ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
azadi ka amrit mahotsav

ଗୁଜୁରାଟରେ ଖରିଫ ପିଆଜ ଖରିଦ ଆରମ୍ଭ କରିବ ନାଫେଡ


କୃଷକମାନଙ୍କୁ ତୁରନ୍ତ ସୁବିଧା ଦେବା ପାଇଁ ହସ୍ତକ୍ଷେପ

ପୋଷ୍ଟ କରାଯିବା ଦିନାଙ୍କ: 08 MAR 2023 8:53AM by PIB Bhubaneswar

ଭାରତୀୟ ଜାତୀୟ କୃଷି ସମବାୟ ବିପ୍ପଣନ ମହାସଂଘ (ନାଫେଡ୍‌) ଗୁଜୁରାଟରେ ପିଆଜ ମୂଲ୍ୟ ହ୍ରାସ ପ୍ରସଙ୍ଗକୁ ସମାଧାନ କରିବା ପାଇଁ ଖରିଫ ପିଆଜ କ୍ରୟ ଆରମ୍ଭ କରିବ ଭାରତ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟରେ ପିଆଜ ବଜାରକୁ ସ୍ଥିରତା ପ୍ରଦାନ କରିବ

ରାଜ୍ୟରେ ଖରିଫ ଋତୁରେ ପିଆଜର ମୂଲ୍ୟ ହ୍ରାସ ହେତୁ ପରିସ୍ଥିତିକୁ ଅନୁଧ୍ୟାନ କରି ଖାଉଟି ବ୍ୟାପାର ବିଭାଗ ଗୁଜୁରାଟର ତିନୋଟି ପ୍ରମୁଖ ବଜାରରୁ ପିଆଜ କ୍ରୟ ଆରମ୍ଭ କରିବାକୁ ନାଫେଡକୁ ନିର୍ଦ୍ଦେଶ ଦେଇଛି ନାଫେଡ ଭାବନଗର (ମହୁଆ), ଗୋଣ୍ଡାଲ ଏବଂ ପୋରବନ୍ଦରରୁ ୦୯.୦୩.୨୩ ରୁ ପିଆଜ କ୍ରୟ ଆରମ୍ଭ କରିବ

ରାଜ୍ୟରେ ପିଆଜ ମୂଲ୍ୟ ହ୍ରାସରୁ କୃଷକମାନଙ୍କୁ ତୁରନ୍ତ ରିହାତି ଦେବା ପାଇଁ ସରକାର ଏହି ଯୋଜନା କରିଛନ୍ତି ଏହି କେନ୍ଦ୍ରଗୁଡିକରେ ଭଲ ଦର ପାଇବା ପାଇଁ କୃଷକମାନଙ୍କୁ ସେମାନଙ୍କର ଉତ୍ତମ ଗୁଣବତ୍ତା ଏବଂ ଶୁଖିଲା ପିଆଜକୁ ଖରିଦ କେନ୍ଦ୍ରକୁ ଆଣିବାକୁ ଅନୁରୋଧ କରାଯାଇଛି ଚାଷୀମାନଙ୍କୁ ଅନଲାଇନରେ ସେମାନଙ୍କର ଦେୟ ପ୍ରଦାନ କରାଯିବ

ଆବଶ୍ୟକ ଅନୁଯାୟୀ ସମୟ ସମୟରେ ଅଧିକ କେନ୍ଦ୍ର ଖୋଲାଯିବ

HS


(ରିଲିଜ ଆଡି: 1905199) ପରିଦର୍ଶକ କାଉଣ୍ଟର : 167
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Assamese , Gujarati , Tamil , Telugu