ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁନିଟି ଇନ କ୍ରିଏଟିଭିଟି ପ୍ରତିଯୋଗିତାର ବିଜେତାଙ୍କ ସହ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 08 FEB 2023 9:59AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ବର୍ଷର ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଆୟୋଜିତ ୟୁନିଟି ଇନ କ୍ରିଏଟିଭିଟି ପ୍ରତିଯୋଗିତାର ବିଜେତାମାନଙ୍କ ସହ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  

 

ଏହି ପ୍ରତିଯୋଗିତାରେ ସାରା ଦେଶରୁ ୫ ଲକ୍ଷରୁ ଅଧିକ ବ୍ୟକ୍ତି ଉତ୍ସାହପୂର୍ବକ ଅଂଶଗ୍ରହଣ କରିଥିଲେ, ଯେଉଁଥିରୁ ୨୭୨ ବିଜେତା ମନୋନୀତ ହୋଇଥିଲେ । ସଂସ୍କୃତି ମନ୍ତ୍ରଣାଳୟ ସେମାନଙ୍କୁ ସୃଜନଶୀଳତା ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଦିଲ୍ଲୀର ନେହରୁ ପାର୍କରେ ଆୟୋଜିତ ହୋଇଥିଲା ।

 

ଅମୃତ ମହୋତ୍ସବ ପକ୍ଷରୁ ହୋଇଥିବା ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଅଦ୍ଭୁତ ରଚନାତ୍ମକତାରେ ଭରା ଦେଶଭକ୍ତିର ଏହି ଭାବନା #UnityInCreativityର ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ଯେଉଁ ଭାବରେ ଲକ୍ଷ ଲକ୍ଷ ଦେଶବାସୀ ଏଥିରେ ଉତ୍ସାହପୂର୍ବକ ଭାଗ ନେଲେ ତାହା ସମସ୍ତଙ୍କୁ ପ୍ରେରିତ କରିବ । ବିଜେତାମାନଙ୍କ ସହ ସମସ୍ତ ପ୍ରତିଯୋଗୀମାନଙ୍କୁ ଅନେକ- ଅନେକ ଶୁଭକାମନା ।” 

 

SR



(Release ID: 1897531) Visitor Counter : 98