ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

୧୪,୦୦୦ ଯୁବକ ସ୍ୱେଚ୍ଛାସେବୀମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଶ୍ରୀ ଅନୁରାଗ ସିଂହ ଠାକୁର


ୟୁଏନଆଇଟିଏଆର ସହଭାଗିତାରେ ସିବିସି ଦ୍ୱାରା ବିକଶିତ ଅନଲାଇନ୍ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ନେତୃତ୍ୱ, ଯୋଗାଯୋଗ ଦକ୍ଷତା, ସ୍ୱେଚ୍ଛାକୃତ ସେବା ଇତ୍ୟାଦି ଉପରେ ମଡ୍ୟୁଲ୍ ଅନ୍ତର୍ଭୁକ୍ତ କରିଛି

Posted On: 21 SEP 2022 7:21PM by PIB Bhubaneshwar

ଏନ୍‍ୱାଇକେଏସ୍‍ ର ତାଲିମପ୍ରାପ୍ତ ଯୁବ ସ୍ୱେଚ୍ଛାସେବୀମାନେ ପଞ୍ଚ ପ୍ରଣ (ପାଞ୍ଚଟି ସଂକଳ୍ପ) ହୃଦୟଙ୍ଗମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଯାହା ବିଷୟରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ କହିଥିଲେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଏବଂ ସୂଚନାପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ଶାସ୍ତ୍ରୀଭବନ ଠାରେ ଆନୁଷ୍ଠାନିକ ଭାବେ ସାରା ଦେଶର ଏନୱାଇକେଏସ୍‍ର ୧୪,୦୦୦ ଯୁବ ସ୍ୱେଚ୍ଛାସେବୀଙ୍କ ଅନଲାଇନ୍ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି

 

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଷୟବସ୍ତୁ ସାବଧାନତାର ସହ ପ୍ରସ୍ତୁତ କରାଯାଇଛି ଏବଂ ଯୋଗାଯୋଗ ଦକ୍ଷତା, ନେତୃତ୍ୱ ଦକ୍ଷତା, ନିଷ୍ପତ୍ତି ନେବା ଆଦି ଉପରେ ଗଭୀର ଅଭ୍ୟାସ ଅନ୍ତର୍ଭୁକ୍ତ କରାଯାଇଛି ଆଜି ଏଠାରେ ଉପସ୍ଥିତ ଥିବା ସମସ୍ତ ଯୁବକ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତର ନେତା ହେବାକୁ ଯାଉଛନ୍ତି ଯେଉଁମାନଙ୍କୁ ଆପଣ ବାଛିବେ - ସାମାଜିକ ସେବା, ରାଜନୀତି, ଉଦ୍ୟୋଗୀ ଇତ୍ୟାଦି ଏହିପରି ତାଲିମ କାର୍ଯ୍ୟକ୍ରମ ଯୁବକମାନଙ୍କୁ ଏକ ସାମଗ୍ରିକ ଶିକ୍ଷା ପ୍ରଦାନ କରିବ ଏବଂ ସେମାନଙ୍କୁ ଜ୍ଞାନକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଯାହା ଦ୍ୱାରା ସେମାନଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରାଯାଇପାରିବ ଏବଂ ଆଗାମୀ ଦିନରେ ଭାରତକୁ ବିଶ୍ୱର ସର୍ବ ବୃହତ କୁଶଳୀ କର୍ମଜୀବୀ କରିବା ଲକ୍ଷ୍ୟ ରହିଛି

ଉଚ୍ଚାଭିଳାଷୀ ଅନଲାଇଇନ୍ ତାଲିମ କାର୍ଯ୍ୟକ୍ରମ ଜୀବନ କୌଶଳ ବଢାଇବା ଏବଂ ଏନୱାଇକେଏସ୍‍ର ଯୁବ ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି ଯାହା ଦ୍ୱାରା ସେମାନଙ୍କର ବ୍ୟକ୍ତିତ୍ୱର ବିକାଶ ବ୍ୟତୀତ ସେମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ଏବଂ ଜାତୀୟ ବିକାଶ ପ୍ରକ୍ରିୟାରେ ସହଯୋଗ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି

ଯୁବ ବ୍ୟାପାର, ଏନ୍‍ୱାଇକେଏସ୍‍ ଏବଂ ସିବିସି (ଦକ୍ଷତା ବିକାଶ ଆୟୋଗ) ଏବଂ ୟୁଏନଆଇଟିଏଆର (ୟୁନାଇଟେଡ୍ ନେସନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ) ଏହି ନୂତନ ସହଯୋଗୀ ପଦକ୍ଷେପ  କୋଭିଡ ମହାମାରୀ ଆହ୍ୱାନର ପୃଷ୍ଠଭୂମିରେ ସୃଷ୍ଟି କରାଯାଇଥିଲା ଯେତେବେଳେ ଶାରୀରିକ ଭାବେ ଅଂଶଗ୍ରହଣ ସୀମିତ ଥିଲା ଯେହେତୁ ଏନ୍‍ୱାଇକେଏସ୍‍ ର ଯୁବ ସ୍ୱେଚ୍ଛାସେବୀମାନେ ଏହି ସମୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଥିଲା, ଭର୍ଚୁଆଲ୍ ମାଧ୍ୟମରେ ଦିଆଯାଇଥିବା ଦାୟିତ୍ୱ ସେମାନଙ୍କ ସଚେତନତା ପାଇଁ ବହୁ ଆବଶ୍ୟକୀୟ ପ୍ଲାଟଫର୍ମ ପ୍ରଦାନ କରିଥିଲା

ଅନଲାଇନ୍ ତାଲିମର ଏକ ଅଂଶ ଭାବରେ, ଏନ୍‍ୱାଇକେଏସ୍‍ ସହିତ ପରାମର୍ଶରେ ସିବିସି, ୟୁଏନ୍‍ଆଇଟିଏଆର ତାଲିମ ମଡ୍ୟୁଲ୍ ପ୍ରସ୍ତୁତ କରିଥିଲେ ଏବଂ ଜାନୁଆରୀ ୨୦୨୨ ମସିହାରେ ୧୦୦ ଯୁବ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ପ୍ରଥମେ ଏହା ପରୀକ୍ଷା କରାଯାଇଥିଲା ଅଂଶଗ୍ରହଣ କରିଥିବା ଯୁବ ସ୍ୱେଚ୍ଛାସେବୀଙ୍କ ମତାମତ ଆଧାରରେ ଏବଂ ଏହା ଉପରେ ବିଚାର କରି ଏନ୍‍ୱାଇକେଏସ୍‍ ପ୍ରୋଗ୍ରାମ୍ ଟେମ୍ପଲେଟ୍‌, ମଡ୍ୟୁଲ୍ରେ ସଂଶୋଧନ ହୋଇଛି

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଆରମ୍ଭରେ ଯୁଗ୍ମ ସଚିବ, ଯୁବ ବ୍ୟାପାର ଏବଂ ଏନୱାଇକେଏସ୍‍ର ମହାନିର୍ଦ୍ଦେଶକ ଶ୍ରୀ ନୀତେଶ କୁମାର ମିଶ୍ର ବିସ୍ତୃତ ଭାବେ ସୂଚନା ଦେଇ କହିଛନ୍ତି ଯେ ଯୁବପୀଢିଙ୍କ ଦକ୍ଷତା ହାସଲ ମାଧ୍ୟମରେ ବିକାଶ ପଦକ୍ଷେପ ହେଉଛି ଯୁବକ ବ୍ୟାପାର ଏବଂ ଏନୱାଇକେଏସ୍‍ର ଯୁବ ସଶକ୍ତିକରଣର ଲକ୍ଷ୍ୟ ହାସଲ ପାଇଁ ଅନ୍ୟତମ ପ୍ରାଥମିକ କ୍ଷେତ୍ର ଶ୍ରୀ ପ୍ରବୀଣ ପରଦେଶୀ, ସଦସ୍ୟ (ଆଡମିନ୍‌) ସିବିସି ଅନଲାଇନ୍ ତାଲିମ କାର୍ଯ୍ୟକ୍ରମର ପ୍ରସ୍ତାବିତ ରୋଡ୍ ମ୍ୟାପ୍ ସଂକ୍ରାନ୍ତରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ୟୁଏନଆଇଟିଏଆର ସିଇଓ ଶ୍ରୀ ମୁକୁଲ ଭୋଲା ଯୁବ ବ୍ୟାପର ବିଭାଗ ଏବଂ ଏନ୍‍ୱାଇକେଏସ୍‍କୁ ବୋର୍ଡିଂ ଏବଂ ତାଲିମ କାର୍ଯ୍ୟକ୍ରମର ପରିଚାଳନା ପାଇଁ ଅଭିନନ୍ଦନ ଜଣାଇଛନ୍ତି   ଏହା ପରେ ୟୁଏନଆଇଟିଏଆର ଡକ୍ଟର ଲାୟାଲଙ୍କ ଦ୍ୱାରା ତଥ୍ୟ ଉପସ୍ଥାପନା କରାଯାଇଥିଲା ଯେଉଁଥିରେ ଟ୍ରେନିଂ ମଡ୍ୟୁଲଗୁଡ଼ିକର ଅତି ସୂକ୍ଷ୍ମ ଏବଂ ମାଇକ୍ରୋ ସ୍ତରର କାର୍ଯ୍ୟକ୍ଷମ ବିବରଣୀ ପ୍ରକାଶ ପାଇଥିଲା ଏବଂ ସେୟାର କରାଯାଇଥିଲା ଯୁବ ବ୍ୟାପାର ସଚିବ ଶ୍ରୀ ସଞ୍ଜୟ କୁମାର ସେମାନଙ୍କର ବ୍ୟକ୍ତିଗତ ଅଭିବୃଦ୍ଧି ଏବଂ ସେମାନଙ୍କ ସାମର୍ଥ୍ୟର ସର୍ବୋତ୍କୃଷ୍ଟ ଉପଯୋଗ ପାଇଁ ଯୁବକମାନଙ୍କୁ ଯଥେଷ୍ଟ ତାଲିମ ଏବଂ ଦକ୍ଷତା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏହି କାର୍ଯ୍ୟକ୍ରମ ସମୟରେ, ଦୁଇଜଣ ଯୁବ ସ୍ୱେଚ୍ଛାସେବୀ ଯେଉଁମାନେ ମଡ୍ୟୁଲ୍ ସମ୍ଭାବ୍ୟତାକୁ ଆକଳନ କରିବା ପାଇଁ ପୂର୍ବରୁ ସଂଗଠିତ ପରୀକ୍ଷଣର ଅଂଶ ଥିଲେ ସେମାନେ ପ୍ରକାଶ କରିଥିଲେ ଯେ ଏହିପରି ତାଲିମ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯୁବକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସେମାନେ ତାହା ଆବଶ୍ୟକ କରନ୍ତି କାରଣ ସେମାନେ ନିଜେ ପରିସ୍ଥିତିର ମୁକାବିଲା କରିବାରେ ଉନ୍ନତି ଆଣୁଛନ୍ତି ଏବଂ ବିଭିନ୍ନ କାର୍ଯ୍ୟଗୁଡିକର ସଫଳତାର ସହିତ ପରିଚାଳନା କରୁଛନ୍ତି

ସମଗ୍ର ଦେଶରୁ ବହୁ ସଂଖ୍ୟକ ଯୁବ ସ୍ୱେଚ୍ଛାସେବୀ, ଉଭୟ ଯୁବ ବ୍ୟାପାର ଏବଂ କ୍ରୀଡା ବିଭାଗ ଏବଂ ଏନ୍‍ୱାଇକେଏସ୍‍ର ଅଧିକାରୀ ଏହି ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଅନଲାଇନ୍ ଶୁଭାରମ୍ଭରେ ଯୋଗ ଦେଇଥିଲେ

HS



(Release ID: 1861338) Visitor Counter : 156


Read this release in: Marathi , English , Urdu , Hindi