କୋଇଲା ମନ୍ତ୍ରଣାଳୟ

ବାଣିଜ୍ୟିକ ଖଣି ନିଲାମୀର ଦ୍ୱିତୀୟ ଦିନରେ ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି

Posted On: 14 SEP 2022 7:46PM by PIB Bhubaneshwar

ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦, ୨୦୨୨ରେ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀର ଦ୍ୱିତୀୟ ଦିନରେ ଦୁଇଟି ଏମଏମଡିଆର କୋଇଲା ଖଣି ନିଲାମ କରାଯାଇଛି । ଏହି ଦୁଇଟି ହେଲା ଘୋଗରପାଲି ଏବଂ ଏହାର ଗଭୀର ସମ୍ପ୍ରସାରଣ କୋଇଲା ଖଣି । କୋଇଲା ଖଣିର ବିବରଣୀ ନିମ୍ନରେ ଦିଆଗଲା:-

  • ଉଭୟ କୋଇଲା ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଉତ୍ତୋଳନ କରାଯିବ । 
  • ଏଗୁଡ଼ିକର ମୋଟ ଗଚ୍ଛିତ ଖଣିଜ ଦ୍ରବ୍ୟ ପରିମାଣ ୧୨୮୮.୨୮ ନିୟୁତ ଟନ ରହିଛି ।
  • ଏହି ଦୁଇଟି ଖଣିର ପିଆରସି ଦର ବାର୍ଷିକ ୨୦ ନିୟୁତ ଟନ୍‌ ରହିଛି । 

PS



(Release ID: 1859363) Visitor Counter : 133


Read this release in: English , Urdu , Hindi