ଜାହାଜ ଚଳାଚଳ ମନ୍ତ୍ରଣାଳୟ
ଭାରତ ସରକାର ଚାବାହାର ବନ୍ଦର ମାଧ୍ୟମରେ ମଧ୍ୟ ଏସିଆ ସହିତ ବ୍ୟବସାୟିକ ସାମର୍ଥ୍ୟକୁ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ କରିବେ: କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ
ଆମର ଲକ୍ଷ୍ୟ ହେଉଛି ଆଇଏନ୍ଏସ୍ଟିସି ଅଧୀନରେ ସିଆଇଏସ୍ ଦେଶ ଗୁଡିକ ପର୍ଯ୍ୟନ୍ତ ପହଂଚ ନିମନ୍ତେ ଚାବାହାର ବନ୍ଦରକୁ ଏକ ପାରଗମନ କେନ୍ଦ୍ର କରିବା: ଶ୍ରୀ ସର୍ବାନନ୍ଦ ସୋନୋୱାଲ୍
ସାହିଦ ବେହେସ୍ତି ବନ୍ଦର ବ୍ୟବସାୟର ଦ୍ରୁତ ବୃଦ୍ଧିକୁ ସହାୟତା ପ୍ରଦାନ କରିବ ଏବଂ ମଧ୍ୟ ଏସୀୟ କ୍ଷେତ୍ରରେ ଜୀବନ ଧାରଣର ମାନକୁ ବୃଦ୍ଧି କରିବ: ଶ୍ରୀପଦ ୱାଇ. ନାଏକ
‘ଚାବାହାର ଦିବସ' ପାଳନ କରିବା ନିମନ୍ତେ ମଧ୍ୟ ଏସୀୟ ଦେଶ ଗୁଡିକର ଉଚ୍ଚ ସ୍ତରୀୟ କୂଟନୈତିକ ପ୍ରତିନିଧି ମଣ୍ଡଳ ମୁମ୍ବାଇରେ ଯୋଗ ଦେଇଥିଲେ
Posted On:
31 JUL 2022 5:39PM by PIB Bhubaneshwar
କେନ୍ଦ୍ର ବନ୍ଦର, ନୌବାହନ ଏବଂ ଜଳମାର୍ଗ ଏବଂ ଆୟୁଷ ମନ୍ତ୍ରୀ, ସର୍ବାନନ୍ଦ ସୋନୋୱାଲ୍ ଇରାନ୍ରେ ଚାବାହାର ବନ୍ଦରର ବ୍ୟବହାର ମାଧ୍ୟମରେ ମଧ୍ୟ ଏସୀୟ କ୍ଷେତ୍ର ସହିତ ବ୍ୟବସାୟ ବାଣିଜ୍ୟ କ୍ଷମତାକୁ ଆରମ୍ଭ କରିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଛନ୍ତି । ଚାବାହାର ଦିବସ ଅବସରରେ, କେନ୍ଦ୍ର ବନ୍ଦର, ନୌବାହନ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ଇଣ୍ଡିଆନ୍ ପୋର୍ଟସ ଗ୍ଲୋବାଲ୍ ଲିମିଟେଡ୍ (ଆଇନିଜିଏଲ୍) ସହିତ, ଯାହା ଚାବାହାର ବିକାଶ ପ୍ରକଳ୍ପରେ ସାହିଦ ବେହେସ୍ତି ବନ୍ଦରରେ ଭାଗିଦାର ହେବା ନିମନ୍ତେ ଗଠିତ କରା ଯାଇଥିଲା, ଆଜି ମୁମ୍ବାଇ ଠାରେ ଏକ ସମ୍ମିଳନୀର ଆୟୋଜନ କରିଥିଲେ, ଯେଉଁଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୋୱାଲ୍ ଏବଂ ବନ୍ଦର, ଜାହାଜ ଚଳାଚଳ, ଏବଂ ଜଳମାର୍ଗ ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ ମଧ୍ୟ ଏସୀୟ ଦେଶ ଗୁଡିକର ଉଚ୍ଚସ୍ତରୀୟ କୂଟନୈତିକ ପ୍ରତିନିଧି ମଣ୍ଡଳ ସହିତ ଭାବ ବିନିମୟ କରିଥିଲେ । ଶ୍ରୀ ସୋନୋୱାଲ୍ ମଧ୍ୟ କହିଥିଲେ ଯେ, "ଆମର ଲକ୍ଷ୍ୟ ହେଉଛି ସିଆଇଏସ୍ ଦେଶ ଗୁଡିକ ପର୍ଯ୍ୟନ୍ତ ପହଂଚିବା ନିମନ୍ତେ ଚାବାହାର ବନ୍ଦରକୁ ଅର୍ନ୍ତରାଷ୍ଟ୍ରୀୟ ଉତର - ଦକ୍ଷିଣ ପରିବହନ କରିଡର (ଆଇଏନ୍ଏସ୍ଟିସି) ଅଧୀନରେ ଏକ ପାରଗମନ କେନ୍ଦ୍ରରେ ପରିଣତ କରିବା ।’

‘ଚାବାହାର ଦିବସ’ ଆଇଏନ୍ଏସ୍ଟିସିର ଶୁଭାରମ୍ଭକୁ ଚିହ୍ନିତ କରିବା ନିମନ୍ତେ ପାଳନ କରା ଯାଇଥାଏ - ଭାରତ ଏବଂ ମଧ୍ୟ ଏସିଆ ମଧ୍ୟରେ ମାଲ ପରିବହନର ଖର୍ଚ୍ଚକୁ କମ୍ କରିବା ନିମନ୍ତେ ଏକ ଭାରତୀୟ ଦୃଷ୍ଟିକୋଣ । ଇରାନରେ ଅବସ୍ଥିତ ଚାବାହାର ବନ୍ଦର ହେଉଛି ଏହି ଅଂଚଳ ପାଇଁ ଏବଂ ବିଶେଷ ଭାବରେ ମଧ୍ୟ ଏସିଆ ନିମନ୍ତେ ଏକ ବ୍ୟବସାୟିକ ପାରଗମନ କେନ୍ଦ୍ର ।
ଏହି ଅବସରରେ ଉପସ୍ଥିତ ଉଚ୍ଚ ସ୍ତରୀୟ କୂଟନୈତିକ ପ୍ରତିନିଧି ମଣ୍ଡଳ ମଧ୍ୟରେ କାଜାଖସ୍ତାନ ଗଣରାଜ୍ୟର ରାଷ୍ଟ୍ରଦୂତ ମହାମହିମ ଶ୍ରୀଯୁକ୍ତ ନୁରଲାନ ଝାଲଗାସବାୟେଭ; ମହାମହିମ ଶ୍ରୀ ଆସେଇଁ ଇସାଏଭ୍, ରାଷ୍ଟ୍ରଦୂତ, କିର୍ଗିଜସ୍ତାନ; ମହାମହିମ ଶ୍ରୀ ଲୁକମୋନ ବୋବୋକାଲୋନଜୋଡା, ତାଜିକିସ୍ତାନ ରାଷ୍ଟ୍ରଦୂତ; ମହାମହିମ ଶ୍ରୀ ଶଲାର ଗେଲ୍ଡିନାଜାରୋଭ ଅମାସାଡୋର, ତୁର୍କମେନିସ୍ତାନ, ମହାମହିମ ଶ୍ରୀ ଦିଲଶୋଦ ଆଖାତୋଭ, ରାଷ୍ଟ୍ରଦୂତ, ଉଜବେକିସ୍ତାନ, ମହାମହିମ ଶ୍ରୀ ଜଲିଲ ଇସ୍ଲାମୀ, ପିଏମ୍ଓଙ୍କର ବନ୍ଦର ଏବଂ ଆର୍ôଥକ ମାମଲାର ଡେପୁଟି; ସୁଶ୍ରୀ ଜାକିୟା ୱାରଦାକ, ମହାବାଣିଜ୍ୟ ଦୂତ (ସିଜି), ଅଫଗାନିସ୍ତାନ, ମହାମହିମ ଡଃ ଏ ଏମ୍ ଅଲିଖାନୀ, ମହାବାଣିଜ୍ୟ ଦୂତ, ଇରାନ୍ ଇସ୍ଲାମୀୟ ଗଣତନ୍ତ୍ର ଏବଂ ମହାମହିମ ଶ୍ରୀ ମାସୁଦ ଓସ୍ତାଦ ହୋସେନ୍ । ଶ୍ରୀ ରାଜୀବ ଜଲୋଟା, ଅଧ୍ୟକ୍ଷ, ଇଣ୍ଡିଆନ୍ ପୋର୍ଟସ ଆସୋସିଏସନ୍, ଶ୍ରୀ ଜେପି ସିଂହ, ଯୁଗ୍ମ ସଚିବ (ପିଏଆଇ), ବିଦେଶ ମନ୍ତ୍ରଣାଳୟ ଏବଂ ଶ୍ରୀ ସୁନୀଲ ମୁକୁନ୍ଦନ୍, ପରିଚାଳନା ନିର୍ଦ୍ଦେଶକ, ଇଣ୍ଡିଆନ୍ ପୋର୍ଟସ ଗ୍ଲୋବାଲ୍ ଲିମିଟେଡ୍ (ଆଇପିଜିଏଲ୍)ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବନ୍ଦର, ନୌବାହାନ ଏବଂ ଜଳମାର୍ଗ ମନ୍ତ୍ରୀ କହିଥିଲେ ଯେ, "ଇରାନ୍ର ଚାବାହାରରେ ଚଳଚଂଚଳ ସାହିଦ ବେହେସ୍ତି ବନ୍ଦର ମାଧ୍ୟମରେ ଆଇଏନ୍ଏସ୍ଟିସିର ବିଚାର ଏକ ବହୁ ମାଧ୍ୟମିକ ଲଜିଷ୍ଟିକ୍ କରିଡର୍ ବ୍ୟବହାର କରି ଦୁଇ ବଜାରକୁ ଯୋଡିବାର ବିଚାର ରହିଛି । "ଏହା ଆମର ରସଦ ଖର୍ଚ୍ଚକୁ ଯୁକ୍ତିସଙ୍ଗତ କରିବ, ଯାହା ଦୁଇ ଅଂଚଳ ଗୁଡିକ ମଧ୍ୟରେ ବ୍ୟବସାୟର ମାତ୍ରାରେ ଯୋଗଦାନ ଦେବ, ବୋଲି ସେ କହିଥିଲେ । ଚାବାହାର ବନ୍ଦରର ବିକାଶ ନିମନ୍ତେ ସକ୍ରିୟ ସମର୍ଥନ ପ୍ରଦର୍ଶନ କରୁଥିବା ସମସ୍ତ ହିତାଧିକାରୀ ମାନଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ, ମିଳିତ ଉଦ୍ୟମ ଗୁଡିକ ମାଧ୍ୟମରେ, ଭାରତ ଏବଂ ମଧ୍ୟ ଏସୀୟ ଦେଶ ଗୁଡିକ ମଧ୍ୟରେ ବ୍ୟବସାୟ ଏବଂ ବାଣିଜ୍ୟକୁ ବଢ଼ାଇବା ନିମନ୍ତେ ସମ୍ପର୍କର ଏକ ବିନ୍ଦୁ ସଫଳତାର ସହିତ ବିକଶିତ କରା ଯାଇଛି ।
ଶ୍ରୀ ସୋନେୱାଲ୍ ଆହୁରି ମଧ୍ୟ କହିଥିଲେ ଯେ, ଚାବାହାର ବନ୍ଦର ସମୃଦ୍ଧ ମଧ୍ୟ ଏସୀୟ କ୍ଷେତ୍ର ଗୁଡିକୁ ଦକ୍ଷିଣ ଏସୀୟ ବଜାର ସହିତ ଯୋଡୁଛି । ଏହା ବ୍ୟବସାୟ, ଆର୍ôଥକ ସହଯୋଗ ଏବଂ ଦୁଇ ଭୌଗୋଳିକ ଅଂଚଳ ମଧ୍ୟରେ ଲୋକ ମାନଙ୍କୁ ଯୋଡିବା ନିମନ୍ତେ ମହତ୍ୱପୂର୍ଣ୍ଣ ରୂପରେ ସୃଷ୍ଟି ହୋଇଛି । ମଧ୍ୟ ଏସୀୟ ବଜାରର ସାମର୍ଥ୍ୟ ଗୁଡ଼ିକ କାରଣରୁ, ଭାରତର ନେତୃତ୍ୱାଧୀନ ସଂଯୋଗ ମଧ୍ୟ ଏସୀୟ ଦେଶ ଗୁଡିକ ନିମନ୍ତେ ଭାରତ ମହାସାଗର କ୍ଷେତ୍ରରେ ଏକ ସୁରକ୍ଷିତ ଏବଂ ବ୍ୟବସାୟିକ ରୂପରେ ଉପଯୁକ୍ତ ବ୍ୟବହାର୍ଯ୍ୟ ପହଂଚ ପ୍ରଦାନ କରିଛି । ସେ ଯୋଗ କରିଥିଲେ ଯେ, ଏହି ସମ୍ପର୍କ କେବଳ ସଂଯୋଗ ପ୍ରଦାନ କରିବ ନାହିଁ, ବରଂ ଆମର ସାଂସ୍କୃତିକ ଏବଂ ରାଜନୈତିକ ସମ୍ପର୍କକୁ ସହାୟତା ପ୍ରଦାନ କରିବା