ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ
ଏସଭି ନିର୍ତାର ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ଉଦଘାଟନ କରିବେ ସାଂସଦ ଶ୍ରୀ ଜେପି ନଡ୍ଡା
କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଅଶ୍ବିନୀ ବୈଷ୍ଣବ
प्रविष्टि तिथि:
29 SEP 2022 5:02PM by PIB Bhubaneswar
କଟକ ଜିଲ୍ଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିର୍ତାର) ଠାରେ ଆସନ୍ତା ୩୦ ତାରିଖ ଦିନ ୧୦୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ଉଦଘାଟିତ ହେବ। ମାନନୀୟ ସାଂସଦ ଶ୍ରୀ ଜେ.ପି. ନଡ୍ଡା ଏହି ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ। ଏହି ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ପଦାଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅତିଥିମାନଙ୍କ ଦ୍ବାରା ଏସଭିନିର୍ତାର ପରିସରରେ ବୃକ୍ଷରୋପଣ, ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଅନାବରଣ ଏବଂ ଥେରାପି ପାର୍କ ଉଦଘାଟନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହାପରେ ଆୟୋଜିତ ଏକ ସଭାରେ ଅତିଥିମାନେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଯୋଗ୍ୟ ଯେ, ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିର୍ତାର) ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ଏକ ସ୍ବାୟତ୍ତ ଶିକ୍ଷାନୁଷ୍ଠାନ ।
******
P.S.
(रिलीज़ आईडी: 1863423)
आगंतुक पटल : 206