କୋଇଲା ମନ୍ତ୍ରଣାଳୟ

ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି


ଇ-ନିଲାମୀ ମାଧ୍ୟମରେ ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ କଲା କୋଇଲା ମନ୍ତ୍ରଣାଳୟ

ଏସବୁ ଖଣିରେ ଗଚ୍ଛିତ ରହିଛି ମୋଟ ୨୧୫୭.୪୮ ନିୟୁତ ଟନ କୋଇଲା

Posted On: 13 SEP 2022 4:51PM by PIB Bhubaneshwar

ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି । ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି । ଓଡ଼ିଶାର ଦୁଇଟି ଖଣି ହେଲା- ରାମପିଆ ଏବଂ ରାମପିଆ ଡିପ୍‌ ସାଇଡ୍‌ କୋଇଲା ଖଣି । 

ଏହି ୮ଟି ମଧ୍ୟରୁ ୫ଟି ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯିବ ଏବଂ ତିନୋଟି ଖଣିରୁ ଆଂଶିକ ଭାବେ ଖଣିଜ ଉତ୍ତୋଳନ କରାଯିବ । ଏହି ଆଠଟି ଖଣିରେ ମୋଟ୍‌ ୨୧୫୭.୪୮ ନିୟୁତ ଟନ କୋଇଲା ଗଚ୍ଛିତ ରହିଛି । ସେହିପରି ଏସବୁ ଖଣିର ସର୍ବାଧିକ ସଞ୍ଚୟୀ ହାର କ୍ଷମତା (ପିଆରସି) ବାର୍ଷିକ ୧୯.୩୧ ନିୟୁତ ଟନ (ଏମଟିପିଏ) ଥିବା ଜଣାଯାଇଛି ।

***

PS

 



(Release ID: 1859012) Visitor Counter : 184