ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
କେନ୍ଦ୍ର ସରକାର ଉତ୍ପାଦର ବ୍ରାଣ୍ଡ ନାମ/ଲୋଗୋ ସମେତ ପ୍ୟାକେଟ ସାମଗ୍ରୀର ପ୍ରମୁଖ ଉପାଦାନର ଘୋଷଣା ନିମନ୍ତେ ପରାମର୍ଶ ଆମନ୍ତ୍ରିତ କଲେ
ଉପଭୋକ୍ତାଙ୍କ ଅଧିକାରକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ
प्रविष्टि तिथि:
17 AUG 2022 6:51PM by PIB Bhubaneshwar
କେନ୍ଦ୍ର ସରକାର ବୈଧିକ ମାପ ବିଜ୍ଞାନ (ପ୍ୟାକେଟ୍ ସାମଗ୍ରୀ), ନିୟମ ୨୦୧୧ରେ ଏକ ପ୍ରାବଧାନ ନେଇ ପ୍ରସ୍ତାବ ଦେଇଛନ୍ତି, ଯାହା ଅନୁଯାୟୀ ଏକ ବସ୍ତୁ ଯେଉଁଥିରେ ଗୋଟିଏରୁ ଅଧିକ ଉପାଦାନ ରହିଥିବ, ତାହାର ପ୍ୟାକେଟ ସମ୍ମୁଖରେ ବ୍ରାଣ୍ଡ ନାମ/ଲୋଗୋ ସହିତ ସେହି ଉତ୍ପାଦର ଦୁଇ ବା ଦୁଇରୁ ଅଧିକ ପ୍ରମୁଖ ଉପାଦାନର ସଂରଚନା ଘୋଷଣା ହେବ । ଉତ୍ପାଦର ଦୁଇ କିମ୍ବା ଦୁଇରୁ ଅଧିକ ପ୍ରମୁଖ ଉପାଦାନର ଘୋଷଣାରେ ସେହି ବସ୍ତୁର ବିଶିଷ୍ଟ ବିକ୍ରୟ ପଏଣ୍ଟ/ସ୍ୱତନ୍ତ୍ର ବିକି୍ର ପ୍ରସ୍ତାବ (ୟୁଏସପି)ର ପ୍ରତିଶତ/ମାତ୍ରାକୁ ସାମିଲ କରାଯିବ ଏବଂ ଏହା ସେହି ଲିପିର ଆକାରରେ ହେବା ଦରକାର, ଯେଉଁଥିରେ ବିଶିଷ୍ଟ ବିକ୍ରୟ ପଏଣ୍ଟ/ସ୍ୱତନ୍ତ୍ର ବିକି୍ର ପ୍ରସ୍ତାବ (ୟୁଏସପି)ର ବିବରଣୀ ଲେଖାଯାଇଛି । ତେବେ ଏହି ପ୍ରାବଧାନ ଯାନ୍ତ୍ରିକ ଅଥବା ବିଦୁ୍ୟତ ଉତ୍ପାଦ ନିମନ୍ତେ ଲାଗୁ ହେବନାହିଁ ।
ଏହି ପଦକ୍ଷେପ ସେହି ତଥ୍ୟକୁ ଦେଖିବା ପରେ ସାମ୍ନାକୁ ଆସିଛି ଯେ ବିନିର୍ମାଣକାରୀ/ପ୍ୟାକର୍ସ/ଆମଦାନିକାରୀ କିଛି ମହତ୍ତ୍ୱପୂର୍ଣ୍ଣ ଘୋଷଣା କରୁନାହାନ୍ତି ଯେମିତି କି ପ୍ୟାକେଟ ସମ୍ମୁଖରେ ପ୍ରମୁଖତା ଭାବେ ମୁଖ୍ୟ ଉପାଦାନର ମିଶ୍ରଣ । ପ୍ୟାକେଟ ସାମ୍ନାରେ ଉତ୍ପାଦର ବିଶିଷ୍ଟ ବିକ୍ରୟ ପଏଣ୍ଟ/ସ୍ୱତନ୍ତ୍ର ବିକି୍ର ପ୍ରସ୍ତାବ (ୟୁଏସପି)ର ଘୋଷଣା ବିନା ଏହାର ମିଶ୍ରଣ ପ୍ରତିଶତ ନେଇ ଉପଭୋକ୍ତାଙ୍କୁ ସୂଚିତ କରାଯିବା ଅଧିକାରର ବିରୁଦ୍ଧ ।
