ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ସମସ୍ତ ରାଜ୍ୟ ସମସ୍ତ ଜିଲ୍ଲା ଗୁଡିକରେ ମୂଲ୍ୟ ଯାଂଚ କେନ୍ଦ୍ର ପ୍ରତିଷ୍ଠା କରିବା ଉଚିତ୍ : କେନ୍ଦ୍ର


୨୦୨୩ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଦେଶରେ ୭୫୦ଟି ମୂଲ୍ୟ ଯାଂଚ କେନ୍ଦ୍ର ସ୍ଥାପନ କରିବା ଲକ୍ଷ୍ୟ ରହିଛି : ଖାଉଟି ବ୍ୟାପାର ବିଭାଗର ସଚିବ

ଗ୍ରାହକ ମାନଙ୍କ ପାଇଁ ଇ – ଦାଖିଲ ବ୍ୟବସ୍ଥା ମାଧ୍ୟମରେ ଅଭିଯୋଗ ଦାଖଲ କରିବାକୁ ବିଭାଗ ଏକ ଫର୍ମାଟ୍ / ଟେମ୍ପଲେଟ୍‌ର ଚୂଡାନ୍ତ ରୂପ ପ୍ରଦାନ କରୁଛି

ପ୍ରତି ମାସରେ ଏନ୍‌ସିଏଚ୍‌ରେ ପଞ୍ଜୀକୃତ ହୋଇଥିବା ୯୦,୦୦୦ ଅଭିଯୋଗ ମଧ୍ୟରୁ ମୋଟ ଅଭିଯୋଗର ୪୫ – ୫୦% ଇ କମର୍ସ ସମ୍ବନ୍ଧୀୟ ହୋଇଥାଏ

ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଉପଭୋକ୍ତା ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ଗୁଡିକର ସମାଧାନ ପାଇଁ ଗୁଆହାଟୀ ଠାରେ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା

Posted On: 02 DEC 2022 6:50PM by PIB Bhubaneshwar

ଆଜି ଆସାମର ଗୁଆହାଟୀ ଠାରେ ଅନୁଷ୍ଠିତ ଏକ ଦିବସୀୟ କର୍ମଶାଳାରେ ଖାଉଟି ବ୍ୟାପାର ବିଭାଗର ସଚିବ ଶ୍ରୀ ରୋହିତ କୁମାର ସିଂହ ସମସ୍ତ ରାଜ୍ୟର ସମସ୍ତ ଜିଲ୍ଲା ଗୁଡିକରେ ମୂଲ୍ୟ ଯାଂଚ କେନ୍ଦ୍ର ପ୍ରତିଷ୍ଠା କରାଯିବା ଉଚିତ ବୋଲି କହିଛନ୍ତି । ସେ କହିଥିଲେ ଯେ , ୨୦୨୩ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ୭୫୦ଟି ମୂଲ୍ୟ ଯାଂଚ ସେଂଟର ସ୍ଥାପନ କରିବା ଲକ୍ଷ୍ୟ ହାସଲ ନିମନ୍ତେ କେନ୍ଦ୍ର ଲକ୍ଷ୍ୟ ରଖିଛି, ଯାହା ପାଇଁ ଆର୍ଥିକ ସହାୟତା ନିଶ୍ଚିତ ହେବ ।

ସଚିବ ସ୍ପଷ୍ଟ କରିଥିଲେ ଯେ ମୂଲ୍ୟ ଯାଂଚ ବିଭାଗ ମାଧ୍ୟମରେ ମୁଦ୍ରାସ୍ଫୀତି ଉପରେ ନଜର ରଖି ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି । ଖାଉଟି ବ୍ୟାପାର ବିଭାଗ ନିୟମିତ ଭାବରେ ମୂଲ୍ୟ ସମ୍ବନ୍ଧରେ ତଥ୍ୟ ପ୍ରସ୍ତୁତ କରେ ଏବଂ ଦେଶରେ ୨୨ ଟି ଜରୁରୀ ଖାଦ୍ୟ ସାମଗ୍ରୀର ମୂଲ୍ୟ ସଂଗ୍ରହ କରି ଏକାଠି କରିବାର ବ୍ୟବସ୍ଥା ରହିଛି ।

