ଅର୍ଥ ମନ୍ତ୍ରଣାଳୟ
ଜନ ସମର୍ଥ ପୋର୍ଟାଲ୍ ୨୪/୭ ଆଧାରରେ ଉପଲବ୍ଧ
ଜନ ସମର୍ଥ ପୋର୍ଟାଲ୍ ବର୍ତମାନ ୧୩ଟି ଋଣ ସଂଯୋଗ ସରକାରୀ ଯୋଜନା ଗୁଡିକ ଅଧୀନରେ ଋଣ ଆୟୋଜନ କରୁଛି
प्रविष्टि तिथि:
19 JUL 2022 6:05PM by PIB Bhubaneshwar
ସରକାର ୬ ଜୁନ୍ ୨୦୨୨ରେ “ଜନ ସମର୍ଥ” ପୋର୍ଟାଲ୍ ଆରମ୍ଭ କରିଥିଲେ । ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡଃ ଭାଗବତ କିଷାନରାଓ କରାଦ ଏ ସମ୍ପର୍କରେ କହିଥିଲେ । ଏ ସମ୍ପର୍କରେ ଅଧିକ ବିବରଣୀ ପ୍ରଦାନ କରି ମନ୍ତ୍ରୀ କହିଥିଲେ ଯେ, “ଜନ ସମର୍ଥ” ପୋର୍ଟାଲ୍ର ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ ହେଉଛି ଏହିପରି:
୧. ଏହା ସମସ୍ତ ହିତାଧିକାରୀ, ଅର୍ଥାତ୍ ଏଥିରୁ ଯେଉଁମାନେ ଲାଭ ପାଇବେ, ଆର୍ôଥକ ପ୍ରତିଷ୍ଠାନ ସମୂହ, କେନ୍ଦ୍ର / ରାଜ୍ୟ ମାନଙ୍କର ସରକାରୀ ଏଜେନ୍ସି ଏବଂ ନୋଡାଲ୍ ଏଜେନ୍ସି ଗୁଡିକ ପରି ସମସ୍ତ ହିତାଧିକାରୀଙ୍କୁ ଏକ ସାଧାରଣ ପ୍ଲାଟଫର୍ମ (ମଂଚ)ରେ ସଂଯୋଗ କରିଥାଏ ।
୨. ଆବେଦନକାରୀ ପ୍ରାରମ୍ଭରେ ଗୋଟିଏ ପ୍ଲାଟଫର୍ମ ମାଧ୍ୟମରେ ୧୩ଟି ଯୋଜନାକୁ ବ୍ୟବହାର କରି ପାରିବେ ।
୩. ରିହାତି (ସବ୍ସିଡି) ଯୋଗ୍ୟତା ଯାଂଚ ପାଇଁ ଆବେଦନକାରୀଙ୍କୁ ସହଜ ମାର୍ଗଦର୍ଶନ କରିଥାଏ ।
୪. ହିତାଧିକାରୀ ମାନଙ୍କ ପାଇଁ ସର୍ବୋତମ ଉପଯୁକ୍ତ ଯୋଜନାର ସ୍ୱୟଂଚାଳିତ ସୁପାରିଶ କରିଥାଏ ।
୫. ଡିଜିଟାଲ୍ ଯାଂଚ ଉପରେ ଆଧାର କରି ଋଣ ଆବେଦନ ଗୁଡିକୁ ଡିଜିଟାଲ୍ ଅନୁମୋଦନ ଦେଇଥାଏ ।
୬. ହିତାଧିକାରୀ ଏହା ମାଧ୍ୟମରେ ସେମାନଙ୍କ ଋଣ ଆବେଦନର ପ୍ରକୃତ ସମୟ ସ୍ଥିତିକୁ ଟ୍ରାକ୍ କରି ପାରିବେ ।
ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆବେଦନକାରୀ ମାନଙ୍କ ଦ୍ୱାରା “ଜନ ସମର୍ଥ” ପୋର୍ଟାଲ୍ର ବ୍ୟବହାର ଋଣ ଆବେଦନ ଏବଂ ବିତରଣ ପ୍ରକ୍ରିୟାକୁ ସହଜ କରିବ, କାରଣ ଆବେଦନକାରୀ ମାନେ ତାଙ୍କର ଆବେଦନକୁ ଏଥିରେ ଅପ୍ଲୋଡ୍ କରି ପାରିବେ ଏବଂ ଆବେଦନ ଗୁଡିକର ଅନୁମୋଦନ ପାଇଁ ନିୟମ ଇଞ୍ଜିନ୍ ନିର୍ମାଣ ହୋଇ ସାରିଛି ।
ଏହା ଯୋଗୁଁ ସମୟ ଏବଂ ପରିଶ୍ରମ ନଷ୍ଟ ହେବ ନାହିଁ, କାରଣ ଆବେଦନକାରୀ ପୋର୍ଟାଲ୍ରେ ଋଣ ପାଇଁ ଆବେଦନ କରି ପାରିବେ ଯାହା ୨୪/୭ ଆଧାରରେ ଉପଲବ୍ଧ ।
ଏହି ପୋର୍ଟାଲ୍ ବର୍ତମାନ ଯୁବକ ମାନଙ୍କୁ, ଛାତ୍ର ମାନଙ୍କୁ , ଉଦ୍ୟୋଗୀ ମାନଙ୍କୁ ଏବଂ କୃଷକ ମାନଙ୍କୁ ଶିକ୍ଷା ଋଣ, କୃଷି ଋଣ, ବ୍ୟବସାୟ କାର୍ଯ୍ୟକଳାପ ନିମନ୍ତେ ଋଣ ଏବଂ ଜୀବିକା ନିର୍ବାହ ନିମନ୍ତେ ଋଣ ଭଳି ୧୩ଟି ଋଣ ସଂଯୁକ୍ତ ସରକାରୀ ଯୋଜନା ଅଧୀନରେ ଋଣ ଆୟୋଜନ କରୁଛି ବୋଲି ମନ୍ତ୍ରୀ କହିଥିଲେ ।
ଯେକୌଣସି ଆବେଦନକାରୀ / ହିତାଧିକାରୀ ଏଥିରେ ପଞ୍ଜୀକରଣ କରି ପାରିବେ, ବିଭିନ୍ନ ସରକାରୀ ଯୋଜନା ଗୁଡିକ ଆଧାରରେ ସେମାନଙ୍କର ଯୋଗ୍ୟତା ଯାଂଚ କରି ପାରିବେ ଏବଂ ଜନ ସମର୍ଥ ପୋର୍ଟାଲ୍ ମାଧ୍ୟମରେ ଡିଜିଟାଲ୍ ଋଣ ଅନୁମୋଦନ ପାଇଁ ଆବେଦନ କରି ପାରିବେ ବୋଲି ମନ୍ତ୍ରୀ କହିଥିଲେ ।
****
SSP
(रिलीज़ आईडी: 1842872)
आगंतुक पटल : 182