ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଲିର ଜି-୨୦ ଶିଖର ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 15 NOV 2022 3:24PM by PIB Bhubaneshwar

ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଶ୍ରୀ ଯୋଶେଫ ଆର ବାଇଡେନଙ୍କୁ ସାକ୍ଷାତ କରିଛନ୍ତି ।

ସେମାନେ ଭାରତ-ଯୁକ୍ତରାଷ୍ଟ୍ର ରଣନୈତିକ ଭାଗିଦାରୀ ତଥା ନୂତନ ପ୍ରଯୁକ୍ତିବିଦ୍ୟା, ଆଧୁନିକ କମ୍ପ୍ୟୁଟିଙ୍ଗ୍ ଓ କୃତ୍ରିମ ମେଧା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ । କ୍ୱାଡ୍, 12U2 ଇତ୍ୟାଦିକୁ କେନ୍ଦ୍ର କରି ଉଭୟ ନେତା ଭାରତ-ଯୁକ୍ତରାଷ୍ଟ୍ର ସମ୍ପର୍କ ନେଇ ସନ୍ତୋଷ ପ୍ରକଟ କରିଥିଲେ ।  

ଉଭୟ ନେତା ବୈଶ୍ୱିକ ଓ ଆଞ୍ଚଳିକ ବିକାଶ ବିଷୟ ଉପରେ କଥା ହୋଇଥିଲେ । ଭାରତ-ୟୁଏସ ଭାଗିଦାରିତା ନିରବଚ୍ଛିନ୍ନ ସହଯୋଗ ଯୋଗୁଁ ବୃଦ୍ଧି ପାଉଥିବାରୁ ଶ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଭାରତର ଜି-୨୦ ଅଧ୍ୟକ୍ଷତା କାଳରେ ଉଭୟ  ଦେଶ ଉତ୍ତମ ସମନ୍ୱୟ ରକ୍ଷା କରିବେ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ ।

 

*****

SM/SLP



(Release ID: 1876153) Visitor Counter : 89