ଉତ୍ତର ପୂର୍ବାଂଚଳର ଖାଉଟି ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ଗୁଡିକର ସମାଧାନ ପାଇଁ ଆସାମ ସରକାରଙ୍କ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା ।

ସଚିବ ନିଜର ଉଦ୍‌ଘାଟନୀ ବକ୍ତବ୍ୟରେ ସୂଚନା ଦେଇଥିଲେ ଯେ, କିପରି ଗ୍ରାହକଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ବିଆଇଏସ୍‌, ଏନଟିଏଚ୍‌, ଆଇନ୍ ମାପ ବିଜ୍ଞାନ ଏବଂ ଜାତୀୟ ଉପଭୋକ୍ତା ହେଲ୍ପଲାଇନ ମାଧ୍ୟମରେ ଗୁଣବତ୍ତା, ପରିମାଣ, ମାନକ, ପରୀକ୍ଷଣ ଏବଂ ମାନଦଣ୍ଡ ଦୃଷ୍ଟିରୁ ବିଭାଗ, ଜାତୀୟ ଆୟୋଗ, ରାଜ୍ୟ ଆୟୋଗ ଏବଂ ଜିଲ୍ଲା ଆୟୋଗ ଏବଂ ସମଗ୍ର ପାରିବେଶିକ ବ୍ୟବସ୍ଥା ଏକା ସହିତ କାର୍ଯ୍ୟ କରୁଛନ୍ତି । 

ସେ ଆହୁରି ମଧ୍ୟ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍‌) ର ଭାରତର ଜାତୀୟ ମାନକ ସଂସ୍ଥା ଭାବରେ ଭୂମିକା ଉପରେ ଆଲୋକପାତ କରିଥିଲେ, ଭାରତୀୟ ମାନକକୁ ବିକଶିତ କରିବା ଏବଂ ଗୁଣବତ୍ତା ନିୟନ୍ତ୍ରଣ ଆଦେଶ ଭଳି ସ୍ୱେଚ୍ଛାକୃତ ତଥା ବାଧ୍ୟତାମୂଳକ ମାନଦଣ୍ଡର କାର୍ଯ୍ୟନ୍ୱୟନ ଏବଂ ଆଇନ୍ ମାପ ବିଜ୍ଞାନ ଏବଂ ଓଜନ ଏବଂ ମାପ ମାଧ୍ୟମରେ ଗ୍ରାହକଙ୍କୁ କିପରି ନିଶ୍ଚିତ କରା ଯାଇଛି ସେ ସମ୍ପର୍କରେ କହିଥିଲେ । ଯାହା ଉପସ୍ଥାପନ କରା ଯାଉଛି, ଉପସ୍ଥାପିତ ହେଉଥିବା ପରିମାଣ ଉତ୍ପାଦ ଉପରେ ଉଲ୍ଲେଖ ହୋଇଥିବା ଦାବି ସହିତ ସମାନ କି ନାହିଁ ସେ ସମ୍ପର୍କରେ ମଧ୍ୟ କହିଥିଲେ ।

ଉପଭୋକ୍ତା ସଂରକ୍ଷଣ କ୍ଷେତ୍ର ବିଷୟରେ ସେ ଏହା କହିଥଲେ ଯେ , ଆୟୋଗର ଭିତ୍ତିଭୂମି ସଂରଚନା , ଉପଭୋକ୍ତା ଆୟୋଗରେ ମାନବ ସମ୍ବଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେଉଛି ତିନୋଟି କ୍ଷେତ୍ର ଯାହା ମାଧ୍ୟମରେ ଉପଭୋକ୍ତା ସୁରକ୍ଷାର ସମଗ୍ର ପାରିବେଶିକ ବ୍ୟବସ୍ଥାକୁ ଦୃଢ଼ ଏବଂ ଦାୟିତ୍ୱ ସମ୍ପନ୍ନ କରା ଯାଇଥାଏ ।

ନୀତି ଅନୁଯାୟୀ ଉପଭୋକ୍ତା ଆୟୋଗର ପ୍ରଭାବଶାଳୀ କାର୍ଯ୍ୟ ପାଇଁ ଆବଶ୍ୟକ ଭିତ୍ତିଭୂମି ସଂରଚନା ପ୍ରସ୍ତୁତ କରିବା ନିମନ୍ତେ ବିଭାଗ ସମସ୍ତ ରାଜ୍ୟ ତଥା ଜିଲ୍ଲା ଆୟୋଗଙ୍କୁ ନିଜର ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବ, ଯେଉଁଥିରେ ଦର୍ଶା ଯାଇଛି ଯେ ୫୦% ରାଜ୍ୟ ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ହେବ ଏବଂ ୫୦% କେନ୍ଦ୍ର ସରକାରଙ୍କ ଦ୍ୱାରା ଆର୍ଥିକ ସହାୟତା ପାଇବ । ଏବଂ ରାଜ୍ୟ ସରକାରଙ୍କ ସମସ୍ତ ପ୍ରତିନିଧି ମାନଙ୍କୁ ସେ ଅନୁରୋଧ କରିଥିଲେ ଯେ ସେମାନେ ପୂର୍ବ ବର୍ଷର ଉପଯୋଗିତା ପ୍ରମାଣପତ୍ର ପ୍ରଦାନ କରନ୍ତୁ, ଯଦି ବିଚାରାଧୀନ ଅଛି, ଯାହା ବିନା ପରବର୍ତ୍ତୀ ବର୍ଷ ପାଇଁ କେନ୍ଦ୍ର ଅର୍ଥ ପ୍ରଦାନ କରି ପାରିବ ନାହିଁ ।

ମାନନୀୟ ଅଧ୍ୟକ୍ଷ ଏବଂ ସଦସ୍ୟ ମାନଙ୍କ ନିଯୁକ୍ତି ଏବଂ ଉପଭୋକ୍ତା ଆୟୋଗରେ ଖାଲିଥିବା ପ୍ରସଙ୍ଗ ବିଷୟରେ ସେ ଗର୍ବର ସହିତ କହିଥିଲେ ଯେ ଉପଭୋକ୍ତା ଆୟୋଗରେ ଖାଲି ରହିଥିବା ପଦବୀ ଦୃଷ୍ଟିରୁ ଦେଶରେ ଉତ୍ତର ପୂର୍ବର ସ୍ଥିତି ସବୁଠାରୁ ଭଲ ରହିଛି, ଯେଉଁଠାରେ ଉପଭୋକ୍ତା ଆୟୋଗରେ କମ୍ ସଂଖକ ଖାଲି ପଦବୀ ରହିଛି ।

ଇ ଦାଖିଲ ମାଧ୍ୟମରେ ଗ୍ରାହକ ମାନଙ୍କର ଅଭିଯୋଗ ଗୁଡିକର ଅନଲାଇନ୍ ଦାଖଲ କରିବାର ସୁବିଧା ଉପରେ ଆଲୋକପାତ କରି ସେ ସୂଚନା ଦେଇଥିଲେ ଯେ ଗ୍ରାହକଙ୍କ ନିକଟରେ ଅଭିଯୋଗ ଦାଖଲ କରିବାକୁ ବିଭାଗ ଏକ ଫର୍ମାଟ୍ / ଟେମ୍ପଲେଟ୍ ଚୂଡ଼ାନ୍ତ କରିଛି ଯେଉଁଥିରେ ମାନକ କ୍ଷେତ୍ର ସାମିଲ୍ ଅଟେ ଏବଂ ଥରେ ସମସ୍ତ ବାଧ୍ୟତାମୂଳକ ସୂଚନା ପ୍ରଦାନ କରାଯିବା ପରେ କମିଶନ ପ୍ରକୃତ ମାମଲା ସହଜରେ ସ୍ୱୀକାର କରି ପାରିବେ । ସେ ନିଶ୍ଚିତ କରିଛନ୍ତି ଯେ ଟେମ୍ପଲେଟ୍ ଖୁବ୍ ଶୀଘ୍ର ବ୍ୟବସ୍ଥାରେ ନିୟୋଜିତ ହେବ ଏବଂ ଏହାର ବିସ୍ତାର ହେବ ଏବଂ ଏହି ଭଳି ଭାବେ ସମଗ୍ର ଦେଶରେ ଇ ଦାଖିଲ୍ ମାଧ୍ୟମରେ ଦାଖଲ ହେଉଥିବା ମାମଲା ସଂଖ୍ୟା ବୃଦ୍ଧି ପାଇବ ବୋଲି ଆୟୋଗ ଆଶା କରି ପାରନ୍ତି ।

ଇ - କମର୍ସର ଆଗମନ ସହିତ ଉପଭୋକ୍ତା ସୁରକ୍ଷା କ୍ଷେତ୍ରରେ ପ୍ରତିମାନ ପରିବର୍ତ୍ତନ ଉପରେ ଶ୍ରୀ ସିଂହ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଗ୍ରାହକ ଏବଂ ଯୋଗାଣକାରୀଙ୍କ ମଧ୍ୟରେ ପରିବର୍ତ୍ତିତ ସମୀକରଣ ସହିତ ବିଶେଷ କରି ଇ କମର୍ସ ମାଧ୍ୟମରେ, ଜାତୀୟ ଉପଭୋକ୍ତା ହେଲ୍ପଲାଇନ ମାଧ୍ୟମରେ ଇ- କମର୍ସ କ୍ଷେତ୍ରରେ ପଞ୍ଜୀକୃତ ଗ୍ରାହକ ମାନଙ୍କ ଅଭିଯୋଗରେ ଦ୍ରୁତ ବୃଦ୍ଧି ଘଟିଛି । ପ୍ରତି ମାସରେ ଏନ୍‌ସିଏଚ୍‌ରେ ପଞ୍ଜୀକୃତ ହୋଇଥିବା ୯୦,୦୦୦ ଅଭିଯୋଗ ଗୁଡିକ ମଧ୍ୟରୁ ମୋଟ ଅଭିଯୋଗର ୪୫ – ୫୦% ଇ - କମର୍ସ ସମ୍ବନ୍ଧୀୟ ବୋଲି ସୂଚନା ଦିଆ ଯାଇଛି ।

ଏଥିସହ ସେ ଗୁରୁତ୍ୱାରୋପ କରି କହିଥିଲେ ଯେ , ଏକ ଆବଶ୍ୟକ ପଦକ୍ଷେପ ଭାବରେ, ବିଭାଗ ଖାଉଟି ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସୁଶ୍ରୀ ନିଧି ଖରେଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି । ଅବଶ୍ୟ, ଏହା ଉପଭୋକ୍ତା ମାନଙ୍କ ଉପରେ ସେମାନଙ୍କର ଅଧିକାର ବିଷୟରେ ଅଧିକ ସଚେତନ ହେବା ଏବଂ ଇ - କମର୍ସ କମ୍ପାନୀ ଗୁଡିକର କାର୍ଯ୍ୟକୁ ଚ୍ୟାଲେଞ୍ଜ କରିବା ଉପରେ ନିର୍ଭର କରେ ।

ବିଭାଗର ବିଭିନ୍ନ ସାମ୍ପ୍ରତିକ ପଦକ୍ଷେପ ବିଷୟରେ ଆଲୋଚନା କରି ସେ ନକଲି ସମୀକ୍ଷା ଉପରେ ବିଆଇଏସ୍ ମାନକ ଆଇଏସ୍ ୧୯୦୦/ ୨୦୨୨ ର ଶୁଭାରମ୍ଭ ବିଷୟରେ ସୂଚନା ଦେଇଥିଲେ, ଯେଉଁଥିରେ ଇ- କମର୍ସ କମ୍ପାନୀ ଗୁଡିକ ସେମାନଙ୍କ ପ୍ଲାଟଫର୍ମରେ ସମୀକ୍ଷା ସୃଷ୍ଟି କରିବା ଏବଂ ପ୍ରକାଶ କରିବା ପାଇଁ ନୀତି ଅନୁସାରେ ଏହି ମାନକ ଗୁଡିକୁ ପାଳନ କରିବାର ଆବଶ୍ୟକତା ରହିଛି ।

ବିଚାରାଧୀନ ମାମଲା ଗୁଡ଼ିକର ସଂଖ୍ୟା ହ୍ରାସ କରିବାରେ ଉପଭୋକ୍ତା ଆୟୋଗର ଭୂମିକା ଉପରେ ଆଲୋକପାତ କରି , ସେ ସୂଚନା ଦେଇଛନ୍ତି ଯେ ବିଚାରାଧୀନ ମାମଲା ଗୁଡ଼ିକର ଏକ ତୃତୀୟାଂଶ ବୀମା କ୍ଷେତ୍ର ସହିତ ଜଡିତ ଏବଂ ସେଥିପାଇଁ ଲୋକ ଅଦାଲତରେ ଅଂଶ ଗ୍ରହଣ କରି ବୀମା କମ୍ପାନୀ, ଆର୍ଥିକ ସେବା ବିଭାଗ ଏବଂ ଆଇଆରଡିଏ ସହିତ ଜଡିତ ହୋଇ ବିଭାଗ ଅଭିଯୋଗର ଉତ୍ପତିକୁ ଲକ୍ଷ୍ୟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ବିଚାରାଧୀନ ମାମଲା ଗୁଡ଼ିକର ସଂଖ୍ୟା ହ୍ରାସ କରିବାରେ ଫଳପ୍ରଦ ଭାବରେ କାର୍ଯ୍ୟ କରିବାକୁ କମିଶନ ମାନଙ୍କୁ ଅନୁରୋଧ କରିଛନ୍ତି ।

ଆସାମ ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ପାବନ କୁମାର ବୋରଠାକୁର କହିଥିଲେ ଯେ ଗ୍ରାହକଙ୍କ ସୁରକ୍ଷା ପାଇଁ ଉପଭୋକ୍ତା ଆୟୋଗର ପ୍ରଭାବଶାଳୀ କାର୍ଯ୍ୟ ଅତ୍ୟନ୍ତ ଆବଶ୍ୟକ ଏବଂ ଯଦି ଉପଭୋକ୍ତା ଆୟୋଗ ଠିକ୍ ଭାବରେ କାର୍ଯ୍ୟ କରୁ ନାହାଁନ୍ତି, ଉପଭୋକ୍ତା ରାଜା ହେବା ପରିବର୍ତ୍ତେ ସେମାନେ ନିର୍ବାସନର ରାଜା ହୋଇ ଯାଇଥାନ୍ତି । ଆହୁରି ମଧ୍ୟ, ଗ୍ରାହକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ଦର୍ଶାଇଛନ୍ତି ଯେ, ଯେପର୍ଯ୍ୟନ୍ତ ଗ୍ରାହକ ମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ସୂଚନା ଦିଆ ଯାଇ ନଥାଏ, ସେପର୍ଯ୍ୟନ୍ତ ସେମାନେ ଏହା ଜାଣି ପାରିବେ ନାହିଁ, ତେଣୁ ସେଥିପାଇଁ ସଚେତନତା ଗୁରୁତ୍ୱପୂର୍ଣ୍ଣ । ସେ ଆହୁରି ମଧ୍ୟ ଉତ୍ତର ପୂର୍ବାଂଚଳର ସମସ୍ତ ଗ୍ରାହକ ଆୟୋଗଙ୍କୁ ଅଧିକ ପରିଶ୍ରମ କରିବାକୁ, ଏକାଠି ହେବାକୁ ଏବଂ ବିଚାରଧୀନ ମାମଲାର ସଂଖ୍ୟା ହ୍ରାସ ପାଇଁ ଜାତୀୟ ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ଅତିରିକ୍ତ ସଚିବ ନିଧି ଖରେ ଏହି ସମାବେଶକୁ ସ୍ୱାଗତ କରିଥିଲେ ଏବଂ ଏହା ସହିତ ଏହି କଥା ଉପରେ ଆଲୋକପାତ କରି କହିଥିଲେ ଯେ କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଭାରତର ଉତ୍ତର-ପୂର୍ବ ଭାଗରେ ଉପଭୋକ୍ତା ବ୍ୟାପାର ସମ୍ପର୍କିତ ସମସ୍ୟା ଗୁଡିକ ଉପରେ ଆଲୋଚନା କରିବା । ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ ଖାଉଟି ବ୍ୟାପାର ବିଭାଗ ଜାତୀୟ ସ୍ତର, ରାଜ୍ୟ ସ୍ତର ଏବଂ ଜିଲ୍ଲା ସ୍ତରରେ ଗ୍ରାହକ ମାନଙ୍କ ପ୍ରସଙ୍ଗରେ ଅନେକ ପଦକ୍ଷେପ ନେଇଛି, ଯେଉଁଥିରେ ମଧ୍ୟସ୍ଥତା ସେଲ୍ ପ୍ରତିଷ୍ଠା କରିବା, ଲୋକ ଅଦାଲତ ପରିଚାଳନା, ଅସୁବିଧା ମୁକ୍ତ ଉପଭୋକ୍ତା ଅଭିଯୋଗର ସମାଧାନ ପାଇଁ ଇ-ଫାଇଲ୍ ବ୍ୟବହାର ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ ଅଟେ । 

ଗ୍ରାହକ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଶ୍ରୀ ଅନୁପମ ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହ ଆସାମ ସରକାର ଏବଂ ତାଙ୍କ ଦଳକୁ ମଧ୍ୟ ଏକ ବଡ଼ ସଫଳତା ପ୍ରଦାନ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ ।

ଉଦ୍‌ଘାଟନୀ ଅଧିବେଶନ ପରେ ଉପଭୋକ୍ତା ଆୟୋଗରେ ବିଚାରାଧୀନ ମାମଲା ଗୁଡ଼ିକର ସଂଖ୍ୟା ହ୍ରାସ କରିବା, ଭିତ୍ତିଭୂମି ସଂରଚନାକୁ ମଜବୁତ କରିବା, ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ମଧ୍ୟସ୍ଥତାର ବ୍ୟବହାର, ଅସୁବିଧାମୁକ୍ତ ଗ୍ରାହକଙ୍କ ଅଭିଯୋଗ ନିବାରଣ ପାଇଁ ଇ-ଫାଇଲ୍ ବ୍ୟବହାର ଇତ୍ୟାଦି ଉପରେ ପ୍ୟାନେଲ୍ ଆଲୋଚନା କରା ଯାଇଥିଲା ଏବଂ ପୃଥକ ବୈଷୟିକ ଅଧିବେଶନ ଆୟୋଜନ କରା ଯାଇଥିଲା ।

