ଯୋଗାଯୋଗ ମନ୍ତ୍ରଣାଳୟ
azadi ka amrit mahotsav

ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀମାନଙ୍କ ୮ମ ବୈଠକରେ ଭାଗ ନେଲେ ଶ୍ରୀ ଅଶ୍ୱିନୀ ବୈଷ୍ଣବ


ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ପାଇଁ ସରକାରଙ୍କ ପଦକ୍ଷେପଗୁଡିକୁ ଉଲ୍ଲେଖ କଲେ

ପୋଷ୍ଟ କରାଯିବା ଦିନାଙ୍କ: 07 JUL 2022 4:45PM by PIB Bhubaneshwar

ଚୀନ ସଭାପତିତ୍ୱରେ ଗତକାଲି ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀମାନଙ୍କ ୮ମ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବୈଠକରେ ଭାଗ ନେଇ ଆଇସିଟି କ୍ଷେତ୍ରରେ ଭାରତର ପ୍ରମୁଖ ଉପଲବ୍ଧିଗୁଡିକୁ ଉଲ୍ଲେଖ କରିଥିଲେ । ଏହି ଅବସରରେ ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ପାଇଁ ସରକାର ନେଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ମଧ୍ୟ ସେ ସୂଚାଇଥିଲେ ।

ଜୁନ ୨୩-୨୪, ୨୦୨୨ରେ ଅନୁଷ୍ଠିତ ହୋଇଥିବା ୧୪ତମ ବ୍ରିକ୍ସ ସମ୍ମିଳନୀରେ ଚିହ୍ନିତ ହୋଇଥିବା ଆଇସିଟି କ୍ଷେତ୍ରରେ କାମ କରିବା ପାଇଁ ମନ୍ତ୍ରୀଗଣ ନିଷ୍ପତ୍ତି ନେଇଥିଲେ । ବ୍ରିକ୍ସ ଇନଷ୍ଟିଚ୍ୟୁଟ ଫର ଫ୍ୟୁଚର ନେଟୱର୍କ୍ସ (ବିଆଇଏଫଏନ), ଡିଜିଟାଲ ବ୍ରିକ୍ସ ଟାସ୍କ ଫୋର୍ସ (ଡିବିଟିଏଫ) ପାଇଁ ଚୂଡାନ୍ତ କାର୍ଯ୍ୟ ଯୋଜନାକୁ ସମସ୍ତ ମନ୍ତ୍ରୀ ପ୍ରଶଂସା କରିବା ସହ ଏହି ପ୍ରକ୍ରିୟା ବ୍ରିକ୍ସ ଦେଶଗୁଡିକ ମଧ୍ୟରେ ସୃଜନଶୀଳ ସହଯୋଗକୁ ସୁଦୃଢ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ ।

ମନ୍ତ୍ରୀଗଣ ୮ମ ବ୍ରିକ୍ସ ଯୋଗାଯୋଗ ବୈଠକର ଘୋଷଣାନାମାକୁ ସ୍ୱୀକୃତି ଦେଇଥିଲେ । ଆଧାର, କୋୱିନ, ୟୁପିଆଇ ଓ ଦୀକ୍ଷା ଭଳି ଡିଜିଟାଲ ପବ୍ଲିକ ଗୁଡ୍ସ ପାଇଁ ଭାରତର ମଞ୍ଚ ପ୍ରଦାନ ପ୍ରସ୍ତାବକୁ ସମସ୍ତ ମନ୍ତ୍ରୀ ପ୍ରଶଂସା କରିବା ସହ ଏହି କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ନିଷ୍ପତ୍ତି ନେଇଥିଲେ ।

 

SR


(ରିଲିଜ ଆଡି: 1839963) ପରିଦର୍ଶକ କାଉଣ୍ଟର : 170
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी