କୋଇଲା ମନ୍ତ୍ରଣାଳୟ
azadi ka amrit mahotsav

ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ 2.0 ଅନ୍ତର୍ଗତ କୋଇଲା ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମ ରକ୍ତଦାନ ଶିବିରର ଆୟୋଜନ

ପୋଷ୍ଟ କରାଯିବା ଦିନାଙ୍କ: 29 OCT 2022 10:08AM by PIB Bhubaneswar

କୋଇଲା ମନ୍ତ୍ରଣାଳୟ 2 ଅକ୍ଟୋବର 2022 ଠାରୁ 31 ଅକ୍ଟୋବର 2022 ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ 2.0 ର ସକ୍ରିୟ ଭାବରେ ଆୟୋଜନ କରୁଛି। ଅଭିଯାନ ସମୟରେ, ଏହାର ତଦାରଖ ଓ କାର୍ଯ୍ୟକାରିତା ପାଇଁ ମନ୍ତ୍ରଣାଳୟ/ ବିଭାଗଗୁଡ଼ିକ ବ୍ୟତୀତ କ୍ଷେତ୍ରୀୟ କାର୍ଯ୍ୟାଳୟ ଉପରେ ବିଶେଷ ଧ୍ୟାନ ପ୍ରଦାନ କରାଯାଉଛି। 

ସାରା ଦେଶରେ କୋଇଲା କ୍ଷେତ୍ରରେ ସଫେଇ ଅଭିଯାନ କରାଯାଉଛି। ବିଶେଷ ଅଭିଯାନ ଅନ୍ତର୍ଗତ ଏବେ ସୁଦ୍ଧା 1949224 ବର୍ଗ ଫୁଟରୁ ଅଧିକ ସ୍ଥାନରେ ସଫେଇ କରାଯାଇ ସାରିଛି ଏବଂ 3644.34 ମେଟ୍ରିକ୍ ଟନ୍ ସ୍କ୍ରାପର ନିଷ୍କାସନ କରାଯାଇଛି, ଯଦ୍ବାରା 18.546 କୋଟି ଟଙ୍କାର ରାଜସ୍ବ ମିଳିଛି। ସ୍କ୍ରାପ୍ ଏବଂ ଆବର୍ଜନା ସଫେଇରୁ ମୁକ୍ତ ଜାଗାକୁ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ଯଥା ଅତିରିକ୍ତ ପାର୍କିଂ ସ୍ଥଳ, କାର୍ଯ୍ୟାଳୟରେ ବସିବାର ବ୍ୟବସ୍ଥା, ଭଣ୍ଡାରଣ, ବଗିଚା କାର୍ଯ୍ୟ, ସୌନ୍ଦର୍ଯ୍ୟକରଣ ଆଦି ପାଇଁ ବ୍ୟବହାର କରାଯାଉଛି। 

ଏହି ଅଭିଯାନ କାର୍ଯ୍ୟାଳୟ ଓ କଲୋନୀରେ କେବଳ ବହୁତ ଉତ୍ସାହ ସୃଷ୍ଟି କରୁ ନାହିଁ ବରଂ ଏହା ସହିତ କର୍ମଚାରୀମାନଙ୍କର କାର୍ଯ୍ୟ ସଂସ୍କୃତିକୁ ସକାରାତ୍ମକ ଭାବରେ ମଧ୍ୟ ପ୍ରଭାବିତ କରୁଛି। 

କୋଇଲା ମନ୍ତ୍ରଣାଳୟ ଦ୍ବାରା 28.10.2022 ରେ ଶାସ୍ତ୍ରୀ ଭବନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି, ଯେଉଁଥିରେ ବହୁ ସଂଖ୍ୟାରେ କର୍ମଚାରୀମାନେ ରକ୍ତଦାନ କରିଛନ୍ତି। 

BS


(ରିଲିଜ ଆଡି: 1871872) ପରିଦର୍ଶକ କାଉଣ୍ଟର : 189
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Tamil , Telugu