ଯୋଗାଯୋଗ ମନ୍ତ୍ରଣାଳୟ

କଟକ ସମେତ ଦେଶର ୧୫ଟି ସହର ଏବଂ ଆଖପାଖ କ୍ଷେତ୍ରରେ ଟ୍ରାଇ ପକ୍ଷରୁ କରଗଲା ଡ୍ରାଇଭ ଟେଷ୍ଟ


ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ କରାଗଲା

ଡ୍ରାଇଭ ଟେଷ୍ଟର ସମ୍ପୂର୍ଣ୍ଣ ରିପୋର୍ଟ ଜାରି ହେଲା; ଟ୍ରାଇ ୱେବସାଇଟରେ ଉପଲବ୍ଧ

Posted On: 17 OCT 2022 5:37PM by PIB Bhubaneshwar

ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ସହାୟତାରେ କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ ଟେଷ୍ଟ କରାଯିବା ସହିତ ଏହାର ରିପୋର୍ଟ ଜାରି କରାଯାଇଛି । ଏସବୁ ସ୍ଥାନ ହେଲା – ଜଳନ୍ଧର, ଅମ୍ବାଲା, ଆଇଜଲ, କୋଣ୍ଟାଇ, ଇମ୍ଫାଲ, କିଷନଗଞ୍ଜ, ପୋର୍ଟ ବ୍ଲେୟାର, ବିଳାସପୁର, ଗ୍ବାଲିୟର, ମେରଟ, ଅହମ୍ମଦନଗର, ଚିକମଙ୍ଗଲୁର, ୱାରଙ୍ଗଲ, କଟକ, କୋୟମ୍ବାଟରୁ, ଦୁଇଟି ରାଜପଥ ମେରଠ-ଆଗ୍ରା, ଗ୍ବାଲିୟର-ଗୁନା ଏବଂ ଗୋଟିଏ ରେଳ ମାର୍ଗ- ରାୟଗଡ଼ରୁ ଡୋଙ୍ଗରଗଡ଼ ପର୍ଯ୍ୟନ୍ତ ଡ୍ରାଇଭ ଟେଷ୍ଟ କରାଯାଇଥିଲା। ଜୁନ୍‌ ୨୦୨୨ରେ ଶେଷ ହୋଇଥିବା ତ୍ରୈମାସ ସମୟରେ ଏହି ପରୀକ୍ଷଣ କରାଯାଇଥିଲା ।

ସେଲୁଲାର ମୋବାଇଲ ଟେଲିଫୋନ ସେବା ପ୍ରଦାନକାରୀମାନଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ ପାଇଁ ଏହି ଟେଷ୍ଟ କରାଯାଇଥିଲା। ଏହି ଡ୍ରାଇଭ ଟେଷ୍ଟର ବିବରଣୀ ନିମ୍ନରେ ଦିଆଗଲା।

କ୍ରଂସଂ

ସହର

ଲାଇସେନ୍ସ ପ୍ରାପ୍ତ ସେବା କ୍ଷେତ୍ର (ଏସଏସଏ)

1.

ଜଳନ୍ଧର

ପଞ୍ଜାବ

2.

ଅମ୍ବାଲା

ହରିୟାଣା

3.

ଆଇଜଲ

ଉତ୍ତର ପୂର୍ବାଞ୍ଚଳ

  1.  

ଇମ୍ଫାଲ

ଉତ୍ତର ପୂର୍ବାଞ୍ଚଳ

 

କୋଣ୍ଟାଇ

ପଶ୍ଚିମବଙ୍ଗ

  1.  

ପୋର୍ଟ ବ୍ଲେୟାର

ପଶ୍ଚିମବଙ୍ଗ

  1.  

କିଶନଗଞ୍ଜ

ବିହାର

  1.  

ବିଳାସପୁର

ମଧ୍ୟପ୍ରଦେଶ

  1.  

ଗ୍ୱାଲିଅର୍

ମଧ୍ୟପ୍ରଦେଶ

  1.  

ମେରଟ

ଉତ୍ତର ପ୍ରଦେଶ (ପଶ୍ଚିମ)

  1.  

ଅହମ୍ମଦନଗର

ମହାରାଷ୍ଟ୍ର

  1.  

ଚିକମଗଲୁର

କର୍ଣ୍ଣାଟକ

  1.  

ୱାରଙ୍ଗଲ

ତେଲଙ୍ଗାନା

  1.  

କଟକ

ଓଡ଼ିଶା

  1.  

କୋଏମ୍ବାଟୁର

ତାମିଲନାଡୁ

16.

ଗ୍ୱାଲିଅର୍ - ଗୁନା ରାଜପଥ

ମଧ୍ୟପ୍ରଦେଶ

17

ମେରଟ

ଉତ୍ତର ପ୍ରଦେଶ (ପଶ୍ଚିମ)

  1.  

ରାୟଗଡ଼ରୁ ଡୋଙ୍ଗରଗଡ଼ ରେଳ ମାର୍ଗ

ମଧ୍ୟପ୍ରଦେଶ

 

ଏହି ଅଞ୍ଚଳରେ କାର୍ଯ୍ୟକ୍ଷମ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ନେଟୱର୍କକୁ ଆକଳନ ପାଇଁ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ)କୁ ଅନୁଧ୍ୟାନ କରାଯାଇଥିଲା ଭଏସ ସେବା ପାଇଁ କେପିଆଇଗୁଡ଼ିକ ମଧ୍ୟରେ କଭରେଜ, କଲ ସେଟଅପ ସଫଳତା ହାର (ସିଏସଏସଆର); ଡ୍ରପ କଲ୍ହାର; ବ୍ଲକ୍କରାଯାଇଥିବା କଲ ହାର, ହ୍ୟାଣ୍ଡଓଭର ସଫଳତା ହାର; ଆରଏକ୍ସ ଗୁଣବତ୍ତା ଆଦି ଅନୁଧ୍ୟାନ କରାଯାଇଥିଲା। ସେହିପରି ଡାଟା ପାଇଁ କେପିଆଇ ମଧ୍ୟରେ ଡାଉନଲୋଡ ଏବଂ ଅପଲୋଡ୍ଥ୍ରୁପୁଟ୍ସ, ୱେବ ବ୍ରାଉଜିଂ ବିଳମ୍ବତା, ଭିଡିଓ ଷ୍ଟ୍ରିମିଂ ବିଳମ୍ବ ହେବା ଆଦି ଯାଞ୍ଚ କରାଯାଇଥିଲା।

 ଟ୍ରାଇର ୱେବସାଇଟ  www.analytics.trai.gov.in  ରେ ସମ୍ପୂର୍ଣ୍ଣ ରିପୋର୍ଟ ଉପଲବ୍ଧ ରହିଛି

ସଂକ୍ରାନ୍ତରେ କୌଣସି ସୂଚନା ଚାହୁଁଥିଲେ, ଦୟାକରି ଶ୍ରୀ ଅନନ୍ତ କୁମାର ସିଂ, ଉପଦେଷ୍ଟା (କ୍ୟୁଓଏସ)ଙ୍କୁ ଟେଲିଫୋନ ନମ୍ବର +91-11-2323-0404 କିମ୍ବା ଇମେଲ୍ଆଇଡି : advqos@trai.gov.in ରେ ଯୋଗାଯୋଗ କରାଯାଇପାରିବ

**********

 

P.S.



(Release ID: 1868635) Visitor Counter : 130


Read this release in: English , Urdu , Hindi