ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ଟିକେଡିଏଲ୍ ଡାଟାବେଶ୍ ଉନ୍ମୁକ୍ତ କରିବା ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ

Posted On: 17 AUG 2022 3:21PM by PIB Bhubaneshwar

ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ (ଟିକେଡିଏଲ୍‌)ର ଡାଟାବେଶକୁ ଉନ୍ମୁକ୍ତ ତଥା ସମ୍ପ୍ରସାରିତ କରି ବ୍ୟବହାରକାରୀଙ୍କୁ ଅଧିକ ସୁଯୋଗ ପ୍ରଦାନ ତଥା ପ୍ୟାଟେଣ୍ଟ ସଂକ୍ରାନ୍ତ ପଦକ୍ଷେପ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି ।

ଟିକେଡିଏଲ୍ ଡାଟାବେଶ୍‌ର ସଂପ୍ରସାରଣ ଓ ଉନ୍ମୁକ୍ତକରଣ ଦ୍ୱାରା ଏହାର ବ୍ୟବହାରକାରୀ ବା ୟୁଜର୍ସମାନେ ବିଶେଷ ଉପକୃତ ହେବେ । ଏହା ଭାରତ ସରକାରଙ୍କର ଏକ ଦୂରଦୃଷ୍ଟି ସମ୍ପନ୍ନ ତଥା ଅଭିଳାଷୀ କାର୍ଯ୍ୟକ୍ରମ । ଭାରତର ପାରମ୍ପରିକ ଜ୍ଞାନ ନିମନ୍ତେ ଏହା ଏକ ନୂଆ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିବ । ଏହା ଦ୍ୱାରା ଟିିକେଟିଏଲ୍ କ୍ଷେତ୍ରରେ ଗବେଷଣା, ବିକାଶ ଓ ଇନୋଭେସନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଭାରତର ବିଭିନ୍ନ କ୍ଷେତ୍ରରେ ଐତିହ୍ୟ ଉପରେ ଅଧିକ ଗବେଷଣା ଏବଂ ନବସୃଜନ ସମ୍ଭବ ହୋଇପାରିବ ।

ନୂଆ ଶିକ୍ଷାକ୍ଷୀତି ୨୦୨୦ରେ ଭାରତୀୟ ଜ୍ଞାନ ପରମ୍ପରାର ବିକାଶ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ଟିକେଡିଏଲ୍ ତ୍ୱରାନ୍ୱିତ କରିବ । ଭାରତୀୟ ପାରମ୍ପରିକ ଜ୍ଞାନ (ଟିକେ) ଜାତୀୟ ଓ ଆନ୍ତର୍ଜାତିକ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ସାମର୍ଥ୍ୟ ବହନ କରେ । ଏହା ଦ୍ୱାରା ସାମାଜିକ ଲାଭ ଯୋଗାଣ ସହିତ ଅର୍ଥନୀତିକ ଅଭିବୃଦ୍ଧି ବଢିବ । ଆୟୁର୍ବେଦ, ସିଦ୍ଧ, ୟୁନାନୀ, ସୋୱା ରିଗ୍‌ପା ଓ ଯୋଗ ଭଳି ଆମର ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ଲାଭ ଦେଶ ବିଦେଶର ଲୋକ ପାଉଛନ୍ତି । କୋଭିଡ ମହାମାରୀ କାଳରେ ମଧ୍ୟ କରୋନାର ମୁକାବିଲାରେ ଭାରତୀୟ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ଏହା ବିଭିନ୍ନ ରୋଗର ପ୍ରତିଷେଧକ ଓ ନିରାକରଣରେ ସଫଳ ହୋଇଥିଲା । ଏବର୍ଷ ଏପ୍ରିଲ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହାର ପ୍ରଥମ ପାରମ୍ପରିକ ଔଷଧର ବୈଶ୍ୱିକ କେନ୍ଦ୍ର ଭାରତରେ ସ୍ଥାପନ କରିଥିଲା । ଅତଏବ ଏଥିରୁ ପ୍ରମାଣିତ ହେଉଛି ଯେ ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତି ଓ ଔଷଧପତ୍ର ଜ୍ଞାନ ବିଶ୍ୱର ସାମ୍ପ୍ରତିକ ଏବଂ ଭବିଷ୍ୟତର ଆବଶ୍ୟକତା ପୂରଣରେ ସହାୟକ ହୋଇପାରିବ । 