 ସରକାରୀ ପ୍ରକଳ୍ପରେ ବ୍ୟବହୃତ ସାମଗ୍ରୀରେ ନ୍ୟାସନାଲ ଟେଷ୍ଟ ହାଉସ, ଗୁଆହାଟୀର ଉପଯୋଗ, ରାଜ୍ୟ ସରକାରଙ୍କ ପ୍ରକଳ୍ପରେ ଆଇଏସଆଇ ଗୁଣାତ୍ମକ ଚିହ୍ନଟ ଉତ୍ପାଦର ବ୍ୟବହାର, ଆଇନ୍ ମାପ ବିଜ୍ଞାନ ଅଧିନିୟମର କାର୍ଯ୍ୟନ୍ୱୟନ ଏବଂ କାର୍ଯ୍ୟକାରିତା ଏବଂ ଖୁଚୁରା ଏବଂ ହୋଲସେଲ ମୂଲ୍ୟର ତଦାରଖ ସମ୍ବନ୍ଧୀୟ ପ୍ରସଙ୍ଗ ଗୁଡିକ ଉପରେ ଅନୁଷ୍ଠିତ କର୍ମଶାଳାରେ ପ୍ରମୁଖ ଦ୍ରବ୍ୟ ବିଷୟରେ ଆଲୋଚନା କରାଯାଇଥିଲା ।

ମାନନୀୟ ଶ୍ରୀ ଜଷ୍ଟିସ୍ ରାମ ସୁରତ ରାମ ମୌର୍ଯ୍ୟ, ସଦସ୍ୟ, ଏନସିଡିଆର୍‌ସି, ମାନନୀୟ ଶ୍ରୀ ସୁଭାଷ ଚନ୍ଦ୍ର, ସଦସ୍ୟ, ଏନସିଡିଆରସି, ମାନନୀୟ ଶ୍ରୀମତୀ ଜଷ୍ଟିସ ଦୀପା ଶର୍ମା, ସଦସ୍ୟ, ଏନସିଡିଆର୍‌ସି, ମାନନୀୟ ଡକ୍ଟର ଏସ ଏମ କାନ୍ତିକର, ସଦସ୍ୟ, ମାନନୀୟ ଶ୍ରୀ ଜଷ୍ଟିସ ଅରିନ୍ଦମ ଲୋଡ, ଅଧ୍ୟକ୍ଷ, ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ, ତ୍ରିପୁରା, ମାନନୀୟ ଶ୍ରୀ ଜଷ୍ଟିସ ପ୍ରଶାନ୍ତ କୁମାର ଡେକା, ଅଧ୍ୟକ୍ଷ, ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ, ଆସାମ, ସାଇମନ୍ ସିଂ, କାର୍ଯ୍ୟକାରୀ ସଭାପତି, ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ, ମଣିପୁର, ସୁଶ୍ରୀ ରାମଦିନ୍‌ଲିଆନୀ, ସଚିବ, ଖାଦ୍ୟ, ନାଗରିକ ଯୋଗାଣ ଏବଂ ଖାଉଟି ବ୍ୟାପାର, ମିଜୋରାମ ସରକାର, ସୁଶ୍ରୀ ଚୁବାସଙ୍ଗଲା ଅନାର, କମିଶନର ତଥା ସଚିବ, ଖାଦ୍ୟ, ନାଗରିକ ଯୋଗାଣ ଏବଂ ଖାଉଟି ବ୍ୟାପାର, ନାଗାଲାଣ୍ଡ ସରକାର ଏବଂ ଉତ୍ତର ପୂର୍ବାଂଚଳ ରାଜ୍ୟ ଗୁଡିକର ଅନ୍ୟ ବରିଷ୍ଠ ଅଧିକାରୀମାନେ କର୍ମଶାଳାରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ପ୍ୟାନେଲ୍ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ ।

***

SSP

 

 



(Release ID: 1880605) Visitor Counter : 158


Read this release in: English , Urdu , Hindi