେହେତୁ ଆମେ ଏକ ଏମିତି ଦୁନିଆ ଆଡକୁ ଯିବାକୁ ଚେଷ୍ଟା କରୁଛୁ ଯେଉଁଠାରେ ଯୁଦ୍ଧ ଆଉ ଏକ ବ୍ୟବହାର୍ଯ୍ୟ ବିକଳ୍ପ ନୁହେଁ । ଭାରତ ସେହି ସଂସ୍କୃତିରେ ବିଶ୍ୱାସ କରିଥାଏ, ଯାହା ସଂଳାପ, ବିକାଶ ଏବଂ କୂଟନୀତିକୁ ପ୍ରୋତ୍ସାହିତ କରିଥାଏ । ଏହା ହେଉଛି ଭାରତର ବାର୍ତ୍ତା , ବସୁଧୈବ କୁଟୁମ୍ବକମ୍‌ରେ ନିହିତ ଆମର କୂଟନୈତିକ ଆଭିମୁଖ୍ୟ ଅହିଂସା ଦ୍ୱାରା ବର୍ଣ୍ଣିତ ।”

ଶାନ୍ତି ନିର୍ମାଣରେ ଭାରତର ଭୂମିକା ଉପରେ ସେ କହିଛନ୍ତି ଯେ, “ବିଶ୍ୱ ସ୍ତରରେ ଶାନ୍ତି ଏବଂ ସମନ୍ୱୟ ରକ୍ଷା କରିବାରେ ଭାରତ ଏକ ସକ୍ରିୟ ଭୂମିକା ଗ୍ରହଣ କରିଛି । ନିରସ୍ତ୍ରୀକରଣ, ଯୁଦ୍ଧା ବିସ୍ତାର ନକରିବା କ୍ଷେତ୍ରରେ ଆମେ ଜଣେ ବଳିଷ୍ଠ ପକ୍ଷଧର ହୋଇ ରହି ଆସିଛୁ ଏବଂ ଜାତିସଂଘର ଶାନ୍ତି ରକ୍ଷା କାର୍ଯ୍ୟରେ ସହଯୋଗ କରିଛୁ ।

ଯୁଦ୍ଧର ନୂତନ ମୁଣ୍ଡ ଟେକୁଥିବା ଦିଗ ବିଷୟରେ ସେ କହିଛନ୍ତି ଯେ, “ଏକବିଂଶ ଶତାବ୍ଦୀରେ ଶାନ୍ତିକୁ ପରିଭାଷିତ କରୁଥିବା ପ୍ରଶ୍ନ ଗୁଡିକ ଉପରେ ବିଚାର କରାଯିବା ଜରୁରୀ ଅଟେ । ଆମକୁ ଶାନ୍ତି ଏବଂ ଯୁଦ୍ଧର ପାରମ୍ପାରିକ ଧାରଣା ଗୁଡିକରୁ ଦୂରେଇ ରହିବା ଆବଶ୍ୟକ । ବେଳ ସୀମା ସମ୍ବନ୍ଧୀୟ ଯୁଦ୍ଧ ନହେବା ଶାନ୍ତି ଯୁଗର ପ୍ରକୃତ ଅର୍ଥ, ନା ଏଥିରେ ଅଧିକ କିଛି ଅଛି? ସୋସିଆଲ ମିଡିଆରେ ଶବ୍ଦର ଯୁଦ୍ଧ, ଗୁଞ୍ଜରଣ, ଚିତ୍କାର ଭଳି ଆହ୍ୱାନର କିଭଳି ସମ୍ମୁଖୀନ ହେବା, ଯାହା ଆମ ସୋସିଆଲ ମିଡିଆ ସ୍ଥାନକୁ ବାଧା ଦେଉଛି? ପ୍ଲାଟଫର୍ମର ପ୍ରକୃତି କଣ ଏପରି ଯେ , ପୋଷ୍ଟ ହେବାବେଳେ ଏହା ଏପରି ବିଷୟବସ୍ତୁକୁ ଫିଡ୍ କରିଥାଏ? 

ଜୀବନଶୈଳୀ ବିକଳ୍ପ ଗୁଡିକ ଦ୍ୱାରା ସାମନାକୁ ଆସୁଥିବା ଆହ୍ୱାନ ଗୁଡ଼ିକୁ ଆପଣ କିପରି ସମ୍ମୁଖୀନ ହେବେ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଯୁଦ୍ଧ ସୃଷ୍ଟି କରିଛି? ଏକ ଯୁଗରେ ଆପଣ କିପରି ନିଜର ଶାନ୍ତି, ସ୍ଥାନ ଏବଂ ଖୁସିର ଭାବନାକୁ କିଭଳି ପୁନଃପ୍ରାପ୍ତ କରିବେ, ଯେଉଁଠାରେ ଆମେ ଟେକ୍ନୋଲୋଜି ଦ୍ୱାରା କ୍ରମାଗତ ଭାବରେ ସଂଯୁକ୍ତ ହୋଇଛେ ଏବଂ ବାଧାପ୍ରାପ୍ତ ହେଉଛେ? ବିଶ୍ୱର ଜରୁରୀକାଳୀନ ପରିସ୍ଥିତି ପ୍ରତି ଆମେ କିପରି ପ୍ରତିକ୍ରିୟା କରିବୁ, ଜଳବାୟୁ ପରିବର୍ତ୍ତନ ଏବଂ ଖାଦ୍ୟ ଅଭାବର ପ୍ରଭାବକୁ ଆମେ ପରାସ୍ତ କରିଦେବୁ କି? ଯେହେତୁ ଆମେ ଦିନେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଚାହିଁଥାଉ, ସଭ୍ୟତା ଭାବରେ ଆମେ ଗ୍ରହର ସୀମା ବାହାରେ ଥିବା ଅନ୍ୟାୟ ପ୍ରତି କିପରି ପ୍ରତିକ୍ରିୟା କରିବୁ? ଆମେ ଶାନ୍ତି ଖୋଜିବା ପାଇଁ ଚେଷ୍ଟା କରିବୁ କିମ୍ବା ସେହି ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବୁ, ଯାହା ଉପରେ ଆମେ ବିଶ୍ୱାସ କରିଥାଉ? ଶାନ୍ତି କେବଳ ଏକ ପ୍ରତୀକ କି? ଏହା କଣ ହିଂସାର ଅନୁପସ୍ଥିତି କି? ଏବଂ କ’ଣ ଏହା ଏକ ସମାଜ, ସମ୍ପ୍ରଦାୟ ଏବଂ ରାଷ୍ଟ୍ରକୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶିତ କରିଥାଏ ବୋଲି ମନ୍ତ୍ରୀ ପଚାରିଥିଲେ ।

ପରିଶେଷରେ ମନ୍ତ୍ରୀ କହିଛନ୍ତି, “ଏଠାରେ ଉପସ୍ଥିତ ଯୁବ ମାନସିକତାର ସକ୍ରିୟ ଯୋଗଦାନ ଆମକୁ ସମାଜ ତଥା ମାନବତା ରୂପରେ ଆମ ସାମନାକୁ ଆସୁଥିବା ଆହ୍ୱାନ ଗୁଡିକୁ ଗଭୀର ଭାବେ ବୁଝିବା ଏବଂ ୱାଇ୨୦ ଆଲୋଚନା ମଂଚରେ ତାହାର ସମାଧାନ ବାହାର କରିବାର ଉପାୟ ଆଡକୁ ନେଇଯିବ । ସ୍ୱାମୀ ବିବେକାନନ୍ଦଙ୍କ ସ୍ୱପ୍ନ ଅନୁଯାୟୀ, ଆମକୁ ଏହା ନିଶ୍ଚିତ କରିବାକୁ ପଡିବ ଯେ, ଏକବିଂଶ ଶତାବ୍ଦୀ ଆମର ହେବ । ଆମେ ଅମୃତ କାଳରୁ ସ୍ୱର୍ଣ୍ଣିମ କାଳ ଆଡକୁ ଯାଉଛୁ । ଆମର ଏହି ଯାତ୍ରାରେ ଯୁବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ”