ସହିତ ପୁଞ୍ଜିନିବେଶକୁ ଆଗକୁ ବଢ଼ାଇବ । ସେ କହିଥିଲେ ଯେ, ଏହା ମଧ୍ୟ ଏସୀୟ କ୍ଷେତ୍ରର ପାରଗମନ ଏବଂ ପରିବହନ କ୍ଷମତାକୁ ମଧ୍ୟ ବିକଶିତ କରିବ । ଏବଂ ସେମାନଙ୍କର ଲଜିଷ୍ଟିକ୍ ନେଟୱର୍କରେ ପରିବର୍ତନ ଆଣିବ । ଚାବାହାର ବନ୍ଦର ସେଠାରେ ଏକ କ୍ଷେତ୍ରୀୟ ଏବଂ ଅର୍ନ୍ତରାଷ୍ଟ୍ରୀୟ ପରିବହନ କରିଡର ତିଆରି କରିବା ନିମନ୍ତେ ଏକ ସଂଯୁକ୍ତ ପଦକ୍ଷେପକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରୀ କହିଥିଲେ । ଏହା ସହିତ, ଏହାର ଉଦ୍ଦେଶ୍ୟ ଚାବାହାର ବନ୍ଦରରେ ସାର୍ବଭୌମିକ ରୂପରେ ମାନ୍ୟତା ପ୍ରାପ୍ତ ଅର୍ନ୍ତରାଷ୍ଟ୍ରୀୟ ମାନଦଣ୍ଡ, ସୁଶାସନ, ଆଇନ୍ର ଶାସନ ଏବଂ ସମାନତାକୁ ବିକଶିତ କରିବା ବୋଲି ମନ୍ତ୍ରୀ କହିଥିଲେ ।
ଶ୍ରୀ ସୋନୋୱାଲ୍ ଆହୁରି ମଧ୍ୟ କହିଥିଲେ ଯେ, ଚାବାହାରରେ ସାହିଦ ବେହେସ୍ତି ବନ୍ଦରର ଲୋଡିଂ ଏବଂ ଅନ୍ଲୋଡିଂ କ୍ଷମତା ଯାହା ଆଜି ୮.୫ ମିଲିୟନ୍ ଟନ୍ ଅଟେ, ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବା ପରେ ଏହାକୁ ବୃଦ୍ଧି କରାଯାଇ ୧୫ ମିଲିୟନ୍ ଟନ୍ କରି ଦିଆ ଯିବ ।
ଭାରତ ଏବଂ ଅନ୍ୟ ବିଦେଶ ବଜାର ଗୁଡିକ ସହିତ ନିଜର ବ୍ୟବସାୟକୁ ସୁବିଧାଜନକ କରିବା ନିମନ୍ତେ ସାହିଦ ବେହେସ୍ତି ବନ୍ଦରର ସେବା ଗୁଡିକୁ ଉପଯୋଗ କରିବା ପାଇଁ ମଧ୍ୟ ଏସୀୟ ଦେଶ ଗୁଡିକୁ ସ୍ୱାଗତ କରି, ଶ୍ରୀ ସୋନୋୱାଲ୍ ସମସ୍ତ ହିତଧାରକ ମାନଙ୍କୁ ସେମାନେ ପରିବହନ ସମୟକୁ ଆହୁରି କମ୍ କରିବା ନିମନ୍ତେ ଏକ ଛୋଟ, ଦ୍ରୁତ ଏବଂ ଭାରତରୁ ମଧ୍ୟ ଏସିଆ ନିମନ୍ତେ ଅଧିକ ବିଶ୍ୱସନୀୟ ମାର୍ଗ ଏବଂ ଦୁଇ କ୍ଷେତ୍ର ମଧ୍ୟରେ ଚିନ୍ତା ମୁକ୍ତ ବ୍ୟବସାୟର ବ୍ୟବହାର୍ଯ୍ୟତାରେ ବୃଦ୍ଧି ଚାବାହାର ଆଏନ୍ଏସ୍ଟିସି ସଂଯୋଗକୁ ପ୍ରୋତ୍ସାହିତ କରିବା
