ପଞ୍ଚାୟତିରାଜ ମନ୍ତ୍ରଣାଳୟ

ପଞ୍ଚାୟତିରାଜ ମନ୍ତ୍ରଣାଳୟ ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକର ୧୫ ତମ ଅର୍ଥ ଆୟୋଗ ଅଧୀନରେ ଅନ୍‌ଲାଇନ୍ ଅଡିଟ୍ , ପ୍ରକ୍ରିୟା ଜାରି କରିବା ନେଇ ରାଜ୍ୟ ମାନଙ୍କ ସହିତ ପରାମର୍ଶ ବୈଠକ ଆୟୋଜନ କରିଛନ୍ତି

Posted On: 10 MAR 2023 4:59PM by PIB Bhubaneshwar

ପଞ୍ଚାୟତିରାଜ ମନ୍ତ୍ରଣାଳୟ ୧୦ ମାର୍ଚ୍ଚ ୨୦୨୩ ରେ ନୂଆଦିଲ୍ଲୀ ସ୍ଥିତ ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକର୧୫ ତମ ଅର୍ଥ ଆୟୋଗ ଅଧୀନରେ ଅନଲାଇନ୍ ଅଡିଟ୍  ଏବଂ ପ୍ରକ୍ରିୟା ଜାରି କରିବା ବିଷୟରେ ଆଲୋଚନା କରିବା ପାଇଁ  ରାଜ୍ୟମାନଙ୍କ ସହ ଦିନିକିଆ ପରାମର୍ଶ ବୈଠକ ଡାକିଥିଲେ । ପଂଚାୟତିରାଜ ମନ୍ତ୍ରଣାଳୟର ସଚିବ ଶ୍ରୀ ସୁନୀଲ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଶ୍ରୀମତୀ  ବିନି ମହାଜନ ଏବଂ ଅତିରିକ୍ତ ଉପ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ (ସ୍ଥାନୀୟ ସଂସ୍ଥା) ଉପସ୍ଥିତ ଥିଲେ । ଅତିରିକ୍ତ ସଚିବ ଡକ୍ଟର ଚନ୍ଦ୍ର ଶେଖର କୁମାର ଏବଂ ଯୁଗ୍ମ ସଚିବ ଶ୍ରୀ ଆଲୋକ ପ୍ରେମ ନାଗର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ରାଜ୍ୟ ପଞ୍ଚାୟତି ରାଜ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସମେତ ୨୦ ରୁ ଅଧିକ ରାଜ୍ୟରୁ ଡିରେକ୍ଟୋରେଟ୍ ଅଫ୍ ଲୋକାଲ୍ ଫଣ୍ଡ ଆଣ୍ଡ ଅଡିଟ୍ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ ।

 ପଞ୍ଚାୟତି ରାଜ ମନ୍ତ୍ରଣାଳୟର ସଚିବ ଶ୍ରୀ ସୁନୀଲ କୁମାର ତାଙ୍କ ମୁଖ୍ୟ ଅଭିଭାଷଣରେ ଅନ୍‌ଲାଇନ୍‌ରେ ଅଡିଟ୍ ମାଧ୍ୟମରେ ପିଆର୍‌ଆଇରେ ଉତ୍ତରଦାୟିତ୍ୱ ତଥା ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଏବଂ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ଗୁଡିକର ଅନୁକରଣୀୟ ଉଦ୍ୟମକୁ ଉଲ୍ଲେଖ କରିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ଶ୍ରୀ ସୁନୀଲ କୁମାର ତୃଣମୂଳ ସ୍ତରରେ ଆର୍ଥିକ ବିନିଯୋଗରେ ପରିଚାଳନାଗତ  ତ୍ରୁଟି ଚିହ୍ନଟ କରିବାକୁ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ଅଡିଟ୍ ପାରା, ଅଡିଟ୍ ପର୍ଯ୍ୟବେକ୍ଷଣ ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଉପରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଉଦ୍‌ଘାଟନୀ ମନ୍ତବ୍ୟ ଦେବା ସମୟରେ  ପାନୀୟ ଜଳ ଏବଂ ପରିମଳ ବିଭାଗର ସଚିବ ଶ୍ରୀମତୀ ବିନି ମହାଜନ ଜଳ ସୁରକ୍ଷା, ଗ୍ରାମ ଗୁଡିକରେ ସମ୍ପତ୍ତି ର ପର୍ଯ୍ୟାପ୍ତ ପରିମାଣର ଓ ଆଣ୍ଡ ଏମ୍ ଏବଂ ପରିମଳ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସଚିବ, ଡିଡିଡବ୍ଲ୍ୟୁଏସ୍ ଏହା ସ୍ୱୀକାର କରିଛନ୍ତି ଯେ ଏକ୍ସଭିଏଫସି ଅନୁଦାନ, ଜଳ ଜୀବନ ମିଶନ ଏବଂ ରାଜ୍ୟ ଅର୍ଥ ଆୟୋଗ ଅନୁଦାନ ଗ୍ରାମ ଗୁଡିକରେ ଜଳ ନିରାପତ୍ତା ଏବଂ ପରିମଳ ବ୍ୟବସ୍ଥା ପାଇଁ ପିଆର୍‌ଆଇ ନିମନ୍ତେ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ ।