ବୈଧିକ ମାପ ବିଜ୍ଞାନ (ପ୍ୟାକେଟ ସାମଗ୍ରୀ) ନିୟମ, ୨୦୧୧ ଅନୁସାରେ ଉପଭୋକ୍ତାଙ୍କ ହିତରେ ସମସ୍ତ ପ୍ୟାକେଟ ସାମଗ୍ରୀରେ ବିନିର୍ମାଣକାରୀ/ପ୍ୟାକର୍ସ/ଆମଦାନିକାରୀଙ୍କ ନାମ ଓ ଠିକଣା, ମୂଳ ଦେଶ, ଉତ୍ପାଦର ସାଧାରଣ ବା ଜେନେରିକ ନାମ, ଶୁଦ୍ଧ ମାତ୍ରା, ଉତ୍ପାଦନ ମାସ ବା ବର୍ଷ, ଏମଆରପି, ଉପଭୋକ୍ତାଙ୍କ ହିତ ଆଦି ଭଳି କିଛି ଘୋଷଣାର ବିବରଣୀ ଦିଆଯିବା ବାଧ୍ୟତାମୂଳକ ।
ଉଦାହରଣ ସ୍ୱରୂପ, ଧରିନିଆଯାଉ କୌଣସି ଉତ୍ପାଦକୁ ତାହାର ବିଶିଷ୍ଟ ବିକ୍ରୟ ପଏଣ୍ଟ/ସ୍ୱତନ୍ତ୍ର ବିକି୍ର ପ୍ରସ୍ତାବ ସହିତ ଉପାଦାନ ‘ଏକ୍ସ’ ଏବଂ ‘ୱାଇ’ ରୂପରେ ବିକି୍ର କରାଯାଉଛି । ଏବେ ପ୍ରସ୍ତାବିତ ପ୍ରାବଧାନ ଅନୁସାରେ, ବିନିର୍ମାଣକାରୀ/ପ୍ୟାକର୍ସ/ଆମଦାନିକାରୀଙ୍କୁ ପ୍ୟାକେଟ ସମ୍ମୁଖରେ ମଧ୍ୟ ‘ଏକ୍ସ’ ଓ ‘ୱାଇ’ର ନାମ ତଥା ମିଶ୍ରଣର ଘୋଷଣା କରିବାକୁ ହେବ । ଏହି ପ୍ରକାର ଉପାଦାନଗୁଡ଼ିକୁ ପ୍ରତିଶତରେ ଘୋଷଣା କରାଯିବ, ଯେମିତି କି ‘୫୦%’ ବା ‘୫୦ ପ୍ରତିଶତ’ ଅଥବା ‘ପଚାଶ ପ୍ରତିଶତ’ ସେହି ଲିପି ଆକାରରେ ଯେଉଁଥିରେ ପ୍ୟାକେଟରେ ‘ଏକ୍ସ’ ଓ ‘ୱାଇ’ର ନାମ ଘୋଷଣା କରାଯାଇଛି ।
ବ୍ରାଣ୍ଡ ନାମ ଏବଂ କମ୍ପାନିର ଲୋଗୋ ସହିତ ପ୍ୟାକେଟ ସମ୍ମୁଖରେ ସାମଗ୍ରୀର ଦୁଇ ବା ଦୁଇରୁ ଅଧିକ ପ୍ରମୁଖ ଉପାଦାନକୁ ଘୋଷଣା କ୍ଷେତ୍ରରେ ଉଦ୍ୟୋଗ, ସଂଘ, ଉପଭୋକ୍ତା, ସ୍ୱେଚ୍ଛାକୃତ ଉପଭୋକ୍ତା ସଂଗଠନ ଏବଂ ଅନ୍ୟ ହିତାଧିକାରୀଙ୍କ ସହିତ ସମସ୍ତ ସମ୍ବନ୍ଧିତ/ଭାଗୀଦାରଙ୍କ ଠାରୁ ସାର୍ବଜନୀନ ମତାମତ/ବିଚାର ଆହ୍ୱାନ କରାଯାଇଛି ।
ମତାମତ / ପରାମର୍ଶ ୩୧-୦୮-୨୦୨୨ ପର୍ଯ୍ୟନ୍ତ js-ca[at]nic[dot]in, dirwm-ca[at]nic[dot]in ଏବଂ ashutosh.agarwal13[at]nic[dot]in ରେ ଅଥବା ନିଦେ୍ର୍ଦଶକ, ବୈଧିକ ମାପ ବିଜ୍ଞାନ, କୃଷି ଭବନ, ନୂଆଦିଲ୍ଲୀ-୦୧ରେ ସିଧାସଳଖ ଭାବେ ପହଞ୍ଚି ଦାଖଲ କରାଯାଇ ପାରିବ ।
SR
(रिलीज़ आईडी: 1852799)
आगंतुक पटल : 194