ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

ଆଜି ଅଗରତାଲା ଠାରେ ଆୟୋଜିତ ଯୁବ ସମ୍ବାଦ : ଭାରତ @ ୨୦୪୭ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର


ତ୍ରିପୁରାର ସମସ୍ତ ଆଠଟି ଜିଲ୍ଲାରେ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯିବ । ସମସ୍ତ ଷ୍ଟାଡିୟମରେ ୧୫ – ୨୦ ମ୍ୟାଚ୍ ଖେଳିବା ନିମନ୍ତେ ସୁବିଧା ରହିବ : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ

ଶ୍ରୀ ଅନୁରାଗ ଠାକୁର ଯୁବକ ମାନଙ୍କୁ ବୁଲେଟ୍ ଠାରୁ ବାଲାଟ୍‌ର ଶକ୍ତି ଅଧିକ ବୋଲି ସର୍ବଦା ମନେ ରଖିବାକୁ ଅନୁରୋଧ କରିଛନ୍ତି

प्रविष्टि तिथि: 13 JAN 2023 7:28PM by PIB Bhubaneswar

କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ତ୍ରିପୁରାର ଅଗରତାଲା ଠାରେ ଆୟୋଜିତ "ଯୁବ ସମ୍ବାଦ, ଭାରତ @ ୨୦୪୭ କାର୍ଯ୍ୟକ୍ରମ’ ରେ ଯୋଗ ଦେଇଥିଲେ । ଏହି ସମୟରେ ସେ ସେଠାରେ ଉପସ୍ଥିତ ଯୁବକ ମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ । ଯୁବକ ମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, "ଯେତେବେଳେ ରାଷ୍ଟ୍ର ନିର୍ମାଣ କଥା ଆସେ, ଦେଶ ତଥା ବିଶ୍ୱ ସ୍ତରରେ ସମସ୍ତଙ୍କ ଧ୍ୟାନ ଯୁବପିଢ଼ି ଆଡକୁ ଯାଏ । ଯୁବ ଅର୍ଥ ହେଉଛି ଗତି, ଯୁବ ଅର୍ଥ ସ୍ୱପ୍ନ, ଯୁବ ଅର୍ଥ ହେଉଛି ନୂତନ ଶକ୍ତି, ଯୁବ ଅର୍ଥ ହେଉଛି ନୂତନ ଚିନ୍ତାଧାରା, ଯୁବ ଅର୍ଥ ହେଉଛି ନୂତନ ଲକ୍ଷ୍ୟ , ଯୁବ ଅର୍ଥ ଭବିଷ୍ୟତ, ଯୁବ ଅର୍ଥ ହେଉଛି ଆଶାର କିରଣ, ଯୁବ ଅର୍ଥ ସୂର୍ଯ୍ୟ । ସମସ୍ତଙ୍କୁ ଆଲୋକ ଦେବା ପାଇଁ ସୂର୍ଯ୍ୟ ନିଜେ ଜଳିଯାଏ । ଆମର ଯୁବକମାନେ ମଧ୍ୟ ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରୁଛନ୍ତି । ” 

ଜି -୨୦ ଅନୁସାରେ ଆୟୋଜିତ ଯୁବ - ୨୦ ସମ୍ପର୍କରେ ସୂଚନା ପ୍ରଦାନ କରି ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ କହିଛନ୍ତି ଯେ, "କେବଳ ଆମର ଯୁବକମାନେ ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱଗୁରୁ କରିବା ପାଇଁ ସ୍ୱାମୀ ବିବେକାନନ୍ଦ ଦେଖିଥିବା ସ୍ୱପ୍ନକୁ ପୂରଣ କରିପାରିବେ । ଜଣେ ନରେନ୍ଦ୍ର ଅନ୍ୟ ଜଣେ ନରେନ୍ଦ୍ର (ସ୍ୱାମୀ ବିବେକାନନ୍ଦ) ଙ୍କର ସ୍ୱପ୍ନକୁ ପୂରଣ କରୁଛନ୍ତି । ମୋଦୀ ଜୀ’ ଙ୍କ ନେତୃତ୍ୱରେ ଭାରତ ବିଶ୍ୱଗୁରୁ ହେବାର ମାର୍ଗରେ ଚାଲିଛି ଏବଂ ଜି -୨୦ ର ଅଧ୍ୟକ୍ଷତା ଏହାର ପ୍ରତିଫଳନ ଅଟେ । ଜି ୨୦ ହେଉଛି ଏକ ଏମିତି ମଂଚ ଯେଉଁଠାରୁ ଭାରତ ଏହାର ଗୌରବମୟ ଇତିହାସ ଏବଂ କଳା- ସଂସ୍କୃତି ଏବଂ ସାହିତ୍ୟକୁ ପ୍ରତିପାତିଦ କରିପାରିବ । 

କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଜି ୨୦ ଅନୁସାରେ ୱାଇ ୨୦ ଅର୍ଥାତ୍ ୟୁଥ୍ ୨୦ ଏଗେଜମେଂଟ ଗ୍ରୁପ୍ ମଧ୍ୟ ସମଗ୍ର ଦେଶରେ ବୈଠକ ଆୟୋଜନ କରିବ ଏବଂ ଏହା ମାଧ୍ୟମରେ ସମସ୍ତ ବିଶ୍ୱ ବିଦ୍ୟାଳୟ, ବିଦ୍ୟାଳୟ, ଏନ୍‌ୱାଇକେଏସ୍‌, ଏନ୍‌ଏସ୍‌ଏସ୍‌, ସ୍କାଉଟ୍ ଏବଂ ଗାଇଡ୍‌ରେ ୱାଇ ୨୦ ଆଲୋଚନା ଆୟୋଜନ କରାଯିବ । ସେପ୍ଟେମ୍ବର ମାସରେ ଦୁନିଆର ସମସ୍ତ ନେତା ଆମ ଯୁବକ ମାନଙ୍କ କଥା ଶୁଣିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେପ୍ଟେମ୍ବର ମାସରେ ଆମର ଯୁବକମାନେ ଦେଶ ତଥା ବିଶ୍ୱକୁ କିପରି ଆଗକୁ ନେବେ ସେ ସମ୍ବନ୍ଧରେ ଆମେ ବିଶ୍ୱର ୨୦ ଜଣ ଶ୍ରେଷ୍ଠ ନେତାଙ୍କୁ ଏକ ଡକ୍ୟୁମେଂଟ/ ନଥିପତ୍ର ଦାଖଲ କରିବୁ ।

 ଯୁବକ ମାନଙ୍କୁ ଭବିଷ୍ୟତର ଭାରତର ସ୍ଥପତି ଭାବରେ ବର୍ଣ୍ଣନା କରି ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, "ଭବିଷ୍ୟତର ଭାରତ କିପରି ହେବ ତାହା ଆମ ଯୁବକ ମାନଙ୍କୁ ସ୍ଥିର କରିବାକୁ ପଡିବ । ଜଳବାୟୁ ପରିବର୍ତ୍ତନ ଆମ କୃଷକ ଏବଂ ଅନ୍ୟ ସମସ୍ତଙ୍କୁ ପ୍ରଭାବିତ କରିଥାଏ । ତରଳୁଥିବା ବରଫ ପାହାଡ ସହିତ କଣ କରିବାକୁ ହେବ?” ଏବଂ ଜଳବାୟୁ ପରିବର୍ତ୍ତନ ଆମ ଯୁବକ ମାନଙ୍କ ଉପରେ ନିର୍ଭର କରେ ” । 

ଶ୍ରୀ ଅନୁରାଗ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ, “ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ଆଗକୁ ନେଇ ଯିବାକୁ ପଡିବ । 

୨୦୧୪ ଠାରୁ ୮ ବର୍ଷ ମଧ୍ୟରେ, କେନ୍ଦ୍ର ସରକାର ଗତ ୭୦ ବର୍ଷ ତୁଳନାରେ ସମଗ୍ର ଭାରତରେ ଅଧିକ ଆଇଆଇଟି, ଆଇଆଇଏମ୍‌, ମେଡିକାଲ୍ କଲେଜ୍‌, ଏମ୍ସ ନିର୍ମାଣ କରିଛନ୍ତି । କେନ୍ଦ୍ର ସରକାର ତ୍ରିପୁରାକୁ ଏକ ବଡ଼ ବିମାନ ବନ୍ଦର, ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟି, ହକି ପାଇଁ ସିନ୍ଥେଟିକ୍ ଖେଳ ପଡିଆ ମଧ୍ୟ ଦେଇଛନ୍ତି । ତ୍ରିପୁରାର ସମସ୍ତ ଆଠଟି ଜିଲ୍ଲାରେ ଆମେ ଇନଡୋର ଷ୍ଟାଡିୟମ ନିର୍ମାଣ କରିବୁ । ସମସ୍ତ ଷ୍ଟାଡିୟମରେ ୧୫ – ୧୬ ମ୍ୟାଚ୍ ଖେଳିବାର ସୁବିଧା ରହିବ । ଆମକୁ ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ସହରରୁ ଜିମ୍ନାଷ୍ଟ ଏବଂ କ୍ରୀଡ଼ାବିତ୍ ମାନଙ୍କର ଆବଶ୍ୟକତା ରହିଛି । "