ଅତିରିକ୍ତ ଡେପୁଟି ସିଏଜି ଶ୍ରୀ ସୁବୀର ମଲ୍ଲିକ ଉଲ୍ଲେଖ କରିଛନ୍ତି ଯେ ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକରେ ପ୍ରଭାବଶାଳୀ ଅଡିଟ୍ ପାଇଁ  ଇ ଗ୍ରାମ ସ୍ୱରାଜ, ଅଡିଟ୍ ଅନ୍‌ଲାଇନ୍ ଏବଂ ଇଜିଏସ୍‌ପିଏଲ୍ ଭଳି କୌଶଳ ବିକଶିତ ହୋଇଛି । ଅଡିଟ୍ ପର୍ଯ୍ୟବେକ୍ଷଣ  ଅଗ୍ରଗତି ଉପରେ ନଜର ରଖିବା ଏବଂ ପିଆର୍‌ଆଇ ସ୍ତରରେ ଉତ୍ତରଦାୟିତ୍ୱ ରକ୍ଷା କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର୍‌) ଗୁରୁତ୍ୱପୂର୍ଣ୍ଣ । ଅତିରିକ୍ତ ଡେପୁଟି ସିଏଜି ସୂଚାଇ ଦେଇଛନ୍ତି ଯେ ଅଡିଟ୍ ପର୍ଯ୍ୟବେକ୍ଷଣର ପୁନଃ ନିର୍ମାଣ ତଥା ତୃଣମୂଳ ସ୍ତରରେ ଉତ୍ତରଦାୟିତ୍ୱ ପ୍ରତିବନ୍ଧକ ଦୂର କରିବା ପାଇଁ ଜିଲ୍ଲା ସ୍ତରରେ ତଥା ଗ୍ରାମସଭା ସ୍ତରରେ ମନିଟରିଂ ତନ୍ତ୍ରକୁ ମଜବୁତ କରିବାର ଆବଶ୍ୟକତା ରହିଛି ।

ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ଚନ୍ଦ୍ର ଶେଖର କୁମାର ପଞ୍ଚାୟତର ଅନଲାଇନ୍ ଅଡିଟ୍ ତଥା ଅର୍ଥ ଆୟୋଗ ଅନୁଦାନ ବିତରଣ ଉପରେ ମତାମତ ତଥା ବିଚାର ପାଇଁ ଏହି ପ୍ଲାଟଫର୍ମକୁ ଉପଯୋଗ କରିବାକୁ ରାଜ୍ୟଗୁଡିକ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଯୁଗ୍ମ ସଚିବ ଶ୍ରୀ ଆଲୋକ ପ୍ରେମ ନାଗର ଏକ ସଂକ୍ଷିପ୍ତ ଉପସ୍ଥାପନା କରିଥିଲେ, ଯେଉଁଥିରେ ସେ ଏକ୍ସଭି ଏଫ୍‌ସି ପାଇଁ ଜାରି ହୋଇଥିବା କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଉପରେ ଆଲୋକପାତ କରିଥିଲେ ଏବଂ ଏଥିରେ ଇ ଗ୍ରାମସ୍ୱରାଜ ଏବଂ  ଅଡିଟ୍ ଅନ୍‌ଲାଇନ୍‌ରେ ରାଜ୍ୟ ଗୁଡିକର ଅଗ୍ରଗତି ମଧ୍ୟ ଦର୍ଶା ଯାଇଥିଲା । ବିଦ୍ୟମାନ ଅନୁଦାନ ଅନ୍ତରଣ ପ୍ରମାଣପତ୍ର ଗୁଡିକରେ ଯେକୌଣସି ପରିବର୍ତ୍ତନ ପାଇଁ ପ୍ରସ୍ତାବ ମଧ୍ୟ ରାଜ୍ୟ ଗୁଡିକ ନିକଟରୁ ମଗା ଯାଇଥିଲା । ଇ ଗ୍ରାମସ୍ୱରାଜ ଏବଂ ଅଡିଟ୍ ଅନ୍‌ଲାଇନ୍ ଉପରେ ୧୦୦% ଅନ୍‌ବୋଡିଂ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟ ମାନଙ୍କୁ ପରାମର୍ଶ ଦିଆଯାଇଛି ।

ଆସାମ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ଓଡିଶା, ରାଜସ୍ଥାନ, ସିକ୍କିମ, ତାମିଲନାଡୁ ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ଏହି ବୈଠକରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ଏଫସି ଅନୁଦାନର ବ୍ୟବହାରରେ ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ସହିତ ଇ ଗ୍ରାମସ୍ୱରାଜ ଏବଂ ଅଡିଟ୍ ଅନ୍‌ଲାଇନ୍‌ରେ ପିଆରଆଇ ଗୁଡ଼ିକର ଅନ୍‌ବୋର୍ଡିଂ ପାଇଁ ସେମାନଙ୍କ ରଣନୀତି ଉପରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।

*****

SSP



(Release ID: 1905752) Visitor Counter : 87