ଷ୍ଟ୍ରାଟେଜିକ୍ ଫୋରସାଇଟ୍ ଗ୍ରୁପ୍‌ର ସଭାପତି ଡଃ ସନ୍ଦୀପ ୱାସଲେକର ତାଙ୍କ ମୁଖ୍ୟ ଅଭିଭାଷଣରେ ଦର୍ଶକଙ୍କୁ ସମ୍ବୋଧିତ କରି କହିଛନ୍ତି, “ଯୁବକମାନେ ଭବିଷ୍ୟତକୁ ନିର୍ମାଣ କରିବେ । ଆମ ସମାଜ ଏବଂ ଗ୍ରହ ସହିତ କ’ଣ ଘଟେ , ତାହା ସେହି କଥା ଦ୍ୱାରା ସ୍ଥିର ହେବ, ଯେ ଯୁବକମାନେ କଣ ଭାବୁଛନ୍ତି । ଆଜି ଯୁଦ୍ଧ ବିନା ଏକ ବିଶ୍ୱ ଏକ ୟୁଟୋପିଆନ୍ ସ୍ୱପ୍ନ ନୁହେଁ ବରଂ ଏକ ବ୍ୟବହାରିକ ବାସ୍ତବତା ଅଟେ । ସଭ୍ୟତାର ବିକାଶ ପାଇଁ ବାର ହଜାର ବର୍ଷ ଲାଗିଛି । ଏହା ଏକ ବିଶ୍ୱଯୁଦ୍ଧରେ ଅଦୃଶ୍ୟ ହୋଇ ଯାଇପାରେ । ଏକ ଶାନ୍ତିପୂର୍ଣ୍ଣ ବିଶ୍ୱକୁ ସୁନିଶ୍ଚିତ କରିବା ପାଇଁ ଯୁବକ ମାନଙ୍କର ଏକ ଗୁରୁ଼ ଦାୟିତ୍ୱ ରହିଛି । କେବଳ ବସୁଧୈବ କୁଟୁମ୍ବକମ୍ ଦର୍ଶନ ହିଁ ଏହା ନିଶ୍ଚିତ କରିପାରିବ । ”

ପ୍ରତିଷ୍ଠାତା ତଥା ରାଷ୍ଟ୍ରପତି – ସିମ୍ବାଓସିସ୍ ଏବଂ କୁଳପତି, ଏସ୍‌ଆଇୟୁ, ପ୍ରଫେସର (ଡଃ) ଏସ୍ ବି ମୁଜୁମଦାର ଏକ ବିଶ୍ୱ ପରିବାରର ବିକାଶ ପାଇଁ ନିଜର ଆଶା ବ୍ୟକ୍ତ କରି କହିଛନ୍ତି, ଯେ, “ସିମ୍ବାଓସିସ୍‌ର ଆରମ୍ଭ ବିଦେଶୀ ଏବଂ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା । ଶିକ୍ଷା, ଏହା କରିବାର ଏକମାତ୍ର ମାଧ୍ୟମ ଅଟେ । ଏହା ଭାରତୀୟ ଏବଂ ବିଦେଶୀ ଛାତ୍ର ମାନଙ୍କ ମଧ୍ୟରେ ଆନ୍ତର୍ଜାତୀୟ ବୁଝାମଣାକୁ ପ୍ରୋତ୍ସାହିତ କରିବ । ଏମିତି ଗୋଟିଏ ଦିନ ଆସିବ , ଯେତେବେଳେ ବିଭିନ୍ନ ସୀମା ଥିବା ରାଷ୍ଟ୍ରମାନେ ଏକାଠି ହେବେ, ଏକାଠି ରହିବେ ଏବଂ ପରସ୍ପରକୁ ବୁଝିବେ । କୌଣସି ଯୁଦ୍ଧ ହେବ ନାହିଁ । ମୁଁ ବିଶ୍ୱାସ କରେ ଯେ ବସୁଧୈବ କୁଟୁମ୍ବକମ୍ ହେଉଛି ମଣିଷର ଚରମ ଭାଗ୍ୟ । ଆମେ ସିମ୍ବାଓସିସ୍‌ରେ ଶିକ୍ଷା ମାଧ୍ୟମରେ ଏହାକୁ ବାସ୍ତବତାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛୁ ।”

