ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ
୨୦୧୭ – ୨୨ ରେ ନ୍ୟାୟ ମିତ୍ରଙ୍କ ସହାୟତାରେ ଓଡିଶାରେ ୮୧୮ଟି ମାମଲାର ସମାଧାନ
ନ୍ୟାୟ ମିତ୍ର ଯୋଜନା
Posted On:
29 JUL 2022 3:29PM by PIB Bhubaneshwar
ନ୍ୟାୟ ମିତ୍ର (ଏନ୍ଏମ୍) ଯୋଜନାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ନ୍ୟାୟାଳୟ ଗୁଡିକରେ ଏବଂ ଏହାର ଅଧୀନସ୍ଥ ନ୍ୟାୟାଳୟ ଗୁଡିକରେ ଦୀର୍ଘ ୧୦ - ୧୫ ବର୍ଷ ପୁରୁଣା ମାମଲା ଗୁଡିକର ଶୀଘ୍ର ସମାଧାନ କରିବା ନିମନ୍ତେ ସୁବିଧା ପ୍ରଦାନ କରିବା । ୨୦୧୭ରେ ନ୍ୟାୟ ମିତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ , ଅନୁବନ୍ଧ - କ’ ରେ ଉଲ୍ଲେଖ କରା ଯାଇଥିବା ବିବରଣୀ ଅନୁସାରେ, ଆସାମ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡିଶା, ରାଜସ୍ଥାନ, ଉତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ରାଜ୍ୟ ଗୁଡିକରେ ମୋଟ୍ ୩୮ ଜଣ ନ୍ୟାୟ ମିତ୍ର କାର୍ଯ୍ୟ କରୁ ଅଛନ୍ତି ।
ଓଡିଶାରେ ୨୦୧୭ – ୨୦୨୨ ଅବଧିରେ ୪ ଜଣ ନ୍ୟୟ ମିତ୍ର ନିଯୁକ୍ତ ହୋଇଛନ୍ତି । ଏହି ସମୟ ମଧ୍ୟରେ ନ୍ୟାୟ ମିତ୍ର ମାନେ ୮୧୮ଟି ମାମଲା ସମାଧାନରେ ସହାୟତା କରିଛନ୍ତି ।
ଏବେ ସୁଦ୍ଧା କାର୍ଯ୍ୟ କରୁଥିବା ନ୍ୟାୟ ମିତ୍ର ମାନେ ୩୪୯୫ଟି ପୁରୁଣା ମାମଲାକୁ ସମାଧାନ କରିବା ନିମନ୍ତେ ସମ୍ବନ୍ଧିତ ନ୍ୟାୟାଳୟ ଗୁଡିକୁ ସହାୟତା କରିଛନ୍ତି, ଯେଉଁଥିରେ ବୈବାହିକ ମାମଲା, ଦୁର୍ଘଟଣାର ଦାବି ଏବଂ ଅପରାଧିକ ମାମଲା ଗୁଡିକ ମଧ୍ୟ ସାମିଲ୍ ଅଟେ । ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ସମାଧାନ କରା ଯାଇଥିବା ମାମଲା ଗୁଡିକର ସମ୍ପୂର୍ଣ୍ଣ ବିବରଣୀ ଅନୁବନ୍ଧ - ଖ’ ରେ ରହିଛି । ୨୦୨୧ -୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ ୮୦ ନ୍ୟାୟ ମିତ୍ର ନିଯୁକ୍ତ ହେବେ । ୨୦୨୧- ୨୦୨୨ ନିମନ୍ତେ ଏପ୍ରିଲ୍ ୨୦୨୨ ମାସରେ ୧୧ଟି ଜିଲ୍ଲା ନ୍ୟାୟାଳୟ ଗୁଡିକରେ ୧୧ଟି ନ୍ୟାୟ ମିତ୍ର ନିଯୁକ୍ତ ହୋଇଛନ୍ତି ।
ଅନୁବନ୍ଧ - କ’
Annexure-A
A State-wise Statement containing number of Nyaya Mitra engaged from 2017-2022
|
S.No
|
State
|
Year
2017-2018
|
Year
2018-2019
|
Year
2019-2020
|
Year
2020-2021
|
Year
2021-2022
|
Total
|
1
|
Assam
|
-
|
-
|
-
|
NIL*
|
02
|
02
|
2
|
Bihar
|
01
|
-
|
-
|
-
|
01
|
3
|
Karnataka
|
-
|
-
|
-
|
01
|
01
|
4
|
Maharashtra
|
-
|
-
|
03
|
01
|
04
|
5
|
Odisha
|
|
|
02
|
02
|
04
|
6
|
Rajasthan
|
04
|
03
|
02
|
01
|
10
|
7
|
Uttar Pradesh
|
05
|
-
|
01
|
02
|
08
|
8
|
West Bengal
|
04
|
01
|
01
|
02
|
09
|
|
Total
|
14
|
04
|
09
|
11
|
38
|
- କୋଭିଡ୍ ମହାମାରୀ କାରଣରୁ ଅଦାଲତ ଗୁଡିକ ବନ୍ଦ ହେବା ଯୋଗୁଁ ଏବଂ ସାମାଜିକ ଦୂରତା ନିୟମ କାରଣରୁ ୨୦୨୦ – ୨୦୨୧ ସମୟରେ କୌଣସି ପ୍ରକାରର ନ୍ୟାୟ ମିତ୍ର ନିଯୁକ୍ତି କରା ଯାଇ ପାରି ନାହିଁ ।
ଅନୁବନ୍ଧ - ଖ’
Annexure-B
A State-wise Statement containing number of cases disposed by Nyaya Mitra (2017-2022)
|
S.No
|
State
|
No. of cases disposed
(2017-2022)
|
1
|
Assam
|
8
|
2
|
Bihar
|
44
|
3
|
Karnataka
|
0
|
4
|
Maharashtra
|
327
|
5
|
Odisha
|
818
|
6
|
Rajasthan
|
1691
|
7
|
Uttar Pradesh
|
461
|
9
|
West Bengal
|
28
|
|
Grand Total
|
3495
|
ଆଇନ୍ ଏବଂ ନ୍ୟାୟ ମନ୍ତ୍ରୀ ଶ୍ରୀ କିରେନ୍ ରିଜିଜୁ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏହି ସୂଚନା ପ୍ରଦାନ କରିଛନ୍ତି ।
***
SSP
(Release ID: 1846336)
Visitor Counter : 146