ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ସାମଗ୍ରୀ (ଏସୟୁପି) ନିରାକରଣ ନେଇ ରାଜ୍ୟ ସରକାର ଓ ପୌର ଆୟୁକ୍ତମାନଙ୍କ ସହ ବୈଠକ


ସମସ୍ତଙ୍କ ସହଯୋଗ ଓ ଦକ୍ଷତାପୂର୍ଣ୍ଣ ଯୋଗଦାନ ଦ୍ୱାରା ହିଁ ସଫଳତା ସମ୍ଭବ

ଏକ ନିୟୁତରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ନଗରୀ/ ସହରାଞ୍ଚଳ ଜନବସତିରେ ଗୁଣାତ୍ମକ ବାୟୁ ପରିଚାଳନା ଉପରେ ଆଲୋଚନା

Posted On: 29 JUN 2022 6:23PM by PIB Bhubaneshwar

ଦେଶର ୪୨ଟି ଏକ ନିୟୁତରୁ ଅଧିକ ଜନସଂଖ୍ୟା ବହୁଳ ନଗରୀ ଓ ଜନବସତିପୂର୍ଣ୍ଣ ସହରରେ ମୁକ୍ତ ବାୟୁ ପରିଚାଳନା ତଥା ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକର ବର୍ଜନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପରିବେଶ ବିଭାଗର ବରିଷ୍ଠ ଅଧିକାରୀ ଓ ପୌର ଆୟୁକ୍ତ, ସହରାଞ୍ଚଳ ବିକାଶ ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ ।

ବୈଠକରେ ଜୁଲାଇ ପହିଲା ୨ଠ୨୨ରୁ ଚିହ୍ନଟ ହୋଇଥିବା ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ (ଏସୟୁପି) ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ଉପରେ ପୌର ଆୟୁକ୍ତମାନଙ୍କୁ କୁହାଯାଇଥିଲା । ଏ ସଂକ୍ରାନ୍ତ ବିଜ୍ଞପ୍ତି ଅଗଷ୍ଟ ୧୨, ୨ଠ୨୧ରେ ପ୍ରକାଶିତ ହୋଇଛି । ପୌର ଆୟୁକ୍ତଗଣ ସେମାନଙ୍କ ଅଞ୍ଚଳ ପରିସୀମା ମଧ୍ୟରେ ଏହାକୁ ନିଜର ସ୍କ୍ୱାର୍ଡ ସହ ଲାଗୁ କରିବାକୁ ଅନୁରୋଧ କରାଯାଇଛି । ବ୍ୟବସାୟୀ, ବଣ୍ଟନକାରୀ, ପାଇକାରୀ ଓ ଖାଉଟି ଓ ଏଥିସହ ସଂଶ୍ଳିଷ୍ଟ ଅନ୍ୟମାନଙ୍କୁ ନିଷେଧ ଏସୟୁପି ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ମଧ୍ୟ ବୈଠକରେ ଅଧିକାରୀମାନଙ୍କୁ କୁହାଯାଇଥିଲା ।

ସମସ୍ତ ଅଂଶୀଦାରମାନଙ୍କ ସମନ୍ୱିତ ପଦକ୍ଷେପ ବଳରେ ଏହି ନିଷେଧାଜ୍ଞା ଲାଗୁ କରାଯାଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

ପୌର ଆୟୁକ୍ତମାନେ ସମସ୍ତ ଅଂଶୀଦାରମାନଙ୍କୁ ଗଠନମୂଳକ ଉପାୟରେ ପ୍ରବର୍ତ୍ତାଇ ଏହାକୁ ଲାଗୁ କରାଇବା ସହ ବର୍ଜିତ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

 

SM/MB



(Release ID: 1838100) Visitor Counter : 164


Read this release in: English , Urdu , Hindi