ରେଳ ମନ୍ତ୍ରଣାଳୟ

ରେଳ ନିଯୁକ୍ତିର ସିଇଏନ୍ 01/2019 ନନ୍‌ ଟେକ୍‌ନିକାଲ୍ ପପୁଲାର କାଟେଗୋରି ପରୀକ୍ଷାର ସମସ୍ତ ପାଞ୍ଚ ସ୍ତରର ନିଯୁକ୍ତିର ସମସ୍ତ ସୋପାନ ସମାପ୍ତ


ରେଳ ନିଯୁକ୍ତି ବୋର୍ଡ଼ ଲେବଲ୍ 6 ପଦବୀର ପରିଣାମ ଘୋଷିତ

ପ୍ରତ୍ୟେକ ସ୍ତର ପାଇଁ ପ୍ରାର୍ଥୀଙ୍କର କ୍ରମାନୁସାରେ ଏମ୍ପାନେଲ୍ କରିବା ପ୍ରାର୍ଥୀଙ୍କ ହିତରେ, ଏହାଦ୍ବାରା ଗୋଟିଏ ପଦ ପାଇଁ ପ୍ରାର୍ଥୀଙ୍କୁ ଏମ୍ପାନେଲ୍ କରିବା ସୁନିଶ୍ଚିତ ହେବ

Posted On: 26 SEP 2022 5:43PM by PIB Bhubaneshwar

ସିଇଏନ୍ 01/2019 ନନ୍‌ ଟେକ୍‌ନିକାଲ୍ ପପୁଲାର କାଟାଗୋରି (ଏନଟିପିସି) ର ସମସ୍ତ ପାଞ୍ଚଟି ସ୍ତରରେ ନିଯୁକ୍ତିର ସମସ୍ତ ଚରଣ ସମ୍ପୂର୍ଣ୍ଣ ହୋଇଛି ଏବଂ ପ୍ରତ୍ୟେକ ରେଲୱେ ଭର୍ତ୍ତି ବୋର୍ଡ଼ (ଆରଆରବି) ର ଦକ୍ଷତା ପରୀକ୍ଷାର ସ୍କ୍ରିପଟର ମୂଲ୍ୟାଙ୍କ ଚାଲୁ ରହିଛି। ସମସ୍ତ 21 ଆରଆରବି ଦ୍ବାରା 06.09.2022 ରୁ ସ୍ତର 6 ର ପରିଣାମ ଘୋଷଣା କରାଯାଇଛି। ଆରଆରବି ପ୍ରଥରୁ ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କର କାଗଜାତ ସତ୍ୟାପନ ଏବଂ ଚିକିତ୍ସା ପରୀକ୍ଷାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଏହାପରେ ସ୍ତର 6 ପାଇଁ ଅନ୍ତିମ ମନୋନୟନ ସୂଚୀ ଜାରି କରାଯିବ। 

ପ୍ରତ୍ୟେକ ସ୍ତର ପାଇଁ ପ୍ରାର୍ଥୀଙ୍କର କ୍ରମିକ ଭାବରେ ଏମ୍ପାନେଲ୍ କରିବା ପ୍ରାର୍ଥୀଙ୍କ ହିତ ଉଦ୍ଦେଶ୍ୟରେ ଅଟେ କାରଣ ଏହାଦ୍ବାରା ସୁନିଶ୍ଚିତ ହୋଇପାରିବ ଯେ ଜଣେ ପ୍ରାର୍ଥୀ କେବଳ ଗୋଟିଏ ପଦ ପାଇଁ ସୂଚୀବଦ୍ଧ ହୋଇଛନ୍ତି। ଆରଆରବି ସମସ୍ତ ସ୍ତରର ସମୟବଦ୍ଧ ଉପାୟରେ ଖୁବ୍ ଶୀଘ୍ର ତାଲିକାଭୁକ୍ତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛି। ପ୍ରତ୍ୟେକ ଆରଆରବି ଦ୍ବାରା ଏହି ସ୍ତର ପାଇଁ ମନୋନୟନର ଅଧିସୂଚନାର ତୁରନ୍ତ ପରେ ପ୍ରତ୍ୟେକ ସ୍ତର ପାଇଁ ସମ୍ବନ୍ଧିତ କ୍ଷେତ୍ରୀୟ ରେଳୱେ ଦ୍ବାରା ପ୍ରାର୍ଥୀଙ୍କୁ ଜଏନିଂ କରାଯିବ। ଏହା ସହିତ ଆରଆରବି ସିଇଏନ୍ ଆରଆରସି 01/2019 (ସ୍ତର-1) କୁ ସିବିଟିର ସଞ୍ଚାଳନରେ ଲାଗିଛନ୍ତି ଯାହା 17.08.2022 ରେ ଆରମ୍ଭ ହୋଇଛି ଏବଂ ଏବେ ମଧ୍ୟ ପ୍ରକ୍ରିୟା ଜାରି ରହିଛି। 

ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆରଆରବି ଦ୍ବାରା ଆୟୋଜିତ କରାଯାଉଥିବା ନିଯୁକ୍ତି କାର୍ଯ୍ୟକ୍ରମର ପ୍ରସ୍ତୁତି ଉପରେ ଧ୍ୟାନ ପ୍ରଦାନ କରିବେ ଏବଂ ଆରଆରବି ଦ୍ବାରା ଗ୍ରହଣ କରାଯାଉଥିବା ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ଯାହାକି ଏହି ବିଷୟରେ କେବଳ ପ୍ରାର୍ଥୀମାନଙ୍କ ହିତକୁ ଧ୍ୟାନରେ ରଖି ଜାରି ଅଧିସୂଚନା ଅନୁସାରେ ଅଟେ। 

 

***

BS



(Release ID: 1862391) Visitor Counter : 106


Read this release in: English , Urdu , Hindi , Punjabi