ପରାମର୍ଶ ବୈଠକ ଚାଲିଥିବା ସମୟରେ ଏବଂ ଆନ୍ତର୍ଜାତୀୟ ମହିଳା ଦିବସର ଭାବନାକୁ ପାଳନ କରିବା ପାଇଁ ଏକ ପ୍ରୟାସ ସହିତ, ୧୮ – ୩୫ ବର୍ଷ ବୟସ ମଧ୍ୟରେ ପଚିଶ ଜଣ ମହିଳା ମାନଙ୍କୁ ଅଂଶଗ୍ରହଣର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଯେଉଁମାନେ ମାର୍ଚ୍ଚ ୯ ଏବଂ ୧୦ ମାର୍ଚ୍ଚରେ ସିମ୍ବାଓସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଏବଂ କମ୍‌ୁ୍ୟନିକେସନ୍‌ରେଏକ ମୋବାଇଲ୍ ଚଳଚ୍ଚିତ୍ର ନିର୍ମାଣ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ସିମ୍ବାଓସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍‌, ପ୍ରେସ୍ ସୂଚନା ବ୍ୟୁରୋ, ମୁମ୍ବାଇ ଏବଂ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଅଂଶଗ୍ରହଣକାରୀ ମହିଳାମାନେ ପୁଣେର ଗ୍ରାମାଞ୍ଚଳ ସହିତ ସମ୍ବନ୍ଧିତ ଅଟନ୍ତି, ଯାହାକୁ ଏହାର ପ୍ରସାରଣ କାର୍ଯ୍ୟକ୍ରମ ଅଧୀନରେ ସିମ୍ବାଓସିସ୍ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଗ୍ରହଣ କରାଯାଇଥିଲା ।

ୱାଇ୨୦ ଭବିଷ୍ୟତର ନେତା ଭାବରେ ଯୁବକ ମାନଙ୍କୁ ବିଶ୍ୱ ସ୍ତରୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା, ବିଚାର ଗୁଡିକର ଆଦାନ ପ୍ରଦାନ କରିବା, ଯୁକ୍ତି ଉପସ୍ଥାପନ କରିବା, କଥାବାର୍ତ୍ତା କରିବା ଏବଂ ସାଧାରଣ ସହମତି ହାସଲ କରିବାକୁ ଉତ୍ସାହିତ କରେ । ଜି ୨୦ ଆବର୍ତ୍ତି ଅଧ୍ୟକ୍ଷତା ଯୁବ ଶିଖର ସମ୍ମିଳନୀ ଆୟୋଜନ କରିବାର ଦାୟିତ୍ୱ ବହନ କରିଥାଏ, ଯାହା ସାଧାରଣତଃ ପାରମ୍ପରିକ ମଂଚର କିଛି ସପ୍ତାହ ପୂର୍ବରୁ ହୋଇଥାଏ , ଏହା ଜାଣିବା ପାଇଁ ଯେ, ଯୁବକମାନେ କ’ଣ ଚିନ୍ତା କରୁଛନ୍ତି ଏବଂ ସେମାନଙ୍କର ନିଜର ମତାମତକୁ ନିଜ ନୀତି ପ୍ରସ୍ତାବରେ ଅନ୍ତର୍ଭୁକ୍ତ କରିଥାନ୍ତି । ଏହି ଜି୨୦ ସରକାର ଏବଂ ସେମାନଙ୍କ ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ଏକ ସଂଯୋଗ ବିନ୍ଦୁ ସୃଷ୍ଟି କରିବାକୁ ଏହା ଏକ ପ୍ରୟାସ ଅଟେ । ୨୦୨୩ ରେ ୱାଇ ୨୦ ଭାରତ ସମ୍ମିଳନୀ ଭାରତର ଯୁବ - କେନ୍ଦ୍ରିକ ପ୍ରୟାସ ଗୁଡିକର ଉଦାହରଣ ହେବ ଏବଂ ସମଗ୍ର ବିଶ୍ୱରେ ଯୁବପିଢ଼ିଙ୍କୁ ଏହାର ମୂଲ୍ୟବୋଧ ଏବଂ ନୀତିଗତ ପଦକ୍ଷେପ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବ । ଏଠାରେ ଭାରତର ଅଧ୍ୟକ୍ଷତା ସମୟରେ ୱାଇ୨୦ ବିଷୟରେ ଅଧିକ ଜାଣନ୍ତୁ । 

ଜି ୨୦ କିମ୍ବା ଗ୍ରୁପ୍ ଅଫ୍ ଟ୍ୱେଣ୍ଟି ହେଉଛି ଏକ ଆନ୍ତଃ ସରକାରୀ ଫୋରମ୍ , ଯେଉଁଥିରେ ୧୯ ଟି ଦେଶ ଏବଂ ୟୁରୋପୀୟ ସଂଘ ସାମିଲ୍ ହୋଇଥାନ୍ତି । ଏହା ବିଶ୍ୱ ଅର୍ଥ ବ୍ୟବସ୍ଥା ସହିତ ଜଡିତ ପ୍ରମୁଖ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରେ, ଯେପରିକି ଅନ୍ତର୍ଜାତୀୟ ଆର୍ôଥକ ସ୍ଥିରତା, ଜଳବାୟୁ ପରିବର୍ତ୍ତନ ନିର୍ବାପନ ଏବଂ ନିରନ୍ତର ବିକାଶ ଇତ୍ୟାଦି । ଆପଣ ଏଠାରେ କ୍ଲିକ୍ କରି ଜି ୨୦ ବିଷୟରେ ଅଧିକ ଜାଣି ପାରିବେ ।

ଇଣ୍ଡୋନେସିଆରୁ ଚଳିତ ବର୍ଷ ଡିସେମ୍ବର ୧ ରେ ଭାରତ ଜି ୨୦ ଅଧ୍ୟକ୍ଷତା ଗ୍ରହଣ କରିଥିଲା ଏବଂ ୨୦୨୩ ମସିହାରେ ଦେଶରେ ପ୍ରଥମ ଥର ପାଇଁ ଜି୨୦ ନେତା ମାନଙ୍କର ଶିଖର ସମ୍ମିଳନୀ ଆୟୋଜନ କରିବ । ଗଣତନ୍ତ୍ର ଏବଂ ବହୁପକ୍ଷବାଦ ନିମନ୍ତେ ଗଭୀରତାର ସହିତ ପ୍ରତିବଦ୍ଧ ରାଷ୍ଟ୍ର, ଭାରତର ଜି ୨୦ ଅଧ୍ୟକ୍ଷତା ଏହା ପାଇଁ ଏକ ଐତିହାସିକ କ୍ଷଣ ହେବ । ଇତିହାସ ଯେପରି ସମସ୍ତଙ୍କ କଲ୍ୟାଣ ପାଇଁ ବ୍ୟବହାରିକ ବିଶ୍ୱସ୍ତରୀୟ ସମାଧାନ ଖୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରେ ଏବଂ ଏହା କରିବା ଦ୍ୱାରା ‘ବସୁଧୈବ କୁଟୁମ୍ବକମ୍‌' ବା 'ବିଶ୍ୱ ଏକ ପରିବାର ଅଟେ' ର ପ୍ରକୃତ ଭାବନାକୁ ପ୍ରକାଶ କରେ ।

* * *

 

SSP

 



(Release ID: 1906008) Visitor Counter : 180