ସ୍ୱାଧୀନତାର ୧୦୦ ବର୍ଷ ପରେ ଭାରତର କଳ୍ପନା କରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, "ବନ୍ଧୁଗଣ, ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ଆମେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଛୁ ଏବଂ ଆଗାମୀ ୨୫ ବର୍ଷ ପରେ ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ ଏବଂ ସେତେବେଳେ ଆମେ ପ୍ରକୃତ ଅର୍ଥେରେ ସୁବର୍ଣ୍ଣ ଯୁଗରେ ପ୍ରବେଶ କରିବା । ଆମର ଯୋଗ, ସଙ୍ଗୀତ, ସିନେମା, ଆଧ୍ୟାତ୍ମିକତା ଇତ୍ୟାଦି ଆମର ନରମ ଶକ୍ତି ଅଟେ ଏବଂ ଆମକୁ ଭାରତର ନରମ ଶକ୍ତିକୁ ଆଗକୁ ବଢ଼ାଇବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ “ଆଜି ଦୁନିଆର ସବୁଠୁ ବଡ କମ୍ପାନୀର ସିଇଓ ହେଉଛନ୍ତି ଭାରତୀୟ ।”

ଆତଙ୍କବାଦ ଉପରେ ମୋଦୀ ସରକାରଙ୍କ ନୀତିକୁ ନିର୍ଣ୍ଣାୟକ ବୋଲି ବର୍ଣ୍ଣନା କରି ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ ଆମେ ଆତଙ୍କବାଦ ବିରୋଧରେ ଏକ ନିର୍ଣ୍ଣାୟକ ନୀତି ଆପଣାଇ ସ୍ପଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ । ବିଚ୍ଛିନ୍ନତାବାଦ ମଧ୍ୟ ପରାସ୍ତ ହୋଇଛି । ଉତ୍ତର ପୂର୍ବ ଅଂଚଳରେ ଲାଗି ରହିଥିବା ବିଦ୍ରୋହରେ ୮୯% ହ୍ରାସ ଘଟିଛି । ଆଜି ଅଧିକାଂଶ ଅଞ୍ଚଳରୁ ଏଏଫ୍‌ଏସ୍‌ପିଏ ପ୍ରତ୍ୟାହାର କରାଯାଇଛି । ରେକର୍ଡ ଶାନ୍ତି ଚୁକ୍ତିନାମା କରାଯାଇଛି । ସେହିଭଳି, ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ କରାଯାଇଛି, ଯେଉଁଠାରେ ଥରେ ଆତଙ୍କବାଦୀମାନେ ଦେଶର ଜାତୀୟ ପତାକାକୁ ଉତ୍ତୋଳନ କରିବାକୁ ଦେଇନଥିଲେ । ଆଜି କାଶ୍ମୀରର ପ୍ରତ୍ୟେକ ରାସ୍ତାରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି । ଏକ ଭାରତ , ଶ୍ରେଷ୍ଠ ଭାରତର ସ୍ୱପ୍ନ ବର୍ତ୍ତମାନ ସାକାର ହେଉଛି ।

କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଠାକୁର ସମସ୍ତ ଯୁବକ ମାନଙ୍କୁ ପରିବର୍ତ୍ତନର ବାହକ ହେବାକୁ ଆହ୍ୱାନ କରି କହିଛନ୍ତି, "ସର୍ବଦା ମନେରଖ, ‘ବୁଲେଟ୍ ଅପେକ୍ଷା ବାଲାଟ୍ ଅଧିକ ଶକ୍ତିଶାଳୀ । ଆସ, ଦେଶକୁ ଏକା ସହିତ ଆଗକୁ ନେବା । ଜୀବନରେ ସର୍ବଦା ଆଗକୁ ବଢ଼ନ୍ତୁ, କେବେ ହତାଶ ହୁଅନ୍ତୁ ନାହିଁ । ଚାଲ ଏକ ଦଳ ଭାବରେ ଏକାଠି କାମ କରିବା ” ।

***

SSP


(रिलीज़ आईडी: 1891141) आगंतुक पटल : 375
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी