ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଭୁବନେଶ୍ୱର, କୋଲକାତା ଓ ଜାମଶେଦପୁରକୁ ସଂଯୋଗ କରୁଥିବା ବିମାନ ସେବାର ଉଦଘାଟନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ


ଓଡିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ତିନିଟି ସହରକୁ ସଂଯୋଗ କରୁଥିବା ଏହି ବିମାନ ସେବାର ପରିଚାଳନା ଇଣ୍ଡିଆୱାନ ଦ୍ୱାରା ଆରସିଏସ ଉଡାନ ଅନ୍ତର୍ଗତ ହେବ

ଦୁମକା ଓ ବୋକାରୋ ବିମାନ ବନ୍ଦରରୁ ଶୀଘ୍ର ଉଡାଣ ଆରମ୍ଭ ହେବ: ଶ୍ରୀ ସିନ୍ଧିଆ

Posted On: 31 JAN 2023 4:00PM by PIB Bhubaneshwar

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ, ଜେନେରାଲ ଡଃ ବିଜୟ କୁମାର ସିଂହ (ଅବସରପ୍ରାପ୍ତ)ଙ୍କ ସହ ଆଜି ଭୁବନେଶ୍ୱର, କୋଲକାତା ଓ ଜାମଶେଦପୁରକୁ ସଂଯୋଗ କରୁଥିବା ବିମାନ ସେବାର ଉଦଘାଟନ କରିଛନ୍ତି ।

ଇଣ୍ଡିଆୱାନ ଏୟାର ଏହି ରୁଟରେ ଜାନୁୟାରୀ ୩୧, ୨୦୨୩ରୁ ବିମାନ ଉଡାଣ ଆରମ୍ଭ କରିଛି । ଆରସିଏସ- ଉଡାନ ଯୋଜନା ଅନ୍ତର୍ଗତ ଫେବୃୟାରୀ ୧, ୨୦୨୩ରୁ ଏହି ବିମାନ ସେବାକୁ ତ୍ୱରାନ୍ୱିତ କରି ଦୈନିକ କରାଯିବ । ବିମାନ ଚଳାଚଳର ସମୟ ସୂଚୀ ନିମ୍ନରେ ଦିଆଯାଇଛି:

TableDescription automatically generated

TableDescription automatically generated

 

ନିଜ ଉଦଘାଟନୀ ଭାଷଣରେ ବେସାମରିକ ବିମାନ ଚଳାଚଳ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ତିନିଟି ଭିନ୍ନ ଭିନ୍ନ ରାଜ୍ୟର ତିନିଟି ଗୁରୁତ୍ୱପୂର୍ଣ୍ଣ ସହର ବିମାନ ନେଟୱର୍କ ଦ୍ୱାରା ଯୋଡି ହେଉଥିବାରୁ ଏହା ଏକ ଶୁଭ ମୁହୂର୍ତ୍ତ । ଦେଶର କୋଣ ଅନୁକୋଣକୁ ବିମାନ ସେବା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏଥିରେ ପ୍ରତିଫଳିତ ହେଉଛି । ପୂର୍ବରୁ ଗୋଟିକ ପରେ ଗୋଟିଏ ଏୟାରଲାଇନ୍ସ ବନ୍ଦ ହେଉଥିଲା, ହେଲେ ଏବେ ଉଡାନ ଯୋଜନା ତିନିଟି ନୂଆ ଆଞ୍ଚଳିକ ଏୟାରଲାଇନ୍ସକୁ ଜନ୍ମ ଦେଇଛି । ୨୦୧୪ ପୂର୍ବରୁ ଦେଶରେ ମାତ୍ର ୭୪ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ଥିଲା । ଏବେ ଜାମଶେଦପୁରରେ ବାଣିଜ୍ୟିକ ଉଡାଣ ଆରମ୍ଭ ହେବା ପରେ ଏହା ୧୪୭କୁ ବୃଦ୍ଧି ପାଇଛି ଓ ଫେବୃୟାରୀ ୨୦୨୩ରେ କର୍ଣ୍ଣାଟକର ଶିବମୋଗା ବିମାନ ବନ୍ଦରରୁ ବାଣିଜ୍ୟିକ ଉଡାଣ ଆରମ୍ଭ ହେବା ପରେ ଏହା ୧୪୮ ଛୁଇଁବ ।

ଶ୍ରୀ ସିନ୍ଧିଆ କହିଛନ୍ତି, ଝାଡଖଣ୍ଡରେ ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଝାଡଖଣ୍ଡରେ ମାତ୍ର ଗୋଟିଏ ବିମାନ ବନ୍ଦର ଥିଲା । କିଛି ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଓଘର ଠାରେ ଦ୍ୱିତୀୟ ବିମାନବନ୍ଦର ଉଦଘାଟନ କରିଥିଲେ । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଦୁମକାରେ ୩୦ କୋଟି ଟଙ୍କା ଓ ବୋକାରୋ ବିମାନ ବନ୍ଦରରେ ୭୫ କୋଟି ଟଙ୍କା ନିବେଶ କରୁଛନ୍ତି ଓ ଖୁବଶୀଘ୍ର ଏହି ବିମାନବନ୍ଦରଗୁଡିକରୁ ଉଡାଣ ଆରମ୍ଭ ହେବ ।

ରାଷ୍ଟ୍ରମନ୍ତ୍ରୀ ଇଣ୍ଡିଆୱାନ ଏୟାରକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଏହି କନକ୍ଟିଭିଟି ଏହି ଅଞ୍ଚଳରେ ଯୋଗାଯୋଗ ଉନ୍ନତ କରିବା ସାଙ୍ଗକୁ ଆର୍ଥିକ ଗତିବିଧିକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏହି ଅବସରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ, ଝାଡଖଣ୍ଡ ସରକାରଙ୍କ ମନ୍ତ୍ରୀ ଶ୍ରୀ ବନ୍ନା ଗୁପ୍ତା, ଝାଡଖଣ୍ଡ ସରକାରଙ୍କ ମନ୍ତ୍ରୀ ଶ୍ରୀ ସତ୍ୟାନନ୍ଦ ଭୋକ୍ତା, ଇଣ୍ଡିଆୱାନର ସିଇଓ ଶ୍ରୀ ଅରୁଣ କୁମାର ସିଂହ ଉପସ୍ଥିତ ଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଅସଂଗବା ଚୁବା ଆଓ ଏବଂ ବିମାନ ଚଳାଚଳ ମନ୍ତ୍ରଣାଳୟ, ଝାଡଖଣ୍ଡ ସରକାର, ଏଏଆଇ ଓ ଇଣ୍ଡିଆୱାନର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଉଡାନ ସମ୍ପର୍କିତ ପୁରୁଣା ପ୍ରେସ ରିଲଜ ଏଠାରେ ଦେଖିପାରିବେ-

https://pib.gov.in/PressReleasePage.aspx?PRID=1889470

 

SR



(Release ID: 1895127) Visitor Counter : 136


Read this release in: English , Urdu , Hindi