ଟିକେଡିଏଲ୍‌ର ସମ୍ପ୍ରସାରଣ ଓ ଉନ୍ମୁକ୍ତତା ଦ୍ୱାରା ଏହାର ତଥ୍ୟାବଳୀର ପ୍ରସାର ବଢିବ ଏବଂ ବ୍ୟବହାରକାରୀ ସହଜରେ ଡାଟା ପାଇପାରିବେ । ଏହାଫଳରେ ଏହି ପାରମ୍ପରିକ ଜ୍ଞାନର ପରିବର୍ଦ୍ଧନ ଏବଂ ନୂଆ ଟେକ୍‌ନୋଲୋଜିକୁ ଏହା ସହିତ ଯୋଡିବାର ପଥ ସମ୍ପ୍ରସାରିତ ହେବ । ଏହା ଅଧିକ ଗବେଷଣା ଓ ନବସୃଜନ ପାଇଁ ବାଟ ଫିଟାଇବ । ଏ କ୍ଷେତ୍ରରେ ଯେଉଁ ନୂଆ ସଫଳତା ମିଳିବ ତାହାର ସତ୍ୱାଧିକାର (ପ୍ୟାଟେଣ୍ଟ)କୁ ସୁରକ୍ଷିତ ରଖିବାକୁ ବ୍ୟବସ୍ଥା କରାଯାଇଛି । ନୂଆ ଗବେଷଣା ଓ ନବସୃଜନ ଦ୍ୱାରା ଏହି ଭାରତୀୟ ପାରମ୍ପରିକ ଭେଷଜ ଓ ଚିକିତ୍ସା କ୍ଷେତ୍ରରେ ଉଦ୍ୟୋଗୀ ଓ ନିବେଶକ ପୁଞ୍ଜି ଖଟାଇ ନୂଆ ବ୍ୟବସାୟ ଓ ଉଦ୍ୟୋଗ ଆରମ୍ଭ କରିବାର ସୁଯୋଗ ବଢିବ । ଟିକେଡିଏଲ୍ ଡାଟାବେଶର ଲାଭ ବ୍ୟବସାୟ/କମ୍ପାନୀ(ଆୟୁଷ, ଫାମାସ୍ୟୁଟିକାଲ, ହର୍ବାଲ ହେଲଥ କେୟାର, ପାଇଥୋ ଫର୍ମାସ୍ୟୁଟିକ୍ସ, ବିଭିନ୍ନ ଏଫ୍‌ଏମ୍‌ସିଜି ଓ ବ୍ୟକ୍ତି ବିଶେଷଙ୍କ ନିଜସ୍ୱ ଚିକିତ୍ସା) ନିମନ୍ତେ ବିଶେଷ ସହାୟକ ହେବ । ଏହାଛଡା ବିଭିନ୍ନ ଶିକ୍ଷାନୁଷ୍ଠାନ, ଗବେଷଣା କେନ୍ଦ୍ର, ଏହି ଜ୍ଞାନର ଚିକିତ୍ସକ, ଉଦ୍ଭାବନକାରୀ, ସରକାରୀ ସଂସ୍ଥା ଉଠାଇ ପାରିଥାଏ । ଏହା ଦ୍ୱାରା ଦେଶର ନୂଆ ସାମାଜିକ-ଅର୍ଥନୀତିକ ବିକାଶ ପ୍ରକ୍ରିୟା ପାଇଁ ଏକ ଉତ୍ତମ ଆଧାର ଶିଳା ପ୍ରସ୍ତୁତ ହେବ ଏବଂ ଲୋକେ ଏହାର ଉପକାର ପାଇବେ । 

ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ ବା ଟିକେଡିଏଲ୍ ଏକ ଡାଟାବେଶ୍ ବ୍ୟବସ୍ଥା । ଏହା ୨୦୦୧ରେ ସିଏସ୍‌ଆଇଆର୍ ଓ ବର୍ତ୍ତମାନର ଆୟୁଷ ମନ୍ତ୍ରଣାଳୟ (ପୂର୍ବରୁ ଆଇଏସ୍‌ଏମ୍‌ଆଣ୍ଡଏଚ୍‌) ଦ୍ୱାରା ମିଳିତଭାବେ ସ୍ଥାପିତ ହୋଇଥିଲା । ବିଶ୍ୱରେ ଏହା ଏ ପ୍ରକାର ପ୍ରଥମ ସଂସ୍ଥା ଏବଂ ଅନ୍ୟାନ୍ୟ ଦେଶ ପାଇଁ ଏକ ମଡେଲ ପାଲଟିଛି । ଏଥିରେ ଆୟୁର୍ବେଦ, ୟୁନାନୀ, ସିଦ୍ଧ, ସୋୱା ରିଗ୍‌ପା ଓ ଯୋଗ ଆଦି ପାରମ୍ପରିକ ଭାରତୀୟ ଚିକିତ୍ସା ଓ ଜ୍ଞାନ ସମ୍ପର୍କରେ ପ୍ରଚୁର ତଥ୍ୟ(ଡାଟା) ରହିଛି । ଏସବୁ ତଥ୍ୟ ଡିଜିଟାଲ ଫର୍ମାଟରେ ଇଂରାଜୀ, ଜର୍ମାନ, ଫ୍ରେଞ୍ଚ, ଜାପାନିଜ୍‌ ଓ ସ୍ପାନିଶ୍ ଆଦି ପାଞ୍ଚଟି ଆର୍ନ୍ତଜାତିକ ଭାଷାରେ ଉପଲବ୍ଧ । ଟିକେଡିଏଳ୍ ଡାଟା ବେସ୍‌ରେ ପ୍ୟାଟେଣ୍ଟ ବା ସତ୍ତ୍ୱାଧିକାର ବିଶ୍ୱର ୧୪ଟି ପ୍ୟାଟେଣ୍ଟ ଅଫିସ ଦ୍ୱାରା ନିୟନ୍ତ୍ରିତ ।

 

****

TKM/SLP



(Release ID: 1852737) Visitor Counter : 107