ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ପୁଲିସ ବଳର ଆଧୁନିକୀକରଣ


ଓଡିଶା ନିମନ୍ତେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୩.୯୧ କୋଟି ଟଙ୍କାର ବ୍ୟୟ ବରାଦ

Posted On: 03 AUG 2022 3:51PM by PIB Bhubaneshwar

 

ଭାରତ ସରକାର ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ୧୫ଟି ଉପଯୋଜନା ଅନୁମୋଦନ କରିଛନ୍ତି । ୨୬, ୨୭୫ କୋଟି ଟଙ୍କା କେନ୍ଦ୍ରୀୟ ବ୍ୟୟ ଅଟକଳରେ ଏହି ଉପଯୋଜନା ମାନ ପାଞ୍ଚ ବର୍ଷ ମଧ୍ୟରେ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ତ୍ୱରାନ୍ୱିତ ହେବ । ଏହି ଉପଯୋଜନା ଅଧୀନରେ ଗୋଟିଏ ହେଲା, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁଲିସ ବଳର  ଆଧୁନିକୀକରଣ ବାବଦ ସହାୟତା । ଯୋଜନା କାଳରେ ଏହାର ବ୍ୟୟବରାଦ ୪ ହଜାର ୮୪୬କୋଟି ଟଙ୍କା ରଖାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ପିଛା ହୋଇଥିବା ଆବଣ୍ଟନ ରାଶି ନିମ୍ନରେ ପ୍ରଦତ୍ତ ହୋଇଛି । ଏହି ସମୟ ମଧ୍ୟରେ ଓଡିଶା ୧୩.୯୧ କୋଟି ଟଙ୍କାର ସହାୟତା ପାଇବ ।

ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ଭାରତ ସରକାର ଅପରାଧ ବିଜ୍ଞାନ ସାମର୍ଥ୍ୟ ବୃଦ୍ଧି ପାଇଁ ମଧ୍ୟ ଆଧୁନିକ ଯୋଜନା ରଖିଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ବୈଷୟିକ ଜ୍ଞାନ ଉପଯୋଗ ତଥା ତାଲିମ ମାନବ ସମ୍ବଳ ଓ ପରୀକ୍ଷାଗାରରେ ଅତ୍ୟାଧୁନିକ ବ୍ୟବସ୍ଥା ଜରିଆରେ ସମୟୋଚିତ ତଦନ୍ତ କରିବା ଏହି ଉପଯୋଜନା ସହାୟତାର ଲକ୍ଷ୍ୟ । 

“ପୁଲିସ ବଳର ଆଧୁନିକୀକରଣ” ଭଳି ବୃହତ୍ତ ଯୋଜନା ଅଧୀନରେ ମାଦକଦ୍ରବ୍ୟ ନିୟନ୍ତ୍ରଣ ନିମସ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରଦାନ କରାଯାଉଥିବା ସହାୟତା ଯୋଜନା ଅବଧିକୁ ଆଉ ପାଞ୍ଚବର୍ଷ ଅର୍ଥାତ୍‌ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ବାବଦ ୫୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଉପଯୋଗ ଓ ସଞ୍ଚୟକୁ ଭିତ୍ତିକରି ଯୋଜନା ବ୍ୟୟବରାଦ ରାଶି ସଂଶୋଧିତ ହେବ । ଗୃହବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ଏହା ଜଣାଇଛନ୍ତି ।

(in crore)

S. No.

State

2022-23

1.

Andhra Pradesh

17.73

2.

Arunachal Pradesh

3.26

3.

Assam

11.64

4.

Bihar

27.14

5.

Chhattisgarh

11.01

6.

Goa

2.79

7.

Gujarat

26.67

8.

Haryana

11.96

9.

Himachal Pradesh

4.34

10.

Jharkhand

11.87

11.

Karnataka

19.19

12.

Kerala

18.59

13.

Madhya Pradesh

25.15

14.

Maharashtra

36.24

15.

Manipur

4.10

16.

Meghalaya

3.29

17.

Mizoram

2.74

18.

Nagaland

3.57

19.

Odisha

13.91

20.

Punjab

11.18

21.

Rajasthan

21.18

22.

Sikkim

2.43

23.

Tamil Nadu

44.04

24.

Telangana

14.32

25.

Tripura

3.91

26.

Uttar Pradesh

56.62

27.

Uttarakhand

5.43

28.

West Bengal

23.49

29.

Andaman & Nicobar

0.86

30.

Chandigarh

1.00

31

Dadra & Nagar Haveli and Daman & Diu

0.66

32.

Delhi

10.69

33.

Jammu & Kashmir

6.65

34.

Ladakh

0.66

35.

Lakshadweep

0.58

36.

Puducherry

1.12

 

Sub-Total

460.00

 

Funds kept for incentives for Police Reforms, etc.

160.45

 

Grand Total

620.45

 

 

 

*****

SM/SLP


(Release ID: 1848080) Visitor Counter : 113


Read this release in: English , Urdu , Telugu