ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

ୱାନ୍ ଷ୍ଟପ୍ ସେଂଟର

Posted On: 29 JUL 2022 2:29PM by PIB Bhubaneshwar

ଭାରତ ସରକାର ୧୫ଦଶ ଅର୍ଥ ଆୟୋଗର ଅବଧି ୨୦୨୧ – ୨୨ରୁ ୨୦୨୫ -୨୬ ମଧ୍ୟରେ କାର୍ଯ୍ୟନ୍ୱୟନ ନିମନ୍ତେ ମହିଳା ମାନଙ୍କର ସୁରକ୍ଷା ଏବଂ ସଶକ୍ତିକରଣ ପାଇଁ ଅମ୍ବ୍ରେଲା (ଛତ୍ର) ଯୋଜନା ରୂପରେ ମିଶନ  - ଶକ୍ତି – ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । “ମିଶନ୍ ଶକ୍ତି “ରେ ଦୁଇଟି ଉପ ଯୋଜନା, ଯଥା - ସମ୍ବଳ ଏବଂ ସାମର୍ଥ୍ୟ ଯୋଜନା ସାମିଲ୍ ଅଟେ ।  ୱାନ୍ ଷ୍ଟପ୍ ସେଂଟର (ଓଏସ୍‌ସି) “ମିଶନ ଶକ୍ତି”ର ଛତ୍ର ଯୋଜନା ଅଧୀନରେ ସମ୍ବଳ ଉପ - ଯୋଜନା ଏକ ଊପାଦାନ ଅଟେ । ୱାନ୍ ଷ୍ଟପ୍ ସେଂଟରକୁ ଜିଲ୍ଲା ସ୍ତରରେ ସମ୍ବଳ ଉପ - ଯୋଜନାର ମୁଖ୍ୟ ଆଧାର ରୂପରେ ନାମିତ କରା ଯାଇଛି ।

ଓଏସ୍‌ସି ଯୋଜନା ୧ ଏପ୍ରିଲ୍ ୨୦୧୫ରୁ ଲାଗୁ କରା ଯାଇଛି , ଫଳରେ ଘରୋଇ ଏବଂ ସରକାରୀ ଉଭୟ ସ୍ଥାନରେ ହିଂସା ଦ୍ୱାରା ପ୍ରଭାବିତ ମହିଳା ମାନଙ୍କୁ ଗୋଟିଏ ଛାତ ତଳେ ସମନ୍ୱିତ ସହାୟତା ପ୍ରଦାନ କରା ଯାଇ ପାରିବ ଏବଂ ସହାୟତା ଲୋଡୁଥିବା ମହିଳା ମାନଙ୍କୁ ଚିକିତ୍ସା ସହାୟତା, ଆଇନ୍ ସହାୟତା ଏବଂ ପରାମର୍ଶ, ଅସ୍ଥାୟୀ ଆଶ୍ରୟ, ପୁଲିସ୍ ସହାୟତା, ମନୋ – ସାମାଜିକ ପରାମର୍ଶ ଇତ୍ୟାଦି ସହିତ ସେବା ଗୁଡିକର ସମନ୍ୱିତ ଶୃଙ୍ଖଳା ପ୍ରଦାନ କରା ଯାଇ ପାରିବ ।

୨୦୧୫ ମସିହାରେ ଜିଲ୍ଲା ସ୍ତରରେ ଓଏସ୍‌ସିର ସ୍ଥାପନା ହେବା ଯୋଗୁଁ,  ହିଂସା ଦ୍ୱାରା ପ୍ରଭାବିତ ମହିଳା ମାନଙ୍କୁ ଏବଂ ବିପଦରେ ପଡିଥିବା ମହିଳା ମାନଙ୍କୁ ଆବଶ୍ୟକ ସହଯୋଗ ଏବଂ ସହାୟତା ପ୍ରାପ୍ତ କରିବା ନିମନ୍ତେ ଏକ ସମର୍ପିତ ମଂଚ ପ୍ରଦାନ କରା ଯାଇଛି, ଯାହା ପୂର୍ବରୁ ଉପଲବ୍ଧ ନ ଥିଲା ।

ଏବେ ସୁଦ୍ଧା, ସମଗ୍ର ଦେଶର ୭୩୪ ଟି ଜିଲ୍ଲା ଗୁଡିକ ନିମନ୍ତେ ୭୫୮ ଓଏସ୍‌ସିକୁ ମଞ୍ଜୁରି ପ୍ରଦାନ କରା ଯାଇଛି, ଯେଉଁଥିରୁ ୭୦୮ଟି ଓଏସ୍‌ସି ୩୫ଟି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ସଂଚାଳନ କରା ଯାଇଛି, ଯାହା ମାଧ୍ୟମରେ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୫.୪୦ ଲକ୍ଷରୁ ଅଧିକ ମହିଳା ମାନଙ୍କୁ ସହାୟତା ପ୍ରଦାନ କରା ଯାଇଛି । ଯୋଜନା ଆରମ୍ଭ ହେବା ପରେ ଲାଭାନ୍ୱିତ ମହିଳା ମାନଙ୍କର ସଂଖ୍ୟା ସହିତ କାର୍ଯ୍ୟାତ୍ମକ ଓଏସ୍‌ସି ସମ୍ପର୍କରେ ଅନୁବନ୍ଧରେ ଉଲ୍ଲେଖ ରହିଛି ।