ନିମନ୍ତେ ପରାମର୍ଶ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଶ୍ରୀ ସୋନୋୱାଲ୍ କହିଥିଲେ, ମୁଁ ଏହି ଅବସରରେ ଆପଣ ମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ଏହି ବାର୍ତାକୁ ଆଗକୁ ନେଇ ଯାଆନ୍ତୁ, ଫଳରେ ଆପଣଙ୍କ ବ୍ୟବସାୟିକ ସମୁଦାୟଙ୍କୁ ଏହି ମାର୍ଗର ଉନ୍ମୋଚନ କରିବାର ଅବସର ଏବଂ କ୍ଷମତା ସମ୍ପର୍କରେ ସଚେତନ କରା ଯାଇ ପାରିବ । ଏମ୍ଓଏସ୍ ଶ୍ରୀ ଶ୍ରୀପଦ ୟେସୋ ନାଏକ କହିଥିଲେ ଯେ, ଆଗାମୀ ବର୍ଷ ଗୁଡିକରେ, ସାହିଦ ବେହେସ୍ତି ବନ୍ଦରର ବିକାଶ ଦ୍ୱାରା ବ୍ୟବସାୟର ଦ୍ରୁତ ଗତିରେ ବିକାଶ ଏବଂ କ୍ଷେତ୍ରରେ ଜୀବନ ସ୍ତରକୁ ବୃଦ୍ଧି କରିବାରେ ସହାୟତା ମିଳିବ । ସେ କହିଥିଲେ ଯେ, ଏହି ଭିତିଭୂମି ସରଂଚନା ଦ୍ୱାରା ଏହି ଅଂଚଳରେ ବ୍ୟବସାୟ ଏବଂ ନିବେଶର ସମ୍ଭାବନା ଗୁଡିକର ବିସ୍ତାର ହେବ । ଶ୍ରୀ ନାଏକ ସମ୍ମିଳନୀରେ କହିଥିଲେ, ଏହି ବ୍ୟବସାୟ ବୈଠକକୁ ସାହିଦ ବେହେସ୍ତି ବନ୍ଦର ମାଧ୍ୟମରେ ଅବସର ସୃଷ୍ଟି କରିବାକୁ ପଡିବ ଏବଂ ଏହାକୁ ସାମୁଦ୍ରିକ କ୍ଷେତ୍ରରେ ଆହୁରି ଅଧିକ ବିକଶିତ କରିବାରେ ସହାୟତା କରିବାକୁ ହେବ ।
କାର୍ଯ୍ୟକ୍ରମ ସମୟରେ, ମଧ୍ୟ ଏସୀୟ ଦେଶ ଗୁଡିକର ପ୍ରତିନିଧି ମାନେ ଏହି କଥା ଉପରେ ଆଲୋକପାତ କରିଥିଲେ ଯେ, କିପରି ଆଇଏନ୍ଏସ୍ଟିସି ସହିତ ଚାବାହାର ସଂଯୋଗ ସେମାନଙ୍କ କ୍ଷେତ୍ରରେ ଏକ୍ଜିମ୍ (ରପ୍ତାନୀ-ଆମଦାନୀ) ବ୍ୟବସାୟକୁ ପ୍ରୋତ୍ସାହିତ କରିବ ଏବଂ ଭୂଭାଗ ଦ୍ୱାରା ଘେରି ରହିଥିବା ଦେଶ ଗୁଡିକରେ ବିକାଶକୁ ଆହୁରି ପ୍ରୋତ୍ସାହିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ପାରିବ । ସମ୍ପୂର୍ଣ୍ଣ ଦିବସ ବ୍ୟାପି ଚାଲିଥିବା କାର୍ଯ୍ୟକ୍ରମ ସମୟରେ, ଅନେକ ଗୁଡ଼ିଏ ଉପସ୍ଥାପନ ଏବଂ ଗଭର୍ଣ୍ଣମେଂଟ ଟୁ ବିଜନେସ୍ (ସରକାରଙ୍କଠୁ ବ୍ୟବସାୟ) ଅଧିବେଶନ ହୋଇଥିଲା । ଅଧ୍ୟକ୍ଷ ଆଇପିଏ, ଏମ୍ଡି ଆଇପିଜିଏଲ୍, ଏଫ୍ଏଫ୍ଏଫ୍ଏଆଇ ଏବଂ ଯୁଗ୍ମ ସଚିବ, ବର୍ହିବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଉପସ୍ଥାପନ ଏବଂ ବକ୍ତୃତାଗୁଡ଼ିକ ପ୍ରଦାନ କରା ଯାଇଥିଲା ।
***
SSP
(Release ID: 1846826)