ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ
azadi ka amrit mahotsav

ହାତୀ ଦାନ୍ତ କାରବାର ଉପରୁ ନିଷେଧାଜ୍ଞା ଉଚ୍ଛେଦ ସଂକ୍ରାନ୍ତରେ ନାମିବିୟା ସରକାରଙ୍କ ଠାରୁ କୌଣସି ଲିଖିତ ସୂଚନା ଭାରତ ସରକାରଙ୍କୁ ମିଳିନାହିଁ

ପୋଷ୍ଟ କରାଯିବା ଦିନାଙ୍କ: 13 OCT 2022 6:42PM by PIB Bhubaneswar

୧୩ ଅକ୍ଟୋବର ୨୦୨୨ରେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ‘ଅଣ୍ଡର ଚିତା ଡିଲ୍‌, ସଟ୍‌ ଇଣ୍ଡିଆସ୍‌ ସପର୍ଟ ଅନ୍‌ ଲିଫ୍ଟିଂ ଆଇଭରୀ ବ୍ୟାନ : ନାମିବିୟା’ (ଚିତା ରାଜିନାମା ଅଧୀନରେ, ହାତୀ ଦାନ୍ତ ଉପରେ ନିଷେଧାଜ୍ଞା ଉଚ୍ଛେଦ ଲାଗି ଭାରତର ସହଯୋଗ ଲୋଡ଼ାଯାଇଛି: ନାମିବିୟା) ଶୀର୍ଷକ ଖବର ସମ୍ପୂର୍ଣ୍ଣ ଭାବେ ଆକଳନ ଓ ଗୁଜବ ଉପରେ ଆଧାରିତ ଏବଂ ବାସ୍ତବ ତଥ୍ୟ ସହ ଏହାର କୌଣସି ସମ୍ପର୍କ ନାହିଁ ।

ଯଦିଓ ଭାରତ ଓ ନାମିବିୟା ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ରାଜିନାମାରେ ‘ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ଉପଯୋଗ’କୁ ଏକ ସହଯୋଗ କ୍ଷେତ୍ର ଭାବେ ସାମିଲ କରାଯାଇଛି, ଏହାକୁ କୌଣସି ପ୍ରକାରରେ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ଅଙ୍ଗପ୍ରତ୍ୟଙ୍ଗ କାରବାର ଉପରୁ ନିଷେଧାଜ୍ଞା ଉଚ୍ଛେଦ ପ୍ରତି ସମର୍ଥନ ଭାବେ ଗ୍ରହଣ କରାଯିବା ଉଚିତ୍‌ ନୁହେଁ।

ହାତୀ ଦାନ୍ତ କାରବାର ଉପରୁ ନିଷେଧାଜ୍ଞା ଉଚ୍ଛେଦ ଲାଗି ନାମିବିୟା ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ କୌଣସି ଲିଖିତ ସୂଚନା ମିଳିନାହିଁ । ଉଭୟ ସାର୍ବଭୌମ ରାଷ୍ଟ୍ର ହୋଇଥିବାରୁ ଭାରତ ଏବଂ ନାମିବିୟା ରାଜିନାମାର ପରିଧି ମଧ୍ୟରେ ଦୀର୍ଘସ୍ଥାୟୀ ଜୈବ ବିବିଧତାର ଉପଯୋଗ ସଂକ୍ରାନ୍ତରେ ସେମାନଙ୍କର ସ୍ଥିତିର ମୂଲ୍ୟାୟନ କରିବେ ଯାହାକି ଆପୋସ ସମ୍ମାନ, ସାର୍ବଭୌମତ୍ବ, ସମାନତା ଏବଂ ଉଭୟ ପକ୍ଷର ଶ୍ରେଷ୍ଠ ହିତ ଉପରେ ଆଧାରିତ ହୋଇଥିବ ।

 

*******

P.S.

 


(ରିଲିଜ ଆଡି: 1867553) ପରିଦର୍ଶକ କାଉଣ୍ଟର : 251
ଏହି ରିଲିଜ ପଢନ୍ତୁ : English , Urdu , हिन्दी