ଏହି ପଦକ୍ଷେପର ଉତ୍ସାହଜନକ ପରିଣାମ ସ୍ୱରୂପ ଏବଂ ମହିଳା ମାନଙ୍କୁ ହେଉ ଥିବା ଲାଭକୁ ଆଧାର କରି, ସରକାର ମିଶନ ଶକ୍ତି ଅଧୀନରେ ଆଉ ୩୦୦ ଓଏସ୍‌ସି ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି, ଯେଉଁ ଆକାଂକ୍ଷୀ ଜିଲ୍ଲା ଗୁଡିକରେ, ବିଶେଷ ରୂପରେ ମହିଳା ମାନଙ୍କ ବିରୋଧରେ ଅପରାଧର ହାର ଅଧିକ ଅଟେ କିମ୍ବା ଭୌଗୋଳିକ କ୍ଷେତ୍ର ବଡ ଅଟେ, ଏହା ସେଠାରେ ଖୋଲା ଯିବ । ଏ ସମ୍ପର୍କରେ ଆଜି ଲୋକ ସଭାରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ ଏକ ପ୍ରଶ୍ନର ଲିଖିତ ଆକାରରେ ପ୍ରଦାନ କରିଛନ୍ତି ।

ଅନୁବନ୍ଧ

ଯୋଜନା ଆରମ୍ଭ ହେବା ପରେ ସହାୟତା ପ୍ରାପ୍ତ ମହିଳା ମାନଙ୍କର ସଂଖ୍ୟା ସହିତ ଅନୁମୋଦିତ ଏବଂ ସଂଚାଳିତ ଓଏମ୍‌ସି ଗୁଡିକ ସମ୍ପର୍କରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ସମ୍ପୂର୍ଣ୍ଣ ବିବରଣୀ :

PRESENT STATUS OF OPRATIONAL ONE STOP CENTRE

WOMEN ASSISTED

SL

State/ UTs

Total Number of Districts having approved OSC

Number of OSCs Approved

Number of Operational OSCs

2015-16 to 2020-21

2021-22

Total

1

Andaman and Nicobar Islands

3

3

3

1563

114

1677

2

Andhra Pradesh

13

14

13

29177

4049

33226

3

Arunachal Pradesh

25

25

24

878

447

1325

4

Assam

35

36

33

4351

3852

8203

5

Bihar

38

38

38

14023

7002

21025

6

Chandigarh

1

1

1

766

153

919

7

Chattishgarh

28

29

27

25236

5007

30243

8

Dadra and Nagar Haveli and Daman and Diu

3

3

3

764

139

903

9

Delhi

11

11

11

1956

3869

5825

10

Goa

2

2

2

2542

1434

3976

11

Gujarat

33

35

33

11875

6583

18458

12

Haryana

22

22

22

12259

7080

19339

13

Himachal Pradesh

12

12

12

300

348

648

14

Jammu and Kashmir

20

20

20

3918

1544

5462

15

Jharkhand

24

24

24

979

715

1694

16

Karnataka

30

30

30

5331

4396

9727

17

Kerala

14

14

14

5327

4420

9747

18

Ladakh-UT

2

2

2

27

0

27

19

Lakshdweep

1

1

1

0

0

0

20

Madhya Pradesh

52

56

52

35937

14573

50510

21

Maharashtra

36

37

37

7116

5462

12578

22

Manipur

16

16

16

249

382

631

23

Meghalaya

12

12

11

682

665

1347

24

Mizoram

8

8

8

387

205

592

25

Nagaland

11

11

11

530

275

805

26

Odisha

30

30

30

9337

5366

14703

27

Puducherry

4

4

4

287

56

343

28

Punjab

23

23

22

6696

2840

9536

29

Rajasthan

33

37

33

11443

19241

30684

30

Sikkim

4

4

4

410

237

647

31

Tamil Nadu

36

38

38

12911

14391

27302

32

Telangana

33

36

33

24949

12753

37702

33

Tripura

8

8

8

154

0

154

34

Uttar Pradesh

75

79

75

157620

18063

175683

35

Uttrakhand

13

14

13

3900

1462

5362

36

West Bengal

23

23

0

0

0

0

 

Total

734

758

708

393880

147123

541003

 

 

****

 

SSP

 

 

 



 

 


(Release ID: 1849447) Visitor Counter : 121
Read this release in: English , Urdu , Manipuri