ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
azadi ka amrit mahotsav

ମିଲେଟ (ମୋଟା ଶସ୍ୟ) ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କର କାର୍ଯ୍ୟ ଯୋଜନା ପ୍ରସ୍ତୁତ

Posted On: 10 NOV 2022 2:34PM by PIB Bhubaneshwar

ପୁଷ୍ଟିକର ଖାଦ୍ୟ ରପ୍ତାନି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏହାର ସର୍ବୋଚ୍ଚ କୃଷି ରପ୍ତାନି ପ୍ରୋତ୍ସାହନ ସଂସ୍ଥା, କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ବିକାଶ ପ୍ରାଧିକରଣ (ଏପିଇଡିଏ) ମାଧ୍ୟମରେ ଡିସେମ୍ବର ୨୦୨୨ ରୁ ସାରା ବିଶ୍ୱରେ ଭାରତୀୟ ମିଲେଟ (ମୋଟା ଶସ୍ୟ) ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି ।

ମିଲେଟ (ମୋଟା ଶସ୍ୟ) ରପ୍ତାନି ପ୍ରୋତ୍ସାହନ କାର୍ଯ୍ୟକ୍ରମ ମଧ୍ୟ ଭାରତର ସେହି ପ୍ରସ୍ତାବର ପୃଷ୍ଠଭୂମିରେ ଆସିଛି , ଯାହା ୭୨ଟି ଦେଶଙ୍କ ସମର୍ଥନ ପାଇଥିଲା , ଯେଉଁ କାରଣରୁ ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନ୍‌ଜିଏ) ୨୦୨୩ ବର୍ଷକୁ ୫ ମାର୍ଚ୍ଚ ୨୦୨୧ରେ ଆନ୍ତର୍ଜାତୀୟ ମିଲେଟ (ମୋଟା ଶସ୍ୟ) ବର୍ଷ (ଆଇୱାଇଓଏମ୍‌) ଭାବରେ ଘୋଷଣା କରିଥିଲା । ସରକାର ବର୍ତ୍ତମାନ ଭାରତୀୟ ମୋଟା ଶସ୍ୟ ତଥା ଏହାର ମୂଲ୍ୟଯୁକ୍ତ ଉତ୍ପାଦ ଗୁଡିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ପାଇଁ ଏବଂ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ଆଇୱାଇଓଏମ୍ – ୨୦୨୩ ଆୟୋଜନ କରୁଛନ୍ତି । 

ଭାରତ ୨୦୨୧ - ୨୨ ଆର୍ଥିକ ବର୍ଷରେ ୩୪.୩୨ ମିଲିୟନ ଡ଼ଲାର ମୂଲ୍ୟର ମୋଟା ଶସ୍ୟ ଉତ୍ପାଦ ଗୁଡିକ ରପ୍ତାନି କରିଛି ।

ମୋଟା ଶସ୍ୟ ରପ୍ତାନି ଉପରେ ଗୁରୁତ୍ୱ ୨୦୨୩ ରେ ଜାତିସଂଘ ଦ୍ୱାରା ପାଳନ କରାଯିବାକୁ ଥିବା ଅନ୍ତର୍ଜାତୀୟ ମିଲେଟ ବର୍ଷ((ଆଇୱାଇଓଏମ୍‌) ସହିତ ମେଳ ଖାଉଛି ।

 କେନ୍ଦ୍ର ଭାରତୀୟ ମିଲେଟ (ମୋଟା ଶସ୍ୟ) ଏବଂ ଏହାର ମୂଲ୍ୟଯୁକ୍ତ ଉତ୍ପାଦ ଗୁଡିକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରିବା ପାଇଁ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ଆଇୱାଇଓଏମ୍ – ୨୦୨୩ ଆୟୋଜନ କରୁଛି ।

ବିଦେଶରେ ଥିବା ଭାରତୀୟ ମିଶନ ଗୁଡିକୁ ଭାରତୀୟ ମୋଟା ଶସ୍ୟର ବ୍ରାଣ୍ଡିଂ ଏବଂ ପ୍ରଚାରରେ ସାମିଲ୍ କରାଯିବ । 

ଭାରତୀୟ ମୋଟା ଶସ୍ୟ ଗୁଡିକର ରପ୍ତାନି ପାଇଁ ୧୬ଟି ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଏବଂ କ୍ରେତା ବିକ୍ରେତା ମିଟ୍ (ବିଏସ୍‌ଏମ୍‌) ରେ ରପ୍ତାନିକାରୀ, କୃଷକ ଏବଂ ବ୍ୟବସାୟୀ ମାନଙ୍କର ଅଂଶଗ୍ରହଣକୁ ସୁଗମ କରିବାକୁ କେନ୍ଦ୍ର ଯୋଜନା କରିଛି ।

ମୋଟା ଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦୃଢ଼ ରଣନୀତି ଅନୁଯାୟୀ, ବିଦେଶରେ ଭାରତୀୟ ମିଶନ ଗୁଡିକୁ ଭାରତୀୟ ମିଲେଟ୍ (ମୋଟା ଶସ୍ୟ) ର ବ୍ରାଣ୍ଡିଂ ତଥା ଭାରତୀୟ ମିଲେଟ (ମୋଟା ଶସ୍ୟ)ର ପ୍ରଚାର, ଆନ୍ତର୍ଜାତୀୟ ରୋଷେୟା ମାନଙ୍କୁ ଚିହ୍ନଟ କରିବା ସହିତ ସମ୍ଭାବ୍ୟ କ୍ରେତା , ଯେମିତିକି ବିଭାଗୀୟ ଷ୍ଟୋର, ଦୋକାନ ବଜାର ଏବଂ ହାଇପର୍ ମାର୍କେଟକୁ ବିଟୁବି ବୈଠକ ଆୟୋଜିତ କରି ତଥା ପ୍ରତ୍ୟକ୍ଷ ସହବନ୍ଧନ ନିମନ୍ତେ ପ୍ରସ୍ତୁତ କରାଯିବ ।

ଏହା ସହିତ, ଲକ୍ଷ୍ୟ ରଖାଯାଇଥିବା ଦେଶ ଗୁଡିକର ଭାରତରେ ବିଦେଶୀ ମିଶନର ରାଷ୍ଟ୍ରଦୂତ ତଥା ସମ୍ଭାବ୍ୟ ଆମଦାନୀକାରୀଙ୍କୁ ମଧ୍ୟ ବିଭିନ୍ନ ମିଲେଟ ଭିତ୍ତିକ ଉତ୍ପାଦ ଗୁଡିକର ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରାଯିବ, ଯେଉଁଥିରେ ରେଡି – ଟୁ – ଇଟ୍ ମିଲେଟ (ମୋଟା ଶସ୍ୟ) ଉତ୍ପାଦ ସାମିଲ୍ ହେବ ଏବଂ ବିଟୁବି ବୈଠକ ସୁଗମ ହେବ ।

ଦକ୍ଷିଣ ଆଫ୍ରିକା, ଦୁବାଇ, ଜାପାନ, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ସାଉଦି ଆରବ, ସିଡନୀ, ବେଲଜିୟମ, ଜର୍ମାନୀ, ୟୁନାଇଟେଡ୍ କିଙ୍ଗଡମ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତର ବିଭିନ୍ନ ହିତଧାରକ ମାନଙ୍କର ଭାଗୀଦାରୀକୁ ସୁବିଧାଜନକ କରିବା ନିମନ୍ତେ ମିଲେଟ (ମୋଟା ଶସ୍ୟ) ପ୍ରୋତ୍ସାହନ କାର୍ଯ୍ୟକଳାପ , ଯଥା – ଖାଦ୍ୟ ମେଳା, କ୍ରେତା ବିକ୍ରେତା ବୈଠକ ଏବଂ ରୋଡ୍ ଶୋ ଆୟୋଜନ କରିବାକୁ ଏପିଡିଇଏ ଯୋଜନା କରିଛି । 

ଭାରତୀୟ ମିଲେଟ (ମୋଟା ଶସ୍ୟ) ର ପ୍ରଚାରର ଏକ ଅଂଶ ଭାବରେ, ଏପିଡିଇଏ ବିଭିନ୍ନ ବିଶ୍ୱ ସ୍ତରୀୟ ପ୍ଲାଟଫର୍ମ ଯଥା ଗଲ୍ଫୁଡ୍ ୨୦୨୩, ଫୁଡେକ୍ସ, ସିଓଲ୍ ଫୁଡ୍ ଆଣ୍ଡ୍ ହୋଟେଲ୍ ସୋ, ସାଉଦି ଏଗ୍ରୋ ଫୁଡ୍‌, ସିଡନୀ (ଅଷ୍ଟ୍ରେଲିଆ) ରେ ଫାଇନ୍ ଖାଦ୍ୟ ପ୍ରଦର୍ଶନୀ , ବେଲଜିୟମର ଖାଦ୍ୟ ଏବଂ ପାନୀୟ ପ୍ରଦର୍ଶନୀ, ଜର୍ମାନୀର ବାୟୋ ଫ୍ୟାଚ୍ ଏବଂ ଅନୁଗା ଖାଦ୍ୟ ମେଳା, ସାନଫ୍ରାନ୍ସିସ୍କୋର ଶୀତକାଳୀନ ଫ୍ୟାନ୍ସି ଖାଦ୍ୟ ମେଳା ଇତ୍ୟାଦି ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ମିଲେଟ (ମୋଟା ଶସ୍ୟ) ଏବଂ ଏହାର ମୂଲ୍ୟଯୁକ୍ତ ଉତ୍ପାଦ ପ୍ରଦର୍ଶନ କରିବାକୁ ଯୋଜନା କରିଛି । 

ବିଶ୍ୱ ଉତ୍ପାଦନରେ ପ୍ରାୟ ୪୧ ପ୍ରତିଶତ ଅଂଶଧନ ସହିତ ଭାରତ ମିଲେଟ (ମୋଟା ଶସ୍ୟ) ଗୁଡିକର ଅଗ୍ରଣୀ ଉତ୍ପାଦକ ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ଏଫ୍‌ଏଓ ଅନୁଯାୟୀ, ୨୦୨୦ ମସିହାରେ ମିଲେଟ (ମୋଟା ଶସ୍ୟ)ର ବିଶ୍ୱ ସ୍ତରୀୟ ଉତ୍ପାଦନ ୩୦.୪୬୪ ମିଲିୟନ୍ ମେଟ୍ରିକ୍ ଟନ୍ (ଏମ୍‌ଏମ୍‌ଟି) ରହିଥିଲା ଏବଂ ଏଥିରେ ଭାରତର ଅଂଶ ୧୨.୪୯ ଏମ୍‌ଏମ୍‌ଟି ଥିଲା, ଯାହା ମୋଟ ମିଲେଟ୍ ଉତ୍ପାଦନର ୪୧ ପ୍ରତିଶତ ଅଟେ । ୨୦୨୧ -୨୨ ର ପୂର୍ବ ବର୍ଷରେ ଭାରତରେ ୧୫.୯୨ ଏମ୍‌ଏମ୍‌ଟି ମିଲେଟ ଉତ୍ପାଦନ ହୋଇଥିବା ବେଳେ ୨୦୨୧ -୨୨ ରେ ଏଥିରେ ୨୭ ପ୍ରତିଶତ ଅଭିବୃଦ୍ଧି ରେକର୍ଡ ହୋଇଛି । 

ଭାରତର ଶ୍ରେଷ୍ଠ ପାଂଚଟି ମିଲେଟ (ମୋଟା ଶସ୍ୟ) ଉତ୍ପାଦନକାରୀ ରାଜ୍ୟ ଗୁଡିକ ହେଉଛି ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟପ୍ରଦେଶ । ମିଲେଟ ରପ୍ତାନିର ଅଂଶ ମୋଟ ମିଲେଟ ଉତ୍ପାଦନର ପ୍ରାୟ ୧% ଅଟେ । ଭାରତରୁ ମିଲେଟ (ମୋଟା ଶସ୍ୟ) ରପ୍ତାନିରେ ମୁଖ୍ୟତଃ ସମ୍ପୂର୍ଣ୍ଣ ଶସ୍ୟ ଅନ୍ତର୍ଭୁକ୍ତ ଏବଂ ଭାରତରୁ ମିଲେଟର ମୂଲ୍ୟଯୁକ୍ତ ଉତ୍ପାଦ ରପ୍ତାନି ସ୍ୱଳ୍ପ ଅଟେ ।

ତଥାପି, ଅନୁମାନ କରାଯାଉଛି ଯେ ମିଲେଟ (ମୋଟା ଶସ୍ୟ)ର ବଜାର ବର୍ତ୍ତମାନର ବଜାର ମୂଲ୍ୟ ୯ ବିଲିୟନ ଡଲାରରୁ ୨୦୨୫ ସୁଦ୍ଧା ୧୨ ବିଲିୟନ ଡ଼ଲାରରୁ ବୃଦ୍ଧି ପାଇବ ।

ଆଇୱାଇଓଏମ୍ - ୨୦୨୩ ର ପ୍ରି-ଲଂଚ ଡିସେମ୍ବର ୫, ୨୦୨୨ ପାଇଁ ଧାର୍ଯ୍ୟ ହୋଇଛି , ଯେଉଁଥିରେ ମିଲେଟ-ଆଧାରିତ ମୂଲ୍ୟ- ଉତ୍ପାଦର ଉତ୍ପାଦକ ଯୋଗାଣ ଶୃଙ୍ଖଳାର ହିତାଧିକାରୀ ଯେପରିକି ଏଫ୍‌ପିଓ, ଷ୍ଟାର୍ଟ ଅପ୍‌, ରପ୍ତାନିକାରୀ, ଉତ୍ପାଦନକାରୀ ଅନ୍ତର୍ଭୁକ୍ତ ହେବେ । ଏହା ବ୍ୟତୀତ ଇଣ୍ଡୋନେସିଆ, ଜାପାନ, ୟୁନାଇଟେଡ୍ କିଙ୍ଗଡମ୍ ଇତ୍ୟାଦି ଦେଶରେ କ୍ରେତା ବିକ୍ରେତା ବୈଠକ ମଧ୍ୟ ଆୟୋଜିତ ହେବ , ଯାହା ଭାରତୀୟ ମିଲେଟକୁ ପ୍ରୋତ୍ସାହିତ କରିବ ।

ଏପିଇଡିଏ ଖୁଚୁରା ସ୍ତରରେ ଏବଂ ଲକ୍ଷ୍ୟ ରଖାଯାଇଥିବା ଦେଶର ପ୍ରମୁଖ ସ୍ଥାନୀୟ ବଜାରରେ ଖାଦ୍ୟ ନମୁନା ସଂଗ୍ରହ ଏବଂ ସ୍ୱାଦ ଚିହ୍ନଟ କାର୍ଯ୍ୟକ୍ରମର ଆୟୋଜନ କରିବ ଯେଉଁଠାରେ ବ୍ୟକ୍ତି ବିଶେଷ, ଘରୋଇ ଗ୍ରାହକମାନେ ମିଲେଟ ଉତ୍ପାଦ ସହିତ ପରିଚିତ ହୋଇ ପାରିବେ ।

ଭାରତୀୟ ମିଲେଟ୍ ଏବଂ ଏହାର ମୂଲ୍ୟଯୁକ୍ତ ଉତ୍ପାଦ ଗୁଡିକର ପ୍ରୋତ୍ସାହନ ପାଇଁ, କେନ୍ଦ୍ର ପ୍ରତ୍ୟେକ ଲକ୍ଷ୍ୟ ରଖାଯାଇଥିବା ଦେଶ ଉପରେ ୩୦ଟି ଇ-କାଟାଲଗ୍ ବିକଶିତ କରିଛି , ଯାହା ବିଭିନ୍ନ ଭାରତୀୟ ମିଲେଟ୍ ଏବଂ ରପ୍ତାନି ପାଇଁ ଉପଲବ୍ଧ ଏହାର ମୂଲ୍ୟଯୁକ୍ତ ଉତ୍ପାଦ ଗୁଡିକର ଶ୍ରେଣୀ, ସକ୍ରିୟ ରପ୍ତାନିକାରୀ ମାନଙ୍କର ତାଲିକା, ଷ୍ଟାର୍ଟ -ଅପ୍ସ , ଏଫ୍‌ପିଓ ଏବଂ ଆମଦାନୀକାରୀ / ଖୁଚୁରା ଶୃଙ୍ଖଳା / ହାଇପର ମାର୍କେଟ୍ ଇତ୍ୟାଦି ଯାହା ବିଦେଶରେ ଥିବା ଭାରତୀୟ ଦୂତାବାସ, ଆମଦାନୀକାରୀ, ରପ୍ତାନିକାରୀ, ଷ୍ଟାର୍ଟ ଅପ୍ ଏବଂ ହିତାଧିକାରୀଙ୍କ ନିକଟରେ ପ୍ରସାରିତ ହେବ ।

ରେଡି ଟୁ ଇଟ୍ (ଆରଟିଇ) ଏବଂ ରେଡି ଟୁ ସର୍ଭିସ୍ (ଆରଟିଏସ୍‌) ବର୍ଗରେ ନୁଡୁଲ୍ସ, ପାସ୍ତା, ଶସ୍ୟ ମିଶ୍ରଣରୁ ପ୍ରସ୍ତୁତ ଜଳଖିଆ, ବିସ୍କୁଟ, କୁକିଜ, ସ୍ନାକ୍ସ, ମିଠା ଇତ୍ୟାଦିରେ ମୂଲ୍ୟଯୁକ୍ତ ଉତ୍ପାଦର ରପ୍ତାନି ପ୍ରୋତ୍ସାହନ ପାଇଁ ସରକାର ଷ୍ଟାର୍ଟ ଅପ୍‌କୁ ଏକାଠି କରୁଛନ୍ତି । 

କେନ୍ଦ୍ରର ମିଲେଟ (ମୋଟା ଶସ୍ୟ) ପ୍ରୋତ୍ସାହନ ରଣନୀତି ଅନୁଯାୟୀ, ପ୍ରମୁଖ ଆନ୍ତର୍ଜାତୀୟ ଖୁଚୁରା ସୁପର ମାର୍କେଟ୍‌, ଯଥା - : ଲୁଲୁ ଗ୍ରୁପ୍‌, କାରେଫୋର, ଅଲ୍ ଜାଜିରା, ଅଲ୍ ମାୟା, ୱାଲମାର୍ଟ ଇତ୍ୟାଦିରେ ମଧ୍ୟ ମିଲେଟ୍‌ର ବ୍ରାଣ୍ଡିଂ ଏବଂ ପ୍ରଚାର ପାଇଁ ମିଲେଟ୍ କର୍ଣ୍ଣର ପ୍ରତିଷ୍ଠା କରାଯିବ ।

ଏପିଇଡିଏ ଏହାର ୱେବସାଇଟରେ ମିଲେଟ ପାଇଁ ଏକ ପୃଥକ ବିଭାଗ ମଧ୍ୟ ସୃଷ୍ଟି କରିଛି ଏବଂ ହିତାଧିକାରୀ ମାନଙ୍କ ସୂଚନା ପାଇଁ ଦେଶ- ସ୍ତରୀୟ ତଥା ରାଜ୍ୟ-ସ୍ତରୀୟ ଇ-କାଟାଲଗ୍ ଗୁଡ଼ିକ ଅପଲୋଡ୍ କରିଛି ।

ଆଇସିଏଆର୍ – ଭାରତୀୟ ମିଲେଟ୍ ଗବେଷଣା ସଂସ୍ଥାନ (ଆଇଆଇଏମ୍‌ଆର୍‌), ହାଇଦ୍ରାବାଦ, ଆଇସିଏମଆର - ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍‌, ହାଇଦ୍ରାବାଦ, ସିଏସ୍‌ଆଇଆର୍ - କେନ୍ଦ୍ରୀୟ ଖାଦ୍ୟ ବୈଷୟିକ ଅନୁସନ୍ଧାନ ପ୍ରତିଷ୍ଠାନ (ସିଏଫ୍‌ଟିଆର୍‌ଆଇ), ମହୀଶୂର ଏବଂ କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ର ସହଯୋଗରେ ଅନ୍ତର୍ଜାତୀୟ ବଜାରରେ ମିଲେଟ୍ ଏବଂ ମୂଲ୍ୟଯୁକ୍ତ ମିଲେଟ୍ ଉତ୍ପାଦର ପ୍ରୋତ୍ସାହନ ପାଇଁ ସରକାର ପାଂଚ ବର୍ଷର ରଣନୀତିକ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ।

ମିଲେଟ ସମେତ ସମ୍ଭାବ୍ୟ ଦ୍ରବ୍ୟର ରପ୍ତାନିରେ ପ୍ରେରଣା ଯୋଗାଇବା ଏବଂ ପୁଷ୍ଟିକର ଶସ୍ୟର ଯୋଗାଣ ଶୃଙ୍ଖଳାରେ ଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ କେନ୍ଦ୍ର ସରକାର ପୁଷ୍ଟିକର ଶସ୍ୟ ରପ୍ତାନି ପ୍ରୋତ୍ସାହନ ଫୋରମ୍ ସୃଷ୍ଟି କରିଛନ୍ତି ।

ଚାଉଳ ଏବଂ ଗହମ ପରି ଅତ୍ୟଧିକ ବ୍ୟବହାର କରାଯାଉଥିବା ଶସ୍ୟ ତୁଳନାରେ ମିଲେଟ (ମୋଟା ଶସ୍ୟ)ରେ ଉନ୍ନତ ପୁଷ୍ଟିକର ଗୁଣ ରହିଛି । ମିଲେଟରେ କ୍ୟାଲସିୟମ, ଆଇରନ୍ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ ଯାହା ପିଲା ମାନଙ୍କର ସୁସ୍ଥ ଅଭିବୃଦ୍ଧି ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱକୁ ଦୃଢ଼ କରିବାରେ ସାହାଯ୍ୟ କରିଥାଏ । ଶିଶୁ ଖାଦ୍ୟ ଏବଂ ପୁଷ୍ଟିକର ଦ୍ରବ୍ୟ ଗୁଡିକରେ ମିଲେଟ (ମୋଟା ଶସ୍ୟ)ର ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି ।

ଡିଜିସିଆଇଏସ୍ ତଥ୍ୟ ଅନୁଯାୟୀ, ୨୦୨୧ - ୨୨ ଆର୍ôଥକ ବର୍ଷରେ ମିଲେଟ୍ ରପ୍ତାନି କ୍ଷେତ୍ରରେ ଭାରତ ୮.୦୨ % ଅଭିବୃଦ୍ଧି ପଞ୍ଜିକୃତ କରିଛି , କାରଣ ଗତ ବର୍ଷ ସମାନ ସମୟ ମଧ୍ୟରେ ୧୪୭,୫୦୧.୦୫ ମେଟ୍ରିକ୍ ଟନ୍ ତୁଳନାରେ ମିଲେଟ୍ ରପ୍ତାନି ୧୫୯,୩୩୨.୧୬ ମେଟ୍ରିକ୍ ଟନ୍ ହୋଇଛି ।

ଭାରତ ମିଲେଟ ରପ୍ତାନି କରୁଥିବା ପ୍ରମୁଖ ଦେଶ ଗୁଡ଼ିକ ହେଉଛି , ୟୁନାଇଟେଡ୍ ଆରବ ଏମିରେଟ୍ସ, ନେପାଳ, ସାଉଦି ଆରବ, ଲିବିୟା, ଓମାନ, ଇଜିପ୍ଟ, ଟ୍ୟୁନିସିଆ, ୟେମେନ, ୟୁନାଇଟେଡତ କିଙ୍ଗଡମ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା । ଭାରତରୁ ରପ୍ତାନି ହେଉଥିବା ମିଲେଟ୍‌ର ବିଭିନ୍ନ କିସମ ଗୁଡିକ ହେଉଛି ବାଜରା, ରାଗି, କାନାରି, ଜୱାର ଏବଂ ବକ୍‌ହ୍ୱିଟ୍ ।

ଦୁନିଆର ପ୍ରମୁଖ ମିଲେଟ ଆମଦାନୀ କରୁଥିବା ଦେଶ ଗୁଡ଼ିକ ମଧ୍ୟରେ ଇଣ୍ଡୋନେସିଆ, ବେଲଜିୟମ, ଜାପାନ, ଜର୍ମାନୀ, ମେକ୍ସିକୋ, ଇଟାଲୀ, ଯୁକ୍ତରାଷ୍ଟ୍ର, ବ୍ରିଟେନ, ବ୍ରାଜିଲ ଏବଂ ନେଦରଲ୍ୟାଣ୍ଡ ରହିଛନ୍ତି ।

ଏଠାରେ ୧୬ ଟି ପ୍ରମୁଖ କିସମର ମିଲେଟ ଅଛି, ଯାହା ସୋରଗମ୍ (ଜୋୱାର), ମୋତି ମିଲେଟ୍ (ବାଜରା), ଫିଙ୍ଗର ମିଲେଟ୍ (ରାଗି), ମାଇନର୍ ମିଲେଟ୍ (କଙ୍ଗାନି), ପ୍ରୋସୋ ମିଲେଟ୍ (ଚିନା), କୋଡୋ ମିଲେଟ୍ (କୋଡୋ), ବର୍ଣ୍ଣୟାର୍ଡ ସହିତ ଉତ୍ପାଦିତ ଏବଂ ରପ୍ତାନି ହୋଇଥାଏ । ମିଲେଟ୍ (ସାୱା / ସାନୱା / ଝାଙ୍ଗୋରା), ଲିଟିଲ୍ ମିଲେଟ୍ (କୁଟ୍‌କି), ଦୁଇଟି ସ୍ୟୁଡୋ ମିଲେଟ୍ (ବକ୍ ହ୍ୱିଟ୍ / କୁଟ୍ଟୁ), ଆମେରାନ୍ଥସ୍ (ଚାଉଲାଇ) ଏବଂ ବ୍ରାଉନ୍ ଟପ୍ ମିଲେଟ୍ ।

ମୂଲ୍ୟ ବୃଦ୍ଧି ଏବଂ କୃଷକଙ୍କ ଆୟ ବଂଚାଇବା ପାଇଁ ଏପିଇଡିଏ ଆଇଆଇଏମ୍‌ଆର୍ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ଏପିଇଡିଏ ସମସ୍ତ ବୟସ ବର୍ଗଙ୍କ ପାଇଁ ଏଏଏଚ୍‌ଏଆର୍ (ଆହାର) ଖାଦ୍ୟ ମେଳାରେ ସୁଲଭ ମୂଲ୍ୟରେ ୫ ରୁ ୧୫ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ମିଲେଟ୍ ଉତ୍ପାଦ ଲଂଚ କରିଥିଲା, ଯାହା ଏସିଆର ସବୁଠାରୁ ବଡ ବି୨ବି ଆନ୍ତର୍ଜାତୀୟ ଖାଦ୍ୟ ଏବଂ ଆତିଥ୍ୟ ମେଳା ଅଟେ ।

ସମ୍ବନ୍ଧିତ ଖବର ପାଇଁ ଏଠାରେ କ୍ଲିକ୍ କରନ୍ତୁ ; 

https://pib.gov.in/PressReleasePage.aspx?PRID=1821647

 

https://apeda.gov.in/apedawebsite/SubHead_Products/Indian_Millets.htm

 

************

SSP

 

 

 



(Release ID: 1875028) Visitor